ବରଗଡ଼ ବନ୍ଦର ପ୍ରଭାବ : ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ପାରୁ ନାହାନ୍ତି ସ୍ବାସ୍ଥ୍ୟ କର୍ମଚାରୀ

ବରଗଡ଼ ଅଫିସ,୪।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସପିଟାଲ ଘୋଷଣା ଦାବିରେ ମଙ୍ଗଳବାର ସ୍ଥାନୀୟ ଏକତା ମଞ୍ଚ ଆହ୍ବାନରେ ବରଗଡ଼ ସହରରେ ବନ୍ଦ ପାଳନ କରାଯାଉଛି । ତେବେ ହାଟପଦାସ୍ଥିତ ପରିବା ବଜାର ଖୋଲା ଥିବାବେଳେ ଅନ୍ୟ ଦୋକାନ ବନ୍ଦ ରହିଛି। ଅନ୍ୟପକ୍ଷରେ ଟୁକୁର୍ଲା (ଖେଦାପାଲି)ସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅନ୍ୟଦିନ ଭଳି ମଙ୍ଗଳବାର ସ୍ବତନ୍ତ୍ର ବସ୍‌ ସେବା ଉପଲବ୍ଧ ନ ଥିବା ଯୋଗୁ ଅନେକ ସ୍ବାସ୍ଥ୍ୟକର୍ମୀ ସେଠାକୁ ଯାଇ ନ ପାରି ସ୍ଥାନୀୟ ସରକାରୀ ବସ୍‌ଷ୍ଟାଣ୍ଡ ପରିସରରେ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଛି। ଏହି ସ୍ବାସ୍ଥ୍ୟକର୍ମୀମାନେ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ଗଲେ ସେଠାରେ ରହିଥିବା ସ୍ବାସ୍ଥ୍ୟ କର୍ମଚାରୀମାନେ ରିଲିଭ ହୋଇ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ଆସିବାର କାର୍ଯ୍ୟକ୍ରମ ରହିଛି।
ପ୍ରକାଶ ଯେ, ସୋମବାର ଜନ ଆନ୍ଦୋଳନ ପରେ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ କାର୍ଯ୍ୟକ୍ଷମ କରାଯାଇଛି। ମାତ୍ର ସିଟି ହସ୍ପିଟାଲ ଘୋଷଣା ଦାବିରେ ଏକତା ମଞ୍ଚ ପୁଣି ବନ୍ଦ ଡାକରା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ପରେ ହଷ୍ଟେଲ୍‌ ଛାଡୁଛନ୍ତି ଛାତ୍ରୀଛାତ୍ର, ଗାଡ଼ିମୋଟର ନ ଥିବାରୁ ସମସ୍ୟା ଭୋଗୁଛନ୍ତି ଅଭିଭାବକ

ରାଇକିଆ,୨୫।୩(ଡି.ଏନ୍‌.ଏ.): ସାରା ଦେଶରେ ଲକ୍‌ଡାଉନ୍‌ ଲାଗୁ ହେବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ। ଦୋକାନ ବଜାର ବନ୍ଦ ରହିବା...

ଗଞ୍ଜାମ ଜିଲାରେ ଖୋଲିବ ୫ ନୂତନ କୋର୍ଟ 

ପୁରୁଷୋତ୍ତମପୁର,୬/୭(ଡିଏନ୍ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ସିଭିଲଜଜ୍ (ସିନିୟର ଡିଭିଜନ)ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟ ପ୍ରତିଷ୍ଠା ଲାଗି ଦିର୍ଘ ଦିନ ହେଲା ଓକିଲ ସଂଘ ପକ୍ଷରୁ...

ମଦ ଦୋକାନ ବନ୍ଦ ଲାଗି ଅଣ୍ଟା ଭିଡିଲେ ମହିଳା

ଆସିକା,୧୭।୫(ଡି.ଏନ୍‌.ଏ.)- ଆସିକା ବ୍ଲକ ହରିଡାପଦର ଗ୍ରାମର ଅସବର୍ଣ୍ଣ ବସ୍ତିରେ ଏକ ଚୋରା ମଦ ଦୋକାନକୁ କେନ୍ଦ୍ର କରି ଶୁକ୍ରବାର ସମ୍ପୃକ୍ତ ବସ୍ତିରେ ତୀବ୍ର ଉତ୍ତେଜନା ପ୍ରକାଶ...

କଟକଣା ମାନିଲେ କମିବ କରୋନା

ଢେଙ୍କାନାଳ ଅଫିସ, ୨୧।୪ ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା। ସହରାଞ୍ଚଳରେ ସଂକ୍ରମଣ ବଢିବାରେ ଲାଗିଛି। ଅଧିକ ଶକ୍ତିଶାଳୀ ହୋଇ ବାହୁଡ଼ିଥିବା ଭୂତାଣୁକୁ ପ୍ରତିହତ କରିବା ଏବେ...

୧୪ ମାସ ହେଲା ଛାତ୍ରୀ ନିବାସରେ ତାଲା

ବସ୍ତା,୨୦।୭(ସ୍ବ.ପ୍ର.): ବାଲେଶ୍ୱର ଜିଲା ଜାମଶୂଳୀ  ବ୍ଲକ ଜାମଶୂଳୀସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଏକମାତ୍ର ଛାତ୍ରୀନିବାସ ୧୪ ମାସ ହେଲା ବନ୍ଦ ରହିଛି। କଲେଜ କର୍ତ୍ତୃପକ୍ଷ ଛାତ୍ରୀନିବାସ ଆନୁଷଙ୍ଗିକ...

ରବିଙ୍କୁ ମଞ୍ଚରୁ ତଳକୁ ଓହ୍ଲାଇଦେଲେ

ଜୟପୁର,୪।୨(ନି.ପ୍ର.): କୋରାପୁଟ ଜିଲା ଜୟପୁର ବିକ୍ରମଦେବ ସୟଂଶାସିତ ମହାବିଦ୍ୟାଳୟର ୭୫ ତମ ପ୍ଲାଟିନମ ଜୁବିଲି ଉତ୍ସବରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ...

ଦୁର୍ଘଟଣା ପରେ ସର୍ଭେ ସଂସ୍ଥାର ଅଫିସରଙ୍କୁ ପିଟି ମାରିଥିଲେ, ଚଢ଼ାଉ କରି ୪ ଜଣଙ୍କୁ ବାନ୍ଧିଲା ପୋଲିସ

ବାଙ୍ଗିରିପୋଷି,୨୨।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଜାତୀୟ ରାଜପଥ ୪୯ କତରା ଛକ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ...

ଅସଲି ଟ୍ରାନ୍‌ଜିଟ୍‌ ପାସ୍‌ ଖୋଜୁଛି ନିର୍ମାଣ ବିଭାଗ

ଯାଜପୁର ଅଫିସ,୨୮ା୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରୁ ଯୋଗାଣ ହୋଇଥିବା ପଥର ସାମଗ୍ରୀର ୱାଇ ଫର୍ମ ବା ଟ୍ରାନ୍‌ଜିଟ୍‌ ପାସ୍‌(ଟିିପି)ର ଅସଲି ତଥା ଯର୍ଥାଥତା...

Advertisement
Archives

Model This Week