ବଲିଉଡ୍‌ର ଦାମୀ ଉପହାର

ଉପହାରଟିଏ ପାଇଲେ ସମସ୍ତେ ଖୁସି ହୁଅନ୍ତି। ତାହା ଛୋଟିଆ ହେଲେ ବି ମନରେ ଭରିଥାଏ ଅପାର ଆନନ୍ଦ। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଏହାର ମାୟାରେ ପଡ଼ିଥାଆନ୍ତି। ଯଦିଓ ସେଲିବ୍ରିଟିଙ୍କ ଉପହାରର ମୂଲ୍ୟ ଶହେ କି ହଜାରରେ ସୀମିତ
ନ ରହି ଲକ୍ଷ ଲକ୍ଷ ଓ କୋଟି କୋଟି ଟଙ୍କାର ହୋଇଥାଏ। ଜାଣନ୍ତୁ ବଲିଉଡ୍‌ର କେତୋଟି ଦାମୀ ଉପହାର ସମ୍ପର୍କରେ…


ସ୍ତ୍ରୀଙ୍କୁ ରାଜକୁନ୍ଦ୍ରାଙ୍କ ଦାମୀ ଉପହାରର ସମ୍ଭାର- ସ୍ତ୍ରୀକୁ ଖୁସି କରିବାର ଉପାୟ ରାଜ କୁନ୍ଦ୍ରାଙ୍କୁ ବେଶ୍‌ ଜଣା। ବିବାହ ବାର୍ଷିକୀ ହେଉ ବା ଜନ୍ମଦିନ ଅବା ଅନ୍ୟ କିଛି ଖାସ୍‌ ଦିନ, ଦାମୀ ଦାମୀ ଉପହାର ପ୍ରଦାନ କରି ସେ ସ୍ତ୍ରୀ ଶିଳ୍ପାଙ୍କୁ ଖୁସି କରିଥାଆନ୍ତି। ପୃଥିବୀର ଉଚ୍ଚତମ ଅଟ୍ଟାଳିକା ବୁର୍ଜ ଖଲିଫାର ୧୯ ତମ ମହଲାରେ ୫୦ କୋଟି ଟଙ୍କାର ଏକ ଆପାର୍ଟମେଣ୍ଟ, ଇଂଲଣ୍ଡରେ ୫୧.୫ କୋଟିର ମାନସନ୍‌, ଆଇପିଏଲ୍‌ରେ ୪୨ କୋଟି ଟଙ୍କାର ରାଜସ୍ଥାନ ରୟାଲ୍ସ ଟିମ୍‌, ୩ କୋଟିର ମୁଦି, ଲକ୍‌ଜ୍ୟୁରିୟସ୍‌ କାର୍‌ ଭଳି ଅନେକ ଦାମୀ ଉପହାର ରାଜ ଶିଳ୍ପାଙ୍କୁ ପ୍ରଦାନ କରିଛନ୍ତି।


ରାଓ୍ବାନ୍‌ର ୫ଜଣ କ୍ରୁ ମେମ୍ବରଙ୍କୁ ଶାହରୁଖଙ୍କ ଉପହାର- ଶାହରୁଖଙ୍କ ରାଓ୍ବାନ୍‌ ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ଆଶାନୁରୂପ ସଫଳତା ହାସଲ କରିପାରି ନ ଥିଲା। ତଥାପି ଶାହରୁଖ ଚଳଚ୍ଚିତ୍ରର ୫ ଜଣ କ୍ରୁ ମେମ୍ବର, ଯେଉଁଥିରେ ରଜନୀକାନ୍ତ, ଅର୍ଜୁନ ରାମପାଲ, ଅନୁଭବ ସିହ୍ନା ଥିଲେ ତାଙ୍କୁ ୧ କୋଟି ଟଙ୍କାର ବ୍ରାଣ୍ଡ ନ୍ୟୁ ବିଏମ୍‌ଡବ୍ଲ୍ୟୁ ୭ସିରିଜ୍‌ ସେଦାନ କାର୍‌ ଉପହାର ସ୍ବରୂପ ପ୍ରଦାନ କରିଥିଲେ।


ବିଧୁ ବିନୋଦ ଚୋପ୍ରାଙ୍କ ଅମିତାଭ ବଚ୍ଚନଙ୍କୁ ଉପହାର- ବଲିଉଡ୍‌ର ଶେହନଶାହ ଅମିତାଭ ବଚ୍ଚନଙ୍କ ସହ କାମ କରିବାକୁ କିଏ ବା ନ ଚାହେଁ। ଯେବେ ଏହି ସୁଯୋଗ ବିଧୁ ବିନୋଦ ଚୋପ୍ରାଙ୍କୁ ମିଳିଲା ଓ ଅମିତାଭ ବଚ୍ଚନ ତାଙ୍କ ପ୍ରଡକ୍ସନ ଏକଲବ୍ୟରେ କାମ କଲେ ସେ ବେଶ୍‌ ଖୁସି ହୋଇଯାଇଥିଲେ। ଆଉ ନିଜର ଖୁସିକୁ ଜାହିର କରିବାକୁ ଯାଇ ସେ ୩.୫ କୋଟି ଟଙ୍କାର ରଲସ୍‌ ରୟସ୍‌ କାର୍‌ ଅମିତାଭଙ୍କୁ ଉପହାରଭାବେ ପ୍ରଦାନ କରିଥିଲେ।


ସଲ୍‌ମାନଙ୍କର ଭଉଣୀକୁ ଉପହାର- ଭାଇଜାନ୍‌ଙ୍କ ବଦାନ୍ୟତା ସମ୍ପର୍କରେ ସମସ୍ତେ ଜାଣନ୍ତି। ଆଉ ଯେବେ ତାଙ୍କ ଆଖପାଖର ପ୍ରିୟ ଲୋକଙ୍କୁ ଉପହାର ଦେବାକଥା ଉଠେ ସେ କାର୍ପଣ୍ୟ କରନ୍ତି ନାହିଁ । ଅନେକ ବହୁମୂଲ୍ୟର ଉପହାର ସେ ନିଜର ପ୍ରିୟ ଲୋକଙ୍କୁ ଦେଇଛନ୍ତି। ଆଉ ଭଉଣୀମାନଙ୍କୁ ବି ସେ ଦେଇଛନ୍ତି ଅନେକ ଉପହାର। ଭଉଣୀ ଅଲଭିରାଙ୍କୁ ୧୬ କୋଟିର ଲକ୍‌ଜ୍ୟୁରିୟସ୍‌ ପେଣ୍ଟହାଉସ୍‌ ଓ ଅର୍ପିତାଙ୍କୁ ବି ଲକ୍‌ଜ୍ୟୁରିୟସ୍‌ କାର୍‌ ସହ ଅନେକ ଦାମୀ ଉପହାର ପ୍ରଦାନ କରିଛନ୍ତି।


କ୍ୟାଟ୍ରିନାଙ୍କୁ କରନ ଜୋହରଙ୍କ ଉପହାର- କ୍ୟାଟ୍ରିନା କୈଫ ବନ୍ଧୁ କରନ ଜୋହରଙ୍କ ପ୍ରଡକ୍ସନରେ ବିନା ମୂଲ୍ୟରେ ‘ଚିକ୍‌ନୀ ଚମେଲୀ’ ଗୀତରେ ନୃତ୍ୟ କରିଥିଲେ। ଏହା ବଦଳରେ କରନ୍‌ କ୍ୟାଟ୍ରିନାଙ୍କୁ ଉପହାର ସଦୃଶ ପ୍ରଦାନ କରିଥିଲେ ଲକ୍‌ଜ୍ୟୁରିୟସ୍‌ ଫେରାରୀ କାର୍‌।


ବିଦ୍ୟାଙ୍କୁ ସ୍ବାମୀ ସିଦ୍ଧାର୍ଥ ରୟ କପୁରଙ୍କ ଉପହାର- ପ୍ରଡ୍ୟୁସର୍‌ ତଥା ୟୁଟିଭି ମୁଖ୍ୟ ସିଦ୍ଧାର୍ଥ ରୟ କପୁର ତାଙ୍କ ସ୍ତ୍ରୀ ବିଦ୍ୟା ବଲାନଙ୍କୁ ମୁମ୍ବାଇର ଜୁହୁରେ ଏକ ଲକ୍‌ଜ୍ୟୁରିୟସ ଫ୍ଲାଟ୍‌ ଉପହାରସ୍ବରୂପ ପ୍ରଦାନ କରିଛନ୍ତି।


ଅଭି-ଐଶଙ୍କର ଝିଅ ଆରାଧ୍ୟାକୁ ଉପହାର- ସନ୍ତାନର ପ୍ରଥମ ଜନ୍ମଦିନରେ ମା’ବାପା କେକ୍‌ କାଟି ପାର୍ଟି କରିଥାଆନ୍ତି। ହେଲେ ଐଶ୍ୱର୍ଯ୍ୟା ଓ ଅଭିଷେକ ଝିଅ ଆରାଧ୍ୟାର ପ୍ରଥମ ଜନ୍ମଦିନରେ ପାର୍ଟି ଓ କେକ୍‌ କାଟିବା ସହ ତାକୁ ଦେଇଥିଲେ ୨୫ ଲକ୍ଷ ଟଙ୍କାର ବିଏମ୍‌ଡବ୍ଲ୍ୟୁ ମିନି କୁପର୍‌ ଲକ୍‌ଜ୍ୟୁରିୟସ୍‌ କାର ଉପହାର।

ଆମୀର ସ୍ତ୍ରୀ କିରନଙ୍କୁ ଦେଇଥିବା ଉପହାର- ମିଷ୍ଟର ପରଫେକ୍ସନିଷ୍ଟଭାବେ ପରିଚିତ ଆମୀର ଖାଁ, ସ୍ତ୍ରୀ କିରନ୍‌ ରାଓଙ୍କୁ ଆମେରିକାର ବେଭରଲି ହିଲ୍ସରେ ଦେଇଛନ୍ତି ଏକ ହଲିଡେ’ ହୋମ୍‌ର ଉପହାର। ଯାହାର ମୂଲ୍ୟ ୭୫ କୋଟି ଟଙ୍କା।


ଅକ୍ଷୟ କୁମାରଙ୍କ ସ୍ତ୍ରୀ ଟ୍ବିଙ୍କିଲ୍‌ଙ୍କୁ ଉପହାର- ଟ୍ବିଙ୍କିଲଙ୍କ ୩୪ତମ ଜନ୍ମଦିନରେ ଅକ୍ଷୟ ତାଙ୍କୁ ଦେଇଥିଲେ ଏକ ଲକ୍‌ଜ୍ୟୁରିୟସ୍‌ କାର୍‌ର ଉପହାର।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ସୁରକ୍ଷାକର୍ମୀଙ୍କ ସାମ୍ନାରେ ହାତ ଯୋଡ଼ିଲେ ସଲମାନ; ଗଣେଶ ଦର୍ଶନ ପରେ…

ମୁମ୍ବାଇ: ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ…

ବ୍ରେକଅପ୍‌ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ଆକୃତି ଅଗ୍ରୱାଲ, ପୃଥ୍ବୀ ଶ’ଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୧୭।୯: ଟିମ୍‌ ଇଣ୍ଡିଆରୁ ଦୀର୍ଘ ସମୟ ଧରି ଦୂରେ ଥିବା ଭାରତୀୟ ଓପନର ବ୍ୟାଟର ପୃଥ୍ୱୀ ଶ’ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?