ବର୍ଷାମାଡ଼ ଖାଉଛନ୍ତି ରୋଗୀ

ବ୍ରହ୍ମପୁର ଅଫିସ୍‌,୪ା୯-ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ୍‌ ହସ୍‌ପିଟାଲ୍‌ ତଥା ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ରୋଗୀସେବା ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି। ଦୂରଦୂରାନ୍ତରରୁ ଆସୁଥିବା ରୋଗୀମାନେ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇପାରୁ ନାହାନ୍ତି। କେବଳ କୋଠା ନିର୍ମାଣ ପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରୁନାହିଁ। ଏହାର ଏକ ଉଦାହରଣ ମଙ୍ଗଳବାର ଦେଖିବାକୁ ମିଳିଥିଲା। ବର୍ଷା ସତ୍ତ୍ୱେ ରୋଗୀମାନଙ୍କୁ ଷ୍ଟ୍ରେଚର୍‌ରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ନିଆଯାଉଥିଲା। ରୋଗୀଙ୍କୁ ବର୍ଷାରୁ ରକ୍ଷା କରିବା ପାଇଁ ସମ୍ପର୍କୀୟମାନେ ଛତା ଧରିଥିବା ଦେଖାଦେଇଥିଲା। ଗୁରୁତର ରୋଗୀଙ୍କ ଦେହରେ ବର୍ଷା ପାଣି ପଡ଼ିଲେ ସଂକ୍ରମଣ ହେବାର ଆଶଙ୍କା ରହିଛି। ତଥାପି ଅନ୍ୟ ବ୍ୟବସ୍ଥା ନ ଥିବା ଯୋଗୁ ବର୍ଷା ସତ୍ତ୍ୱେ ଷ୍ଟ୍ରେଚର୍‌ରେ ରୋଗୀଙ୍କୁ ବୁହାଯାଇଥିଲା। ସେହିଭଳି ବିଭିନ୍ନ ଆଘାତ ଯୋଗୁ ଯେଉଁ ରୋଗୀଙ୍କୁ ଡ୍ରେସିଂ କରାଯାଇ ପଟି ବନ୍ଧା ଯାଇଥିଲା, ସେମାନେ ମଧ୍ୟ ବର୍ଷାରେ ଓଦା ହେଉଥିଲେ। ଫଳରେ ଡ୍ରେସିଂ ଓଦା ହୋଇଯାଇଥିଲା। ଏହାକୁ ନେଇ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏମ୍‌କେସିଜିରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ସରକାର ପ୍ରଚାର କରୁଥିବା ବେଳେ ଏହା ହିଁ ତାର ବାସ୍ତବ ଚିତ୍ର ବୋଲି ସମ୍ପର୍କୀୟମାନେ ପ୍ରକାଶ କରିଥିଲେ। ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ରାଜ୍ୟ ସରକାରଙ୍କ ସଫଳତା ପ୍ରଚାର କରିବା ପାଇଁ ଦୁଇଟି ବଡ଼ ବଡ଼ ଏଲ୍‌ଇଡି ଡିସ୍‌ପ୍ଲେ ଲଗାଯାଇଛି। ଦିନ ତମାମ୍‌ ସେଥିରେ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ପ୍ରଶଂସା କରାଯାଉଛି। ଅଥଚ ରୋଗୀଙ୍କୁ ନେବା ଆଣିବା କରିବା ପାଇଁ ସରକାର ବ୍ୟାଟେରି ଗାଡ଼ି ଯୋଗାଇ ଦେବାରେ ବିଫଳ ହେବା ନିନ୍ଦନୀୟ ବୋଲି ରୋଗୀ ସମ୍ପର୍କୀୟମାନେ କହିଛନ୍ତି।
ଏଭଳି ଅବ୍ୟବସ୍ଥା କେବଳ ଗୋଟିଏ ଦିନର ନୁହେଁ, ଅନେକ ବର୍ଷ ହେଲା ରୋଗୀଙ୍କୁ ଖୋଲା ଷ୍ଟ୍ରେଚର୍‌ରେ ନେବା ଆଣିବା କରାଯାଉଛି। କେବେ ଟାଣ ଖରାରେ ତ ପୁଣି ଆଉ କେବେ ବର୍ଷାରେ। ଏମ୍‌କେସିଜି ପରିସରରେ ଅନେକ ବଡ଼ ବଡ଼ କୋଠାରେ ବିଭିନ୍ନ ବିଭାଗ ରହିଛି। କିନ୍ତୁ ରୋଗୀଙ୍କ ଏକ୍ସ-ରେ, ଏମ୍‌ଆର୍‌ଆଇ, ଅଲ୍‌ଟ୍ରାସାଉଣ୍ଡ, ସିଟି ସ୍କାନ କରିବାକୁ ରଞ୍ଜନରଶ୍ମି କୋଠାକୁ ନେବାକୁ ପଡ଼ୁଛି, ଯାହା ପ୍ରାୟ ୩ଶହ ମିଟର ଦୂରରେ ରହିଛି। ସେହିଭଳି ଅନ୍ୟାନ୍ୟ ପରୀକ୍ଷା ପାଇଁ ମଧ୍ୟ ଆବଶ୍ୟକ ସ୍ଥାନକୁ ସ୍ଥାନାନ୍ତର କରାଯାଏ। ଅପରପକ୍ଷେ ଅଧିକାଂଶ ସମୟରେ ଆଶୁ ଚିକିତ୍ସା ବିଭାଗରୁ ୱାର୍ଡ଼କୁ ନେବାକୁ ମଧ୍ୟ ପଡ଼ିଥାଏ। ରୋଗୀଙ୍କୁ ନେବାଆଣିବା କରିବା ପାଇଁ ହ୍ବିଲ୍‌ଚେୟାର୍‌ ଏବଂ ଷ୍ଟ୍ରେଚର୍‌ ବ୍ୟବସ୍ଥା ରହିଛି। କିନ୍ତୁ ବ୍ୟାଟେରି ଚାଳିତ ଗାଡ଼ି ବ୍ୟବସ୍ଥା ନାହିଁ। କଟକ ବଡ଼ ମେଡ଼ିକାଲ୍‌ ସହ ରାଜ୍ୟର ଅନ୍ୟାନ୍ୟ ମେଡ଼ିକାଲ୍‌ଗୁଡ଼ିକରେ ବ୍ୟାଟେରି ଚାଳିତ ଗାଡ଼ିରେ ରୋଗୀଙ୍କୁ ନେବାଆଣିବା କରାଯାଉଛି। ରାଜ୍ୟ ସରକାରଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁ ବ୍ରହ୍ମପୁର ଏମ୍‌କେସିଜିର ରୋଗୀମାନେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ପୂର୍ବରୁ ବିଭିନ୍ନ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରି ନାହିଁ।
ଏନେଇ ଅଧ୍ୟକ୍ଷ ଡା. ଚରଣ ପଣ୍ଡାଙ୍କ ସହ ଯୋଗାଯୋଗ କରାଯାଇଥିଲା। ତାଙ୍କ କହିବାନୁଯାୟୀ, ବ୍ୟାଟେରି ଚାଳିତ ଗାଡ଼ି ବ୍ୟବସ୍ଥା କରିବା ପାଇଁ ଯୋଜନା ରହିଛି। ଖୁବ୍‌ ଶୀଘ୍ର ସ୍ବାସ୍ଥ୍ୟ ବିକାଶ ସମିତିର ବୈଠକ ବସିବ। ସେଥିରେ ଏମ୍‌ପି ଏବଂ ବିଧାୟକ ଯୋଗଦେବାକୁ ଥିବା ଯୋଗୁ ତାଙ୍କୁ ପାଣ୍ଠି ଦେବାକୁ ପ୍ରସ୍ତାବ ଦିଆଯିବ। ନଚେତ୍‌ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଆସନ୍ତା ମାସେ କି ଦୁଇ ମାସ ମଧ୍ୟରେ ବ୍ୟାଟେରିଚାଳିତ ଗାଡ଼ି ବ୍ୟବସ୍ଥା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

ବନ୍ୟାଞ୍ଚଳରେ ଉପମୁଖ୍ୟମନ୍ତ୍ରୀ: କୃଷି ଋଣ ଛାଡ଼ ସହ କ୍ଷତିପୂରଣ ପାଇ ଦାବି କଲେ ବିପନ୍ନ

ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ…

ରାସ୍ତାକଡ଼ରେ ବିତୁଛି ନୀଳାଚଳଙ୍କ ଜୀବନ, ଘର ଖଣ୍ଡିଏ ପାଇଁ ସରକାରଙ୍କୁ କଲେ ନିବେଦନ

ଗଞ୍ଜାମ,୫।୮ (ବିଦ୍ୟାଧର ସାହୁ ): ଗରିବ ଜନ ସାଧାରଣଙ୍କ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚି…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ତାତିଲେ Gen-G: ଏହି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୫।୮ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଐତିହ୍ୟ ସମ୍ପନ୍ନ ଧରଣୀ ଧର ସୟଂ ଶାସିତ ମହାବିଦ୍ୟାଳୟର ସୁରକ୍ଷା ଦାବି ଜୋର୍‌ ଧରିଛି। ଜିଲାର ଏକ ମାତ୍ର ସାଧାରଣ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri