Posted inଫୁରସତ

ବରଫ ଭିତରେ ୬ ମାସ

ବାନ୍ଦୀପୋରା: ଭୌଗୋଳିକ ଅବସ୍ଥିତିକୁ ନେଇ ସର୍ବଦା ବିବାଦୀୟ ଗୁରେଜ୍‌ ଘାଟି। ଭାରତ-ପାକିସ୍ତାନ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି)ର ଦୁଇପାର୍ଶ୍ୱରେ ବିସ୍ତାରିତ ଏହି ବିବାଦୀୟ ଭୂଖଣ୍ଡ ଏବେ ବି ଦୁର୍ଗମ। ୮୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ଅଞ୍ଚଳ ବର୍ଷତମାମ ବରଫରେ ଢାଙ୍କି ହୋଇ ରହୁଥିବାବେଳେ ପାଖାପାଖି ୬ମାସ ବନ୍ଦୀଜୀବନ ବିତାଇଥାନ୍ତି ୪୦ ହଜାର ବାସିନ୍ଦା।
ପାକିସ୍ତାନ ପଟୁ ଆକ୍ରମଣ ଭୟ। ଆତଙ୍କବାଦୀଙ୍କ ଅନୁପ୍ରବେଶ। ବରଫାବୃତ୍ତ ଅଞ୍ଚଳ। ଏପରି ପ୍ରତିକୂଳ ପରିବେଶ ସତ୍ତ୍ୱେ ଗୁରେଜ୍‌ ଘାଟିର ନୈସର୍ଗିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ କିମିଆ କରେ। ଖାସ୍‌ ଏହି କାରଣରୁ ଏହି ଘାଟି ଜାତୀୟ ପର୍ଯ୍ୟଟନର ଦିଗକୁ ପ୍ରଶସ୍ତ କରିଛି। ହେଲେ ଏହି ସ୍ଥାନରେ ପହଞ୍ଚିବା ଏତେ ସହଜ ନୁହେଁ। ଜିଲା ମୁଖ୍ୟାଳୟ ବାନ୍ଦୀପୋରାରୁ ଗୁରେଜ୍‌କୁ ସଂଯୋଗ କରୁଥିବା ୮୬ କି.ମି. ଦୀର୍ଘ ରାସ୍ତା ଅତି ବିପଜ୍ଜନକ। ସମୁଦ୍ର ପତ୍ତନରୁ ହାରାହାରି ସାଢ଼େ ୧୧ ହଜାର ଫୁଟ ଉଚ୍ଚରେ ଥିବା ଘାଟି ରାସ୍ତା ଶୀତଦିନେ ୩୫ ଫୁଟ ଯାଏ ବରଫ ଢାଙ୍କି ହୋଇ ରହିଥାଏ। ଏହି କାରଣରୁ ଗତବର୍ଷ ନଭେମ୍ବରରୁ ବାନ୍ଦୀପୋରା-ଗୁରେଜ୍‌ ରାସ୍ତା ବନ୍ଦ ଥିଲା। ତେବେ ବରଫ ତରଳିବା ପରେ ଗତ ଏପ୍ରିଲ ୧୭ରେ ଏହି ଘାଟି ରାସ୍ତା ଫଟିଛି। ଭାରତ ସୀମା ଭିତରେ ଥିବା ଗୁରେଜ୍‌ ଘାଟିର ପାଖାପାଖି ୪୦ ହଜାର ଭାରତୀୟ ବାସକରନ୍ତି। ଦୀର୍ଘଦିନ ଧରି ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇ ରହିବା କାରଣରୁ ମାର୍ଚ୍ଚ ବେଳକୁ ସେଠାରେ ଖାଦ୍ୟ, ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେବା ଏକ ସାଧାରଣ କଥା। ତେବେ ରାସ୍ତା ଫିଟିବା ପରେ ଗତ ୨୫ ତାରିଖରୁ ଭାରତ ସରକାରଙ୍କ ପକ୍ଷରୁ ଘାଟିକୁ ଜରୁରୀ ସାମଗ୍ରୀ ଯୋଗାଣ ଆରମ୍ଭ ହୋଇଛି। ଗତ ଦୁଇଦିନ ମଧ୍ୟରେ ଏଲ୍‌ପିଜି ଗ୍ୟାସ୍‌, ଡିଜେଲ, ଫଳ, ପରିବା ଏବଂ ରାଶନ ସାମଗ୍ରୀ ନେଇ ୨୬ ଟ୍ରକ୍‌ ଗୁରେଜ୍‌ରେ ପହଞ୍ଚତ୍ଛି। କେବଳ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ଏହି ରାସ୍ତା ଖୋଲାଯାଇଛି। କରୋନା ସଂକ୍ରମଣରୁ ଅଞ୍ଚଳକୁ ସୁରକ୍ଷା ଦେବାକୁ ସମ୍ପ୍ରତି ସାଧାରଣ ଲୋକଙ୍କ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବାନ୍ଦୀପୋରା ଡେପୁଟି କମିଶନର ଅହମ୍ମଦ ମିର୍ଜା କୁହନ୍ତି, ସାମଗ୍ରୀ ନେଉଥିବା ଟ୍ରକ୍‌ଗୁଡ଼ିକୁ ଭଲଭାବେ ସାନିଟାଇଜ୍‌ କରାଯାଉଛି। ଡାକ୍ତରୀ ପରୀକ୍ଷା ପରେ କେବଳ ସ୍ବାସ୍ଥ୍ୟବାନ ଏବଂ ନୀରୋଗ ଟ୍ରକ୍‌ ଚାଳକଙ୍କୁ ଗାଡ଼ି ନେଇ ଯିବାକୁ ଅନୁମତି ଦିଆଯାଉଛି। ଏହି ଦୁର୍ଗମ ଅଞ୍ଚଳକୁ କରୋନା ପ୍ରକୋପରୁ ରକ୍ଷା କରିବାକୁ ସମସ୍ତ ଉଦ୍ୟମ କରାଯାଉଥିବା ସେ କହିଛନ୍ତି। ବାନ୍ଦୀପୋରା-ଗୁରେଜ୍‌ ରାସ୍ତା ଖୋଲିବା ପୂର୍ବରୁ ବାହାରର ପର୍ଯ୍ୟଟକମାନେ ଚାଲିଚାଲି ଗୁରେଜ୍‌ ଘାଟିକୁ ଯିବା ଆରମ୍ଭ କରିଥିଲେ। କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କା କରି ଏପ୍ରିଲ ପ୍ରଥମ ସପ୍ତାହରେ ଏଠାକୁ ଯିବାଲାଗି କଟକଣା ଜାରି କରାଯାଇଛି। ବହିରାଗତଙ୍କ ପ୍ରବେଶ ଘାଟିରେ କରୋନା ସଂକ୍ରମଣର କାରଣ ହୋଇପାରେ। ଏଥିଲାଗି ଅଞ୍ଚଳରେ ପ୍ରବେଶକୁ ନିଷେଧ କରାଯାଇଛି। ଯାଞ୍ଚ୍‌ କଡ଼ାକଡ଼ି କରିବା ଲାଗି ତ୍ରଗ୍‌ବାଲ୍‌ ବିଏସ୍‌ଏଫ୍‌ ୟୁନିଟ୍‌କୁ ମୁତୟନ କରାଯାଇଥିବା ଡେପୁଟି କମିଶନର ମିର୍ଜା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି: ଉପରୁ ଖସିଲା ସିଲିଂ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri