Posted inରାଜ୍ୟ

ବର୍ଷା ଆଗମନର ସୂଚନା ଦିଏ ବାଇଚଢ଼େଇ

ଗଣିଆ,୧୯ା୫(ଡି.ଏନ.ଏ.)- ଆଜିର ବିଜ୍ଞାନ ଯୁଗରେ ଲୋକମାନେ ପୂର୍ବରୁ ପ୍ରାକୃତିକ ଜଳବାୟୁ ସମ୍ପର୍କରେ ଜାଣିପାରୁଛନ୍ତି। ହେଲେ ଅତୀତରେ ପ୍ରାକୃତିକ ଜଳବାୟୁ ଓ ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ବିପର୍ଯ୍ୟୟ ସମ୍ପର୍କରେ ପଶୁପକ୍ଷୀଙ୍କଠାରୁ ସୂଚନା ମିଳୁଥିଲା। ଯେପରିକି ଭୂମିକମ୍ପ ପୂର୍ବରୁ ମୂଷାମାନେ ଗାତରୁ ବାହାରି ଏଣେତେଣେ ଦୌଡିଥାନ୍ତି। ବନ୍ୟା ଆସିବା ଆଗରୁ ପିମ୍ପୁଡି ଓ ଜନ୍ଦାମାନେ ନିଚ୍ଚସ୍ଥାନରୁ ବାହାରି ଉଚ୍ଚସ୍ଥାନକୁ ଚାଲିଯାଇଥାନ୍ତି। ଘରଚଟିଆର ଧୂଳିଗାଧୁଆ ଦେଖି ଲୋକମାନେ ହଠାତ୍‌ ବର୍ଷା ହେବାର ପ୍ରାକ୍‌ ସୂଚନା ପାଇଥାନ୍ତି। ସେହିପରି ମୌସୁମୀ ବର୍ଷା ଆଗମନ ପୂର୍ବରୁ ବାଇଚଢେଇ ଉଚ୍ଚ ଗଛରେ ବସା ବାନ୍ଧିବା ଆରମ୍ଭ କରିଦେଇଥାଏ। ସେଥିପାଇଁ ବିଗତ ସମୟରେ ବାଇଚଢେଇକୁ ଚାଷୀକୁଳ ତା’ର ପାଣିପାଗ କେନ୍ଦ୍ର ବୋଲି ଆଖ୍ୟା ଦେଇଆସୁଥିଲା ା ବାଇଚଢେଇର ବସା ବାନ୍ଧିବା ଦେଖି ଚାଷୀମାନେ ଚାଷବାସ ପାଇଁ ପ୍ରସ୍ତୁତ ହୋଇଥାନ୍ତି। ଅନ୍ୟ ପକ୍ଷୀମାନଙ୍କ ତୁଳନାରେ ବାଇଚଢେଇ କ୍ଷୁଦ୍ର ହୋଇଥିଲେ ମଧ୍ୟ ଏହାର କାରିଗରି କୁଶଳୀ ଜ୍ଞାନ ଅତ୍ୟନ୍ତ ନିପୁଣ। ଏଥିପାଇଁ ଏହି ପକ୍ଷୀଟିକୁ କେହି କେହି ଯନ୍ତ୍ରୀ ପକ୍ଷୀର ଆଖ୍ୟା ଦେଇଥାନ୍ତି। ଏହି ପକ୍ଷୀଟି ନିଜ ଥଣ୍ଟ ସାହାଯ୍ୟରେ ଖଜୁରି, ନଡିଆ ଓ ତାଳପତ୍ରକୁ ଚିରି ପାତି କରି ଅତିସୂଷ୍ମ ଭାବରେ ନିଜର ବସା ତିଆରି କରିଥାଏ। ଯେତେ ଝଡତୋଫାନ ଆସିଲେ ମଧ୍ୟ ବସା ମଧ୍ୟକୁ ପାଣି ଭେଦ କରିପାରି ନ ଥାଏ ା ବିଶେଷକରି ନଡିଆ, ତାଳ ପରି ବହୁ ଉଚ୍ଚ ଗଛ ପତ୍ରର ଅଗ୍ରଭାଗରେ ଏହି ଚଢେଇ ନିଜର ବସା ବାନ୍ଧିଥାଏ। ଏହାଦ୍ୱାରା ସେ ଶତ୍ରୁ ଦାଉରୁ ନିଜକୁ ସୁରକ୍ଷିତ ରଖିଥାଏ ା ବାଇଚଢେଇ ଦୁଇପ୍ରକାର ବସା ତିଆରି କରିଥାଏ। ମାଈ ବାଇଚଢେଇଟି ଯେଉଁ ବସାରେ ଡିମ୍ବ ବା ଛୁଆ ଦେଇଥାଏ ତାହାକୁ ସେ ଏକ ସୁରକ୍ଷିତ ଖୋଳପା ଭାବେ ନିର୍ମାଣ କରିଥାଏ। ସେହିପରି ଅଣ୍ଡିରା ବାଇଚଢେଇ ତା’ ବସାକୁ ଏକ ଦୋଳି ସଦୃଶ୍ୟ ତିଆରି କରିଥାଏ। ସୁଲୁସୁଲିଆ ପବନ ବହୁଥିବା ବେଳେ ନଡିଆ, ଖଜୁରି ଓ ତାଳ ଭଳି ଉଚ୍ଚା ଉଚ୍ଚା ଗଛରେ ବାଇଚଢେଇ ବସାରେ ବସି ଦୋହଲୁଥିବା ଦୃଶ୍ୟ ବେଶ୍‌ ମନୋମୁଗ୍ଧକର। ଏହି ପକ୍ଷୀର ବସା ନିର୍ମାଣ ଶୈଳୀ ସମ୍ପର୍କରେ ଯନ୍ତ୍ରୀ ଓ ବିଜ୍ଞାନୀମାନେ ଏବେ ବି ରିସର୍ଚ୍ଚ ଜାରି ରଖିଛନ୍ତି। ଧୂସର ରଙ୍ଗର ଏହି ଚଢେଇର ମୁଣ୍ଡରେ ଟୋପି ସଦୃଶ ଏକ ହଳଦୀ ରଙ୍ଗର ଚିହ୍ନ ରହିଥାଏ। ବସାରେ ବସିଥିବା ବେଳେ ଏହାର କିଚିରିମିଚିରି ଶବ୍ଦ ପ୍ରକୃତିପ୍ରେମୀଙ୍କୁ ବେଶ୍‌ ଆନନ୍ଦ ଦେଇଥାଏ। ତେବେ ଦିନକୁ ଦିନ ତାଳ, ଖଜୁରି ଓ ନଡିଆ ଗଛ ଲୋପ ପାଉଥିବାରୁ ବାଇଚଢେଇଙ୍କୁ ଆଉ ପୂର୍ବଭଳି ବହୁ ପରିମାଣରେ ଦେଖିବାକୁ ମିଳୁନାହିଁ। ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଅଧିକ ପରିମାଣର ଖଜୁରି ଓ ତାଳଗଛ ରୋପଣ କରାଯାଇ ଏମାନଙ୍କ ସଂରକ୍ଷଣ ପାଇଁ ଧ୍ୟାନ ଦିଆଗଲେ ଏହି ଚଢେଇ ବଂଶ ବିସ୍ତାର ହୋଇପାରନ୍ତା ବୋଲି ବହୁ ପ୍ରକୃତିପ୍ରେମୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…

ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ…

ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…

ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍‌ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼…

‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ବ୍ରିଜ କାନ୍ଥକୁ ପିଟି ହୋଇ ଓଲଟି ପଡିଲା CRPF ବାଟାଲିଅନ ଗାଡ଼ି, ୨ ଗୁରୁତର

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର ): ଦୁର୍ଘଟଣା ଗସ୍ତ ହେଲା CRPF ବାଟାଲିଅନ ଗାଡ଼ି । ସମ୍ବଲପୁର ବରଗଡ଼ ୫୩ନଂ ଜାତୀୟ ରାଜପଥ ଅତାବିରା ଦମଦମା ପୋଲ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri