ବର୍ଷା, ପବନରେ ଦାରିଙ୍ଗବାଡ଼ି ବେହାଲ : ତହସିଲଦାର, ବିଡିଓଙ୍କ ଘଟଣାସ୍ଥଳ ପରିଦର୍ଶନ

ଦାରିଙ୍ଗବାଡ଼ି,୨୦।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ହୋଇଥିବା ବର୍ଷା, ପବନ ଏବଂ କୁଆପଥର ବୃଷ୍ଟିରେ ଅଞ୍ଚଳ ବେହାଲ ହୋଇପଡ଼ିଛି । ଏଥିରେ ବହୁ ଘର ଭାଙ୍ଗିବା ସହ କୁଆପଥର ମାଡ଼ରେ ଆଜବେଷ୍ଟ ଭାଙ୍ଗି ଯାଇ ଘରେ ପାଣି ପଶି ବହୁ କ୍ଷୟକ୍ଷତି ହୋଇଛି । ଉକ୍ତ ବ୍ଳକର ଦାରିଙ୍ଗବାଡ଼ି ସମେତ ଆଖପାଖ ସିମନବାଡ଼ି, କିରିକୁଟି, ତିଲୋରୀ, ସବୁଠାରୁ ଅଧିକ ଶ୍ରାନିକେତା ପଞ୍ଚାୟତର ଶ୍ରାନିକେତା, ଦଣ୍ଡିମା, ସୁଲୁମାହା, ଡବୁଲୁମାହା ଆଦି ଅଞ୍ଚଳରେ କ୍ଷତି ଘଟିଛି । କ୍ଷତିଗ୍ରସ୍ତ ଲୋକମାନେ ରାଜସ୍ବ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ଖବରପାଇ ଦାରିଙ୍ଗବାଡ଼ି ପୋଲିସ ଗୁରୁବାର ସନ୍ଧ୍ୟାରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଶୁକ୍ରବାର ଦାରିଙ୍ଗବାଡ଼ି ତହସିଲଦାର ନୀତୀଶ ତ୍ରିପାଠୀ, ବିଡିଓ ମାତାରାମ ଲେୟାଙ୍ଗି ପ୍ରମୁଖ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତିି । ପ୍ରାଥମିକ ଭାବେ ଘର ଛପର ଉଡ଼ିଥିବା ଏବଂ ଆଜବେଷ୍ଟସ ଭାଙ୍ଗିଥିବା ପରିବାର ଲୋକଙ୍କୁ ପଲିଥିନ ଯୋଗାଇ ଦିଆଯାଉଥିବା ତହସିଲଦାର ତ୍ରିପାଠୀ ସୂଚନା ଦେଇଛନ୍ତି ।
ମଧ୍ୟରାତ୍ରିରେ ମଧ୍ୟ ପବନ ସହ ଘଡ଼ଘଡ଼ି, ବିଜୁଳି ପ୍ରବଳମାତ୍ରାରେ ହେବା ଯୋଗୁ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ଭାଙ୍ଗିଯିବା ସହ ରୁତୁଙ୍ଗିଆରେ ସବ୍‌ଷ୍ଟେଶନ ଭାଙ୍ଗି ତଳେ ପଡ଼ି ଯାଇଛି । ଏ ନେଇ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇପାରିନାହିଁ । ଫଳରେ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତର ପ୍ରାୟ ୪୦ ହଜାର ଲୋକ ଅନ୍ଧାରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ତାଳଚେର,୨୯।୩(ଡି.ଏନ୍‌.ଏ.): ତାଳଚେର ଆରଆରଡବ୍ଲ୍ୟୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଲାଞ୍ଚ ନେବା ଅଭିଯୋଗରେ ଯନ୍ତ୍ରୀ ସାହୁଙ୍କ...

ଯନ୍ତ୍ରଣାରେ ଛଟପଟ ସନ୍ତୋଷ

ବଇଣ୍ଡା,୧୭।୧୦(ଡି.ଏନ.ଏ.)- ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ ପଡିଯାଇ ପେଟରେ ଆଘାତ ପାଇଥିଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମର ସନ୍ତୋଷ ସାହୁ (୩୦)। ଜିଲା ମୁଖ୍ୟ...

୮୦ ହଜାର ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ

ମାଲକାନଗିରି,୨୬ା୬(ଡି.ଏନ୍‌.ଏ.)-ସରକାରୀ ଜାଗାରେ ଘର କରିବା ନେଇ ହୋଇଥିବା ମାମଲାକୁ ଉଠାଇଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣି ୮୦ ହଜାର ଟଙ୍କା...

ନିର୍ଦ୍ଦେଶ ଅବମାନନା କରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସସ୍‌ପେଣ୍ଡ

ଦାରିଙ୍ଗବାଡ଼ି,୧୯।୬(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନ ବିଇଓଙ୍କ ନିର୍ଦ୍ଦେଶକୁ ଅବମାନନା କରିବା...

ଗାଁରେ ଆତଙ୍କ ଖେଳାଉଛନ୍ତି ହାତୀପଲ

ବାଲେଶ୍ୱର ଅଫିସ,୫ା୧୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧିନସ୍ଥ ନଟାକଟା ପଞ୍ଚାୟତରେ ଶନିବାର ରାତିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲା ମୋରଡ଼ା ଅଞ୍ଚଳରୁ...

ସହର ଉପକଣ୍ଠରେ ଗୋଠଛଡ଼ା ଦନ୍ତା

ବାରିପଦା ଅଫିସ,୨୬ା୧୨: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠରେ ସୋମବାର ସକାଳେ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ସୃଷ୍ଟି କରିଥିଲା। ବାରିପଦା ରେଞ୍ଜ ଅଧୀନ ଭୁଗୁଡ଼ାକଟା...

ଝାରସୁଗୁଡ଼ାରେ ୨୦ ତାରିଖ ସୁଦ୍ଧା କୋଭିଡ୍‌ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସରିବ

ଝାରସୁଗୁଡା ଅଫିସ,୧୮ା୪-ଝାରସୁଗୁଡା ସହରରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଳିଛି। ସହରର ମଙ୍ଗଳବଜାରସ୍ଥିତ ପୁରୁଣା ଜିଲା...

ବର୍ଷେ ପରେ କମିନି ଭୟ

ଢେଙ୍କାନାଳ ଅଫିସ, ୯।୪ ୨୦୨୦ ଏପ୍ରିଲ ୯। ଏହି ଦିନ କରୋନା ମ୍ୟାପ୍‌ରେ ସାମିଲ ହୋଇଥିଲା ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲା। ପୌରାଞ୍ଚଳରୁ ଚିହ୍ନଟ ହୋଇଥିଲେ ପ୍ରଥମ...

Advertisement
Archives

Model This Week