ବର୍ଷାଜଳ ନିଷ୍କାସନ ପାଇଁ ବିଧାୟକଙ୍କ ସହ ଆଲୋଚନା

ଜଳେଶ୍ୱର,୨୪ା୯- ୨୦୧୪ ମସିହାରୁ ଜଳେଶ୍ୱର ମ୍ୟୁନିସିପାଲିଟି ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟ ଯୋଜନା ମୁତାବକ କାର୍ଯ୍ୟକାରୀ ହୋଇପାରିନାହିଁ। ନିମ୍ନମାନର ରାସ୍ତା ନିର୍ମାଣ, ପାଣି ନିଷ୍କାସନ ରାସ୍ତାରେ ଜବରଦଖଲ କରି ଗୃହ ନିର୍ମାଣ, ରାସ୍ତା ପାର୍ଶ୍ୱରେ ଡ୍ରେନ ନ କରି ରାସ୍ତା ନିର୍ମାଣ, ଗୃହ ନିର୍ମାଣ ସମୟରେ ମ୍ୟୁନିସିପାଲିଟି ଦ୍ୱାରା ନକ୍ସା ପାସ୍‌ ନ କରିବା ଆଦି କାର୍ଯ୍ୟକୁ ମ୍ୟୁନିସିପାଲିଟିର ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀ ଓ ରାଜନୈତିକ ନେତୃବୃନ୍ଦ ଅଣଦେଖା କରିବାରୁ ଅଧିବାସୀମାନେ ଅସୁବିଧାରେ ପଡୁଛନ୍ତି ବୋଲି ଜଳେଶ୍ୱର ଡାକ ବଙ୍ଗଳା ପରିସରରେ ପୂର୍ବତନ ଅଧ୍ୟକ୍ଷ ପ୍ରବୀର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ମ୍ୟୁନିସିପାଲିଟିର ୬ନଂ., ୯ନଂ. ୱାର୍ଡ଼ର ଅଧିବାସୀମାନେ ଦୀର୍ଘଦିନରୁ ଜଳବନ୍ଦୀ ହୋଇ ରହିଛନ୍ତି। ବିଭିନ୍ନ ସମୟରେ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ, ଉପଜିଲାପାଳ ତଥା ଜିଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ନ ହେବାରୁ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ସହ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା, ଯୋଜନାଭୁକ୍ତ ଭାବେ ନିର୍ମାଣ କାର୍ଯ୍ୟ କରିବା, ଜଳନିଷ୍କାସନ ରାସ୍ତାକୁ ପରିଷ୍କାର କରିବା ଆଦି କାର୍ଯ୍ୟ ପ୍ରତି ଗୁରୁତ୍ୱ ଦେଇ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ବିଧାୟକ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ମାନସ ରଞ୍ଜନ ସେଠୀ, ଉପଜିଲାପାଳ ନିଲୁ ମହାପାତ୍ର ଓ ପୌରାଧ୍ୟକ୍ଷ ହୃଷିକେଶ ପାଣିଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବୈଠକରେ ପୂର୍ବତନ କାଉନ୍‌ସିଲର ତଥା ଆଇନଜୀବୀ ନିତ୍ୟଗୋପାଳ ଦାସ, ପୂର୍ବତନ କାଉନ୍‌ସିଲର ଅର୍ଚ୍ଚନା ଗିରି, ରବୀନ୍ଦ୍ର ପାତ୍ର, ଗ୍ରାମ୍ୟ ମୁଖ୍ୟ ଯଜ୍ଞେଶ୍ୱର ଜେନା, ଚନ୍ଦନ ଦାସ, ବାଦଲ ଦାସ, ଭବାନୀ ଶଙ୍କର ପାତ୍ର, ସମର କରଣ, ସୁଧୀର କାମିଳା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଶେଷରେ ପୂର୍ଣ୍ଣେନ୍ଦୁ ନନ୍ଦୀ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ କରତକଳ ଉପରେ ଚଢ଼ାଉ୬ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ

ବସ୍ତା, ୧୦।୬(ସ୍ବ.ପ୍ର.)-ଭିଜିଲାନ୍ସ ଓ ବନବିଭାଗ ପକ୍ଷରୁ ସୋମବାର ମିଳିତ ଭାବେ ଚଢ଼ାଉ କରାଯାଇ ଦୁଇଟି ସ୍ଥାନରେ ବେଆଇନ ଭାବେ ଚାଲିଥିବା କରତ କଳରୁ ପ୍ରାୟ ୬...

ରାଜ୍ୟ ରାଜପଥ ୮ ଘଣ୍ଟା ଠପ୍‌

ଭୋଗରାଇ, ୨୧ା୧୧(ଡ଼ି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନଂ. ରାଜ୍ୟ ରାଜପଥ ଦାରୁହା ଛକଠାରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସ୍ଥାନାନ୍ତରକୁ ବିରୋଧ କରି ସ୍ଥାନୀୟ...

ବରଯାତ୍ରୀ ନେଇ ଆସିଥିବା ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ପାଟଣା,୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଏରେଣ୍ଡେଇ ପଞ୍ଚାୟତ ଦହିବୁଡା ହୁଡିସାହି ବାଙ୍କ ନିକଟରେ ଶନିବାର ସକାଳେ ଏକ ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି...

ସ୍ତ୍ରୀ ଓଢଣୀରେ ଫାଶୀ ଲଗାଇଲେ ସ୍ବାମୀ

ପାଟଣା,୧୪।୨(ସ୍ବ.ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସଁରାପଶି ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଲହରୁ ସ୍ତ୍ରୀର...

ଭିଜିଲାନ୍ସ ଜାଲରେ ଏଏସ୍‌ଆଇ, ହୋମଗାର୍ଡ

ବାଲେଶ୍ୱର ଅଫିସ,୧ା୩: ବାଲେଶ୍ୱର ଖନ୍ତାପଡ଼ା ଥାନାରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଥାନା ଏଏସ୍‌ଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶୀକାନ୍ତ ମହାପାତ୍ର ୨୦ହଜାର ଟଙ୍କା ଲାଞ୍ଚ...

କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଘଟଣା: ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇନି ପୋଲିସ

ସଜନାଗଡ଼, ୩୦।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍‌ପୁର ଥାନା ଅଧୀନ ତେଲିପାଳ ଆଶ୍ରମ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ ଓଡ଼ିଆ ଯୁବତୀଙ୍କୁ ଗାଧୁଆଘରେ ଗତ...

ବିପଦ ମୁହଁରେ ୧୬୯ ଗାଁ

ଜଳେଶ୍ୱର,୨୨ା୮(ଡି.ଏନ.ଏ.): ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆସୁଥିବାରୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ୨୮ପଞ୍ଚାୟତର ୧୬୯ଟି ଗାଁ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଶତାଧିକ...

ନେତୁଆ-ଆଡ଼ିନଗା ରାସ୍ତା ପାଇଁ ୮.୦୮ କୋଟି ମଞ୍ଜୁର

ଜଳେଶ୍ୱର,୨୦।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ଉପାନ୍ତ ଗ୍ରାମ ସହିତ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲା ମୋହନପୁର ସହିତ ଗମନାଗମନ ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଆନ୍ତଃ ରାଜ୍ୟ ସଂଯୋଗୀକରଣ...

Advertisement
Archives

Model This Week