ବରଗଡ଼ରୁ ୨ ଲକ୍ଷ ଟଙ୍କାର ଜାଲନୋଟ ଜବତ କଲା ଏସ୍‌ଟିଏଫ୍‌, ୩ ଗିରଫ

ବରଗଡ଼ ଅଫିସ,୬।୩- କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଶୁକ୍ରବାର ଏକ ଜାଲନୋଟ ରାକେଟର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ମଙ୍ଗଲୂ ମାଲଖାର, ସୁଦର୍ଶନ ମହାନ୍ତି ଏବଂ ପ୍ରଫୁଲ୍ଲ ମେହେର। ସେମାନଙ୍କ ପାଖରୁ ୨ଲକ୍ଷ ୬ଶହ ଟଙ୍କାର ଜାଲନୋଟ ଜବତ ହୋଇଛି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଏସ୍‌ପି ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ୭ଜଣିଆ ଟିମ୍‌ ବରଗଡ଼ ବରପାଲି, ଛତିଶଗଡ଼ ଆଦି ସ୍ଥାନରେ ଚଢାଉ କରି ଏହି ସଫଳତା ପାଇଥିଲେ। ବରଗଡ଼ ସଦର ପୋଲିସ ଏକ ମାମଲା ନଂ(୯୪/୨୦୨୦) ରୁଜୁ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ୟୁସିଆଇର ପ୍ରତିବାଦ ସଭା

ଯଶିପୁର,୧୭ା୨(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଦ୍ୱାରା ଏଲ୍‌ପିଜି ଗ୍ୟାସ୍‌ର ସିଲିଣ୍ଡର ପିଛା ୧୪୪.୫୦ ଟଙ୍କା ବୃଦ୍ଧି ଘଟଣା ପ୍ରତିବାଦରେ ଯଶିପୁର ବଜାରଛକଠାରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ର କର୍ମୀମାନେ ଏକ ପ୍ରତିବାଦ...

ବର୍ଷାରେ ଘର ଭାଙ୍ଗିଲା, ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି

କିର୍ମିରା, ୧୩।୯ (ଡି.ଏନ୍‌.ଏ.)- ଝାରସୁଗୁଡା ଅନ୍ତର୍ଗତ କିର୍ମିରା ଗ୍ରାମରେ ବୁଧବାର ରାତିରୁ ବର୍ଷା ଲାଗି ରହିଥିବାରୁ ଗ୍ରାମର ଜଞ୍ଜ ନେଟୀ, ରୁକ୍ମଣୀ ଧୁରୁଆ, ଗଙ୍ଗା କଛରିଆଙ୍କ...

ମୁକ୍‌ଲା ହେଇ ପଡ଼ିଛେ ଟ୍ରାନ୍ସଫର୍ମର

ଜାମଟିକ୍ରା, ୧୨।୮ (ଡି.ଏନ୍‌.ଏ.):  ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଜାମଟିକ୍ରା ଗଁାର ମୁଖିଆ ଛକ୍‌ରେ ମୁକଲା ହେଇ ବିପଦ୍‌ ଅବସ୍‌ତାରେ ଗୁଟେ ଟ୍ରାନ୍ସଫର୍ମର...

ଆମ୍ବପାଳ ଗ୍ରାମରେ ଅଗ୍ନିକାଣ୍ଡ: ୩ ବଖରା ସହ ଜଳିଗଲେ ବୃଦ୍ଧା

ବଇଣ୍ଡା,୧ା୬(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ଆମ୍ବପାଳ ଗ୍ରାମରେ ସୋମବାର ପୂର୍ବାହ୍ନରେ ନିଆଁରେ ପୋଡ଼ି ହୋଇ ପୁଞ୍ଜେଇ ପ୍ରଧାନ(୯୦)ଙ୍କ ମୃତ୍ୟୁ ଘଟିଛି। ଏଥିସହ ତାଙ୍କର ୩ ବଖରା...

ସାଇସ୍ବରୂପ, ପୀୟୂଷଙ୍କୁ ଏଲୋ ରେଟିଂ ମାନ୍ୟତା

ଢେଙ୍କାନାଳ ଅଫିସ, ୨୬।୭- ଢେଙ୍କାନାଳ ଶ୍ରେୟା ଚେସ୍‌ ଏକାଡେମୀର ଉଦୀୟମାନ ଖେଳାଳି ସାଇସ୍ବରୂପ ମିଶ୍ର ଏବଂ ପୀୟୂଷ କୁମାର ସାହୁଙ୍କୁ ଅନ୍ତର୍ଜାତୀୟ ଏଲୋ ରେଟିଂ ମାନ୍ୟତା...

ପୁନରୁଦ୍ଧାର କାର୍ଯ୍ୟକୁ ସିଏମ୍‌ସିର ଗୁରୁତ୍ୱ

କଟକ ଅଫିସ,୧୯ା୫: ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ୍‌’ ପାଇଁ ଉପକୂଳ ଜିଲାବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ‘ଅମ୍ଫନ୍‌’ର ମୁକାବିଲା ପାଇଁ କଟକ ଜିଲା ପ୍ରଶାସନ ଆଗୁଆ ତତ୍ପରତା ଦେଖାଇଛି।...

ଦୁର୍ଗାପୂଜା ପାଇଁ ୧୦ ସ୍ବତନ୍ତ୍ର ଟ୍ରେନ: ନିୟମିତ ଟ୍ରେନ୍‌ରେ କୋଚ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର, ୨୪ା୯(ବ୍ୟୁରୋ): ଦୁର୍ଗାପୂଜା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୧୦ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ଯାତ୍ରୀ ସଂଖ୍ୟା ବୃଦ୍ଧି ସମ୍ଭାବନା ଥିବାରୁ ଚଳାଚଳ କରୁଥିବା...

ଗ୍ରାମକୁ ସାନିଟାଇଜ କଲା ଯୁବକ ସଂଘ

ବାହାନଗା/ରେମୁଣା, ୭ା୬(ଡି.ଏନ.ଏ.)-ଖନ୍ତାପଡା ଥାନା ଅଧୀନ ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତ ହାତିଆଗଣ୍ଡ ଗ୍ରାମର ଶିବାଜୀ ଯୁବକ ସଂଘ ପକ୍ଷରୁ ଗ୍ରାମକୁ ସାନିଟାଇଜ କରାଯାଇଛି। ଗ୍ରାମରେ ଥିବା...

Coronavirus Update


Archives

Model This Week

Why Dharitri