ବରଡାବାଲି କ୍ୱାରାଣ୍ଟାଇନ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ଧରାକୋଟ,୧୧ା୬(ଡି.ଏନ.ଏ.)-ଧରାକୋଟ ବ୍ଲକ ବରଡାବାଲି କ୍ୱାରାଣ୍ଟାଇନ କେନ୍ଦ୍ରରେ ବୁଧବାର ରାତିରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମଚ୍ଛାକୋଟ ପଞ୍ଚାୟତ ଗମ୍ଭାରୀଗୁଡ଼ା ଗ୍ରାମର ଶିବରାମ ପ୍ରଧାନ (୫୫)।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ମଧ୍ୟାହ୍ନରେ ଶିବରାମ ଅସୁସ୍ଥ ହେବା ପରେ ଅପରାହ୍ନରେ ଆଶାକର୍ମୀଙ୍କ ସହାୟତାରେ ତାଙ୍କୁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଚିକିତ୍ସା ପରେ ଔଷଧ ଦିଆଯାଇ ତାଙ୍କୁ ପୁଣି କ୍ୱାରାଣ୍ଟାଇନ କେନ୍ଦ୍ରରେ ଛଡ଼ାଯାଇଥିଲା। ତେବେ ରାତି ୯ଟାରେ ଶିବରାମ ପୁଣି ଅସୁସ୍ଥ ହୋଇ ପଡ଼ିଥିଲେ। ମାତ୍ର କିଛି ସମୟ ମଧ୍ୟରେ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲା। ଗୁରୁବାର ଆସିକା ଡାକ୍ତରଖାନାରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ୮ ମୁଣ୍ଡ ନେଲା କରୋନା: ଅଛନ୍ତି ୨ ବୃଦ୍ଧ, ୬ କମ୍‌ ବୟସ୍କ ବ୍ୟକ୍ତି

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟରେ ଆଉ ୮ ମୁଣ୍ଡ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ ୪୮ ବର୍ଷୀୟ ବ୍ୟକ୍ତି, ଗଞ୍ଜାମର ଜଣେ ୪୮ ବର୍ଷୀୟ ବ୍ୟକ୍ତି,...

ସଚିିବାଳୟ କର୍ମଚାରୀ ମହାସଂଘ ପକ୍ଷରୁ ୫% ମହଙ୍ଗା ଭତ୍ତା ଦାବି

ଭୁବନେଶ୍ୱର,୧୭।୨(ବ୍ୟୁରୋ): ଗତ ଶନିବାର ନିଷ୍ପତ୍ତି ଅନୁଯାୟୀ ସଚିବାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର କର୍ମଚାରୀଙ୍କୁ ନେଇ ଏକ ”ସଚିିବାଳୟ କର୍ମଚାରୀ ମହାସଂଘ“ ଗଠନ କରାଯାଛି। ମିଳିତ ଭାବେ...

ବିଜେପୁର ଉପନିର୍ବାଚନ ପାଇଁ ଭିତିରି ରଣନୀତି

ଭୁବନେଶ୍ୱର,୨୪।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ସବୁ ଦଳ ପାଇଁ ଚ୍ୟାଲେଞ୍ଜ। ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।...

କଂଗ୍ରେସର ନିର୍ବାଚନୀ ସଭା : ହେଲିକପ୍ଟରରୁ ଓହ୍ଲାଇ ପାରିଲେନି ନିରଞ୍ଜନ, ରୁଦ୍ରରାଜୁ ଓ ଖୁସ୍‌ବୁ

ରଣପୁର,୨୨ା୪(ସ୍ବ.ପ୍ର.)-ରଣପୁର ତ୍ରିସ୍ତରୀୟ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ରାଜ୍ୟସ୍ତରୀୟ ବରିଷ୍ଠ ନେତୃବୃନ୍ଦଙ୍କୁ ଏଠାକୁ ଆଣି ଦଳର ପ୍ରଚାର ସହ ଭୋଟ ଭିକ୍ଷା କରୁଛନ୍ତି।...

୧୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩ା୬(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୪୭୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ମୃତ୍ୟୁ ହେବାର ଘଣ୍ଟାଏ ପରେ କରୋନା ପଜିଟିଭ୍‌ ଚିହ୍ନଟ: ମୃତଦେହକୁ ଛୁଇଁଲେନି ଅଞ୍ଚଳବାସୀ

ଖୁଣ୍ଟୁଣୀ,୬।୯(ଡି.ଏନ.ଏ): ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଜଣେ ୬୫ ବର୍ଷର ପୁରୁଷଙ୍କ ଶନିବାର ମୃତ୍ୟୁ ଘଟିବାର ଘଣ୍ଟାଏ ପରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଅଞ୍ଚଳବାସୀ...

ସାମୁଦ୍ରିକ ଅଭୟାରଣ୍ୟରେ ମାଢ଼ୁଆ କଙ୍କଡ଼ା ଧରାଳିଙ୍କ ଭିଡ଼

ମହାକାଳପଡ଼ା,୧୯ା୭(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଢ଼ୁଆ କଙ୍କଡା ଧରାଳିଙ୍କ ଭିଡ଼ ଜମୁଛି। ସେମାନେ ଅଭୟାରଣ୍ୟ ଭିତରକୁ ବେଆଇନ ଭାବେ...

ଟୁଇନ୍‌ ସିଟି ସହ ୧୫ ଜିଲାକୁ ୱେଲୋ ୱାର୍ନିଂ

ଭୁବନେଶ୍ବର ୨୧।୪(ବ୍ୟୁରୋ): ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ସତର୍କତା ଜାରିହୋଇଛି। ଟୁଇନ୍‌ ସିଟି ସହ ୧୫ ଜିଲାକୁ ୱେଲୋ ୱାର୍ନିଂ ଜାରି କରାଯାଇଛି। ଏ...

Advertisement
Archives

Model This Week