ବଲିଉଡ୍‌ରେ ସଫଳତାର ସହ ୩୦ ବର୍ଷ ପୂରଣ କଲେ ଅଜୟ: ପ୍ରଥମ ସିନେମାରେ ଅକ୍ଷୟଙ୍କୁ କରିଥିଲେ ରିପ୍ଲେସ୍‌

ସିଂଘମ୍‌ ଷ୍ଟାର ଅଜୟ ଦେବ୍‌ଗନ୍‌ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସଫଳତାର ସହ ୩୦ ବର୍ଷ ପୂରଣ କରିଛନ୍ତି। ‘ତାନାଜୀ: ଦି ଅନସଙ୍ଗ ଓ୍ବାରିୟର’ ଅଜୟଙ୍କ କ୍ୟାରିୟରର ୧୦୦ତମ ଫିଲ୍ମ। ଫିଲ୍ମ ‘ଫୁଲ୍‌ ଔର କାଣ୍ଟେ’ରୁ ଅଜୟ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମ ପାଇଁ ପ୍ରଯୋଜକଙ୍କ ପ୍ରଥମ ପସନ୍ଦ ଥିଲେ ଖିଲାଡି ହିରୋ ଅକ୍ଷୟ କୁମାର। ହେଲେ କୌଣସି କାରଣରୁ ଅକ୍ଷୟ ଫିଲ୍ମ କରିବାକୁ ମନା କରିବାରୁ ଅଜୟଙ୍କୁ ଏଥିରେ ନିଆଗଲା। ଫିଲ୍ମରେ ଅଜୟ ୨ଟି ମୋଟରସାଇକେଲରେ ଗୋଡ଼ ରଖି ଏଣ୍ଟ୍ରି କରିଥିଲେ। ଏହି ଦୃଶ୍ୟକୁ ନେଇ ସେହି ସମୟରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଫିଲ୍ମର ଆକ୍ସନ୍‌ ନିର୍ଦ୍ଦେଶକ ଥିଲେ ଅଜୟଙ୍କ ବାପା ଭୂରୁ ଦେବଗନ୍‌। ମାତ୍ର ଅଜୟ ଅଭିନେତା ବଦଳରେ ନିର୍ଦ୍ଦେଶକ ହେବାର ସ୍ବପ୍ନ ଦେଖୁଥିଲେ। ତେଣୁ ପାଠପଢ଼ା ଶେଷ ହେବା ପରେ ସେ ନିର୍ଦ୍ଦେଶକ ଶେଖର କପୁରଙ୍କ ସହ ସହାୟକ ନିର୍ଦ୍ଦେଶକ ରୂପେ କାମ ଆରମ୍ଭ କଲେ। ଏହି ସମୟରେ ତାଙ୍କର ସାକ୍ଷାତ ହେଲା କୁକ୍କୁ କୋହଲିଙ୍କ ସହ। ଏବଂ ସେ ଅଜୟଙ୍କୁ ଫିଲ୍ମ ‘ଫୁଲ୍‌ ଔର କାଣ୍ଟେ’ରେ ଅଫର ଦେଲେ। ଏହା ପରେ ଅଜୟ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ସଫଳତାର ଶିଡ଼ି ଚଢ଼ି ଚାଲିଲେ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଆକ୍ସନ ହିରୋ ରୂପେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କଲେ। ପରେ ଅଜୟ କମେଡି ସିନେମାରେ ଅଭିନୟ କଲେ। ଅଜୟ ଏବଂ କାଜଲଙ୍କୁ ବଲିଉଡ୍‌ର ସଫଳ ସ୍ତ୍ରୀ-ସ୍ବାମୀ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କ ତୁଟିବା ପଛର କାରଣ କହିଲେ ଚାରୁ !

ବମ୍ବେ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସ୍ତ୍ରୀ ଚାରୁ ଅସୋପାଙ୍କଠାରୁ ଅଲଗା ହେବେ। ଉଭୟ ୨୦୧୯ରେ ବିବାହ କରିଥିଲେ। ୨୦୨୧ରେ ସେମାନେ କନ୍ୟା...

ଡେଲିଭରି ବୟଙ୍କ ମୃତ୍ୟୁ ପରେ ସହଯୋଗର ହାତ ବଢାଇଲେ ସୋନୁ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କ ବଦାନ୍ୟତା ପାଇଁ ବେଶ ଚର୍ଚ୍ଚିତ । ଶୁକବାର ମୁମ୍ବାଇରେ ଜଣେ ଫୁଡ ଡେଲିଭରି ବୟଙ୍କର ସଡ଼କ ଦୁର୍ଘଟଣାରେ...

ବୟଫ୍ରେଣ୍ଡକୁ ଭେଟିବା ପାଇଁ ଘର ତାଲା ଭାଙ୍ଗି ପଳାଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ମା’ ଜାଣିବାପରେ…

କରିନା କପୁର ଖାନ୍‌ ହେଉଛନ୍ତି ବଲିଉଡର ଅନ୍ୟତମ ଷ୍ଟାଇଲିଶ ଏବଂ ସୁନ୍ଦରୀ ଅଭିନେତ୍ରୀ, ଯିଏକି ତାଙ୍କର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ସେ ପିଲାବେଳେ ଅନେକ...

ବିବାହକୁ ନେଇ ଭିକିଙ୍କ ବଡ଼ ଖୁଲାସା: ଏମିତି ସର୍ତ୍ତ ରଖିଥିଲେ କ୍ୟାଟ୍ରିନା

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଭିକି କୌଶାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତ ୯ ତାରିଖରେ ରାଜସ୍ଥାନର ସୱାଇ ମାଧୋପୁର ସିକ୍ସ ସେନ୍ସ ଫୋର୍ଟରେ ବିବାହ...

ଡୋନାଲ୍ଡ ଟ୍ରମ୍ପଙ୍କ ବାୟୋପିକରେ କାମ କରିବାକୁ ଚାହାନ୍ତି ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ବେଶ୍‌ କିଛି ସମୟ ପରେ ପୁଣି ବଡ ପରଦାକୁ ଫେରିଛନ୍ତି। ଐତିହାସିକ ମୁଭି ‘ପାନିପତ’ରେ ପୁଣିଥରେ ସଞ୍ଜୟଙ୍କର ଦମଦାର...

ଦୃଷ୍ଟି ଆକର୍ଷଣ କରୁଛି କ୍ୟାଟ୍ରିନା-ଅକ୍ଷୟଙ୍କ ଭାଇରାଲ ଫଟୋ

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କୈଫ ଓ ନାୟକ ଅକ୍ଷୟ କୁମାର ଦର୍ଶକଙ୍କ ପସନ୍ଦର ଯୋଡି। ଏମାନେ ଏକାଠି ଓ୍ବେଲକମ୍‌ ବ୍ୟାକ୍‌, ଦେ ଦନା ଦନ,...

୩୦ ଜଣଙ୍କୁ ନିଜ ହାତରେ ଖାଦ୍ୟ ପରଷି ଥିଲେ ନୀଳନୟନା

ବଲିଉଡର ଅନ୍ୟତମ ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କୁହାଯାଏ ଯେ ଐଶ୍ୱର୍ଯ୍ୟା ତାଙ୍କ...

ବାପାଙ୍କ ଫିଲ୍ମରେ ଗୀତ ଗାଇଲେ ଆଲିଆ

ମୁମ୍ବାଇ: ‘ହାଇଓ୍ବେ’, ‘ବଦ୍ରିନାଥ କି ଦୁଲ୍‌ହନିଆ’, ‘ଉଡ୍‌ତା ପଞ୍ଜାବ’ ଭଳି ଫିଲ୍ମରେ ନିଜର ବଳିଷ୍ଠ ଅଭିନୟର ନିଦର୍ଶନ ଦେଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଏବେ ସେ...

Advertisement
Archives

Model This Week