Posted inଖେଳ

ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ରୋହିତ

ଦୁବାଇ, ୧୫।୧- ଭାରତୀୟ ଦଳର ବିସ୍ଫୋରକ ଓପନର ରୋହିତ ଶର୍ମା ବୁଧବାର ଆଇସିସି ଦିନିକିଆ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପାଇଛନ୍ତି। ୨୦୧୯ରେ ଦିନିକିଆ ଫର୍ମାଟ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ତାଙ୍କ ସାଥୀ ତଥା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସ୍ପିରିଟ୍‌ ଅଫ୍‌ କ୍ରିକେଟ ପୁରସ୍କାର ପ୍ରଦାନ କରାଯାଇଛି। ସେ ଆଇସିସି ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କୁ ଚିଡ଼ାଉଥିବା ପ୍ରଶଂସକଙ୍କୁ ରୋକିଥିଲେ ବୋଲି ଆଇସିସି ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ବିଶ୍ୱକପ୍‌ ବିଜେତା ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳି ଭାବେ ସାର୍‌ ଗାରଫିଲ୍ଡ ସୋବର୍ସ ଟ୍ରଫି ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୩୨ ବର୍ଷୀୟ ରୋହିତ ବିଶ୍ୱକପ୍‌ରେ ୫ ଶତକ ସହ ୨୦୧୯ରେ ସମସ୍ତ ଫର୍ମାଟ୍‌ରେ ମୋଟ ୧୦ ଶତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରୀଲଙ୍କା କିମ୍ବଦନ୍ତୀଙ୍କୁ ଭାରତୀୟ ମହିଳା ଦଳର ଉପହାର

ମେଲବୋର୍ନ,୨ା୩- ଚଳିତ ମହିଳା ଟି୨୦ ବିଶ୍ୱକପ୍‌ରେ ସୋମବାର ଅନୁଷ୍ଠିତ ଗ୍ରୁପ୍‌ ଏ’ର ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କା ୯ ଉଇକେଟରେ ବାଂଲାଦେଶକୁ ହରାଇ ଦେଇଛି। ଏହି ବିଜୟ...

ଓଡ଼ିଶା ମହିଳା ଥ୍ରୋ ବଲ୍‌ ଦଳକୁ ରୌପ୍ୟ ପଦକ

ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି)-ବର୍ଦ୍ଧମାନଠାରେ ମଙ୍ଗଳବାର ଶେଷ ହୋଇଥିବା ଜାତୀୟ ସିନିୟର ଥ୍ରୋ ବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ମହିଳା ଦଳ ରନର୍ସଅପ୍‌ ହୋଇ ଐତିହାସିକ ସଫଳତା ଲାଭ...

କ୍ରୁନାଲଙ୍କୁ କ୍ଷମା ପ୍ରାର୍ଥନା କଲେ ହାର୍ଦ୍ଦିକ

ମୁମ୍ବାଇ,୧୧।୯: ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ରେ ବ୍ଲୁ ଜର୍ସିରେ ଦେଖିବାକୁ ମିଳିବ। ବୁଧବାର ପାଣ୍ଡ୍ୟା ବ୍ରଦର୍ସ ଅଭ୍ୟାସ...

ଐତିହାସିକ ମ୍ୟାଚ୍‌ରେ ପଙ୍କଜ ଅତିଥି

କଟକ ଅଫିସ,୨୩।୧୧- ଇଡେନ୍‌ ଗାର୍ଡେନଠାରେ ଖେଳାଯାଉଥିବା ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତି ସ୍ବତନ୍ତ୍ର ଅତିଥି ଭାବେ...

ଅଶୋକ ସାହୁ ଜିଏଫ୍‌ଆଇ ଚୟନ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର, ୩୦।୫(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଜିମ୍ନାଷ୍ଟିକ୍‌ ଆସୋସିଏଶନ(ଓଜିଏ) ସମ୍ପାଦକ ଅଶୋକ ସାହୁ ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ( ଜିଏଫଆଇ) ଚୟନ କମିଟି ଅଧ୍ୟକ୍ଷଭାବେ ନିଯୁକ୍ତ ହୋଇଛନ୍ତି।...

ମେସିଙ୍କ ଗୋଲରେ ବ୍ରାଜିଲକୁ ହରାଇଲା ଆର୍ଜେଣ୍ଟିନା

ରିୟାଦ,୧୬।୧୧- ଅନ୍ତର୍ଜାତୀୟ ବାସନ୍ଦାଦେଶ ପରେ ଫେରିଥିବା ଲିଓନେଲ ମେସିଙ୍କ ଗୋଲ ଯୋଗୁ ୧-୦ ଗୋଲରେ ବ୍ରାଜିଲକୁ ସୌଦି ଆରବରେ ହରାଇ ଦେଇଛି। ଦକ୍ଷିଣ ଆମେରିକା ଫୁଟ୍‌ବଲ...

ଖେଳାଳିଙ୍କୁ ବକେୟା ପାଉଣା ଦେଲା ମୋହନବାଗାନ

କୋଲକାତା, ୮ା୭ (ପି.ଟି.)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଦଳ ଏଟିକେ ସହିତ ବିଧିବଦ୍ଧ ମିଶ୍ରଣର ୩ ଦିନ ପୂର୍ବରୁ ସହରର ଅନ୍ୟତମ ଶକ୍ତିଶାଳୀ ଫୁଟ୍‌ବଲ କ୍ଲବ...

ବେଲି ଅଷ୍ଟ୍ରେଲିଆ କ୍ରିକେଟ ଚୟନକାର୍ତ୍ତା

ସିଡ୍‌ନୀ,୨୭।୧୧(ଏଏଫ୍‌ପି): ପୂର୍ବତନ ଟି୨୦ ଦଳର ଅଧିନାୟକ ଜର୍ଜ ବେଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ଚୟନକର୍ତ୍ତା ପଦରେ ବୁଧବାର ନିଯୁକ୍ତ ହୋଇଛନ୍ତି। ସେ ୩ ଜଣିଆ ଜାତୀୟ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *