Posted inUncategorized

ବର୍ଷା ପରେ ବଢ଼ିଲା ଦୁର୍ଦ୍ଦଶା

ବନ୍ତ,୭।୧(ସ୍ବ.ପ୍ର.)-ଚଳିତବର୍ଷ ପ୍ରଥମେ ଫନୀ, ପରେ ବୁଲବୁଲ ଆଉ ଏବେ ଦାଉ ସାଧିଲା ବର୍ଷା। ଗତ ନଭେମ୍ବରରେ ବୁଲବୁଲ୍‌ ବାତ୍ୟାରେ ଧାନ ଫସଲ ନଷ୍ଟ ହୋଇଥିଲା। ଏ ପର୍ଯ୍ୟନ୍ତ ଚାଷୀମାନଙ୍କୁ କ୍ଷତିପୂରଣ ମିଳି ନ ଥିବାବେଳେ ଏବେ ଅଦିନିଆ ବର୍ଷା ମାଡ଼। ବର୍ତ୍ତମାନ ସୁଦ୍ଧା ବନ୍ତ ବ୍ଲକର ଅର୍ଦ୍ଧାଧିକ ଚାଷଜମିରେ ଧାନ ଅମଳ ହୋଇପାରି ନାହିଁ। କେତେକ ସ୍ଥାନରେ ଚାଷୀମାନେ ଧାନ କାଟି କ୍ଷେତରେ ପକାଇଥିବାବେଳେ ଆଉ କେତେକ ଚାଷଜମିରୁ କଟା ଧାନ ଆଣି ଖଳାରେ ରଖିଛନ୍ତି। ଅମଳ ସମୟରେ ହୋଇଥିବା ବର୍ଷାରେ ଜମି ଓ ଖଳାରେ ଥିବା ଧାନ ଭିଜି ନଷ୍ଟ ହୋଇଯାଇଛି। ବର୍ଷା ସିନା ଛାଡ଼ିଗଲା କିନ୍ତୁ ଏବେ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। କଟା ଧାନ ଥିବା ଜମିରେ ବର୍ଷା ପାଣି ଜମି ରହିଛି। ଚାଷୀମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଧାନ ଫସଲକୁ ସୁରକ୍ଷିତ ରଖିବା ପାଇଁ ଦିନରାତି ଲାଗିପଡ଼ିଛନ୍ତି। ବର୍ଷାରେ ଭିଜି ଯାଇଥିବା ଧାନ ଗଜା ହୋଇଯିବା ଆଶଙ୍କାରେ ସେମାନେ ଜମିରୁ ଆଣି ଖରାରେ ଶୁଖାଉଛନ୍ତି।
ସ୍ଥାନୀୟ କେତେଜଣ ଚାଷୀ କହିଛନ୍ତି ଯେ, ଧାନ ପାଚିବା ସମୟରେ ବାତ୍ୟା ବୁଲ୍‌ବୁଲ୍‌ ଯୋଗୁ ପାଣିରେ ଧାନକେଣ୍ଡା ପଡ଼ି ଅଧିକାଂଶ ଜମିରେ ଫସଲ ନଷ୍ଟ ହୋଇଥିଲା। ଅମଳ ସମୟରେ ଗତ ଡିସେମ୍ବର ୨୬ରେ ବର୍ଷା ହେବା ପରେ କିଛି ପରିମାଣରେ ଫସଲ ସୁରକ୍ଷିତ କରିଥିବାବେଳେ ପୁଣି ଗତ ୩ ତରିଖରେ ବର୍ଷା ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି। ଜମିରେ କଟା ହୋଇପଡ଼ିଥିବା ଧାନ କଳେଇ ଓ ଖଳାରେ ଥିବା ଧାନ ଏବେ ଗଜା ହେବାର ବହୁ ଆଶଙ୍କା ରହିଥିବାବେଳେ ମଣ୍ଡିରେ ବିକ୍ରି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ। ମାଟି ଓଦା ହେବାରୁ କଟା ହେବାକୁ ଥିବା ଜମିରେ ହାରଭେଷ୍ଟର ମେଶିନ ପଶିପାରୁ ନ ଥିବା କାରଣରୁ ଧାନ ଅମଳ ଆହୁରି ବିଳମ୍ବ ହେବ। ବହୁ ପରିଶ୍ରମରେ ଉପାର୍ଜିତ ଫସଲ ଅମଳରେ ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଦାଉ ସାଧୁଥିବାରୁ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସେମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ଭାରତ ସରକାରଙ୍କୁ ଦୋଷାରୋପ କରିବାକୁ ଯାଇ ନିଜ ସରକାରକୁ ପରିହାସ କରିପକାଇଲେ ଇମ୍ରାନଙ୍କ ମନ୍ତ୍ରୀ

ଇସ୍‌ଲାମାବାଦ,୧୭ ।୧୧: ପାକିସ୍ତାନର ନେତା ସବୁବେଳେ ଭାରତ ଉପରେ ମନଗଢା ଅଭିଯୋଗ ଆଣିବାକୁ ପ୍ରୟାସ କରିଥାଆନ୍ତି । ଇମ୍ରାନ ଖାଁଙ୍କ ରେଳମନ୍ତ୍ରୀ ଶେଖ ରସିଦ ଅହମ୍ମଦ...

ଏହି ପତ୍ରକୁ ମେଥି ଶାଗ ଭାବି ଖାଇବା ପରେ ବେହୋସ୍‌ ପରିବାର ଲୋକେ

କନୌଜ,୩୦।୬: ପରିବାର ଲୋକ ହୁଅନ୍ତୁ କି ସାଙ୍ଗ କିମ୍ବା ସର୍ମ୍ପକୀୟଙ୍କ ସହ ବେଳେବେଳେ ଆମେ ମଜାକରେ କିଛି ଏଭଳି କରିଥାଉ, ଯାହା ପରବର୍ତ୍ତୀ ସମୟରେ ସେମାନଙ୍କୁ...

ଅଟୋ ଯନ୍ତ୍ରାଂଶ କ୍ଷେତ୍ରରେ ନିଯୁକ୍ତି ହରାଇଲେ ୧ ଲକ୍ଷ

ନୂଆଦିଲ୍ଲୀ,୭-୧୨: ଅଟୋ ଯନ୍ତ୍ରାଂଶ କ୍ଷେତ୍ରରେ ଗତ ବର୍ଷେ ମଧ୍ୟରେ ୧ ଲକ୍ଷ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଅକ୍ଟୋବର ୨୦୧୮ ଠାରୁ ଚଳିତ ବର୍ଷ ଜୁଲାଇ...

କାହିଁକି ପ୍ରଶଂସକଙ୍କୁ ବ୍ୟାଟରେ ବାଡ଼େଇବାକୁ ଉଠିଥିଲେ ଇଞ୍ଜାମାମ

ନୂଆଦିଲ୍ଲୀ, ୧୮।୭- ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଯେବେ ବି କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥାଏ ଏହା ବେଶ୍‌ ରୋମାଞ୍ଚକ ହୋଇଥାଏ। ସାରା...

ଜୀବନର ସାୟାହ୍ନରେ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ୨୦୧୯ ମସିହାରେ ରସାୟନ ବିଜ୍ଞାନରେ ଯେଉଁ ତିନିଜଣ ନୋବେଲ ବିଜୟୀ ହୋଇଥିଲେ, ସେମାନଙ୍କ ମଧ୍ୟରେ ଅଛନ୍ତି ଜନ୍‌ ଗୁଡ୍‌ଏନଫ୍‌, ଷ୍ଟାନ୍‌ଲେ ହ୍ବିଟ୍ଟିଙ୍ଗହମ୍‌...

୧୮ ବର୍ଷରୁ ଅଧିକ ବୟସ୍କ ଯୁବତୀ ନିଜ ପସନ୍ଦର ଯୁବକଙ୍କ ସହିତ ରହିବାକୁ ସ୍ବତନ୍ତ୍ର: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ସମ୍ବିଧାନ ଅନୁସାରେ ୧୮ ବର୍ଷରୁ ଅଧିକ ବୟସ୍କ ଯୁବତୀ ନିଜ ପସନ୍ଦର ଯୁବକଙ୍କ ସହିତ ରହିବାକୁ ସ୍ବତନ୍ତ୍ର। ସେ ସାବାଳିକା ହୋଇଥିବାରୁ ଏହା...

କରୋନା ଭାଇରସ୍‌ର ଏହି ଲକ୍ଷଣ ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇଛି

ବର୍ଲିନ,୨୦।୩: କରୋନା ଭାଇରସ୍‌ର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି। ଦିନକୁ ଦିନ ବୃଦ୍ଧି ପାଉଥିବା ଏହି ମହାମାରୀ ସହ ମୁକାବିଲା ପାଇଁ ଏପର୍ଯ୍ୟନ୍ତ କୌଣସି...

୨୦୨୦ରେ ଦ୍ୱିଗୁଣା ହେବେ ପ୍ରୋଷ୍ଟେଟ୍ କ୍ୟାନ୍ସର ରୋଗୀ

ଭୁବନେଶ୍ୱର, ୭ା୧୧(ବ୍ୟୁରୋ) ଭାରତରେ ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଗବେଷଣା ଅନୁସାରେ ୨୦୧୦ ଓ ୨୦୧୫ରେ ଭାରତରେ ପ୍ରୋଷ୍ଟେଟ୍‌ କ୍ୟାନ୍‌ସରରେ ପୀଡ଼ିତ ରୋଗୀଙ୍କ...


Coronavirus Update

Archives

Model This Week

Why Dharitri