ବନ ମହୋତ୍ସବରେ ଜିଲାପାଳଙ୍କ ପ୍ରତିଶ୍ରୁତି: ମାଝିସାହି ହେବ ଆଦର୍ଶ ଗ୍ରାମ

ଢେଙ୍କାନାଳ ଅଫିସ, ୨ା୮-ଢେଙ୍କାନାଳ ଜିଲା ସପ୍ତଶଯ୍ୟା ପଞ୍ଚାୟତ ଅଧୀନ ବଣଜଙ୍ଗଲ ଘେରା ମାଝିସାହି ଗ୍ରାମରେ ସଚେତନ ନାଗରିକ ଫୋରମ୍‌ ପକ୍ଷରୁ ଗୁରୁବାର ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ଆଦିବାସୀ ନୃତ୍ୟ, ବାଦ୍ୟର ତାଳେ ତାଳେ ଚାରା ରୋପଣ କରାଯାଇଥିଲା।
ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ସୁନାରି ଚାରା ଲଗାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ହାଇସ୍କୁଲ ପରିସରରେ ଆୟୋଜିତ ସଭାରେ ଯୋଗଦେଇ ଜିଲାପାଳ କହିଲେ, ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ମାଝିସାହି। ଏହାକୁ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯିବ। ପାନୀୟ ଜଳ, ରାସ୍ତାଘାଟ ସମସ୍ୟାର ତ୍ୱରିତ ସମାଧାନ କରାଯିବ। ସ୍କୁଲ ଚାରିପଟେ ସୁରକ୍ଷା ପାଚେରି ନିର୍ମାଣ ହେବ। ଗ୍ରାମର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଶତ ପ୍ରତିଶତ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
ମୁଖ୍ୟବକ୍ତା ଭାବେ ଯୋଗଦେଇ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ସୁଦର୍ଶନ ପାତ୍ର କହିଲେ, ଗ୍ରାମ ପରିବେଶକୁ ସୁରକ୍ଷିତ ରଖିବାକୁ ସୁନାରି ଚାରାରୋପଣ କରାଯାଉଛି। ଗଛକୁ ନିଜର ସନ୍ତାନ ଭାବି ଯତ୍ନ ନେବାକୁ ସେ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ଗ୍ରାମବାସୀଙ୍କ ଆର୍ଥିକ ମାନଦଣ୍ଡର ବିକାଶ କରିବାକୁ ସମୁଚିତ ପଦକ୍ଷେପ ନିଆଯିବ। ଏସ୍‌ଏଚ୍‌ଜି ମହିଳାଙ୍କୁ ବିକାଶମୂଳକ କାର୍ଯ୍ୟରେ ସାମିଲ କରାଯିବ ବୋଲି ଡିଏଫ୍‌ଓ କହିଛନ୍ତି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲା ଉଦ୍ୟାନକୃଷି ଉପନିର୍ଦ୍ଦେଶକ ଡ. ଭଗବାନ ଦାସ କହିଲେ, ଗ୍ରାମରେ ଖୁବଶୀଘ୍ର ପିଜୁଳି ବଗିଚା କରାଯିବ। ଫଳ ଗଛର ସୁରକ୍ଷା ପାଇଁ ସୌରଶକ୍ତିସମ୍ପନ୍ନ ବାଡ଼ ତିଆରି କରାଯିବ। ଏ ନେଇ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ତାଲିମ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ। ସଙ୍ଗଠନର ସଭାପତି ପ୍ରଦ୍ୟୁମ୍ନ ରଥ କହିଲେ, ଫୋରମ୍‌ ପକ୍ଷରୁ ମାଝିସାହିକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରାଯାଇଛି। ଏହାର ବିକାଶ ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରିରହିବ। ଏହି ଅବସରରେ ସରପଞ୍ଚ ଜେଶସ ସାହୁ, ସାମାଜିକ କର୍ମୀ ସରୋଜ ଶତପଥୀ, ଗ୍ରାମ ସଭାପତି ରୁପେଇ ବାସ୍କେ ପ୍ରମୁଖ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ, ପାନୀୟଜଳ ସମସ୍ୟା ସମାଧାନ ପାଇଁ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ଏ ନେଇ ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ପ୍ରାରମ୍ଭରେ ପାରମ୍ପରିକ ବାଦ୍ୟନୃତ୍ୟ ମାଧ୍ୟମରେ ପୂଜାର୍ଚ୍ଚନା ସହ ଗ୍ରାମବାସୀ ଗଁା ସୀମା ଆରମ୍ଭରେ ଚାରାରୋପଣ କରିଥିଲେ। ସଦର ରେଞ୍ଜର ମୁନାୱର ଖଁା, ଫୋରମ୍‌ ଉପସଭାପତି ପଙ୍କଜ ନାୟକ, ଅଖିଳ ମହାପାତ୍ର, ସମ୍ପାଦକ ଭରତ ଦାସ, ଯୁଗ୍ମ ସମ୍ପାଦକ ଗୁପ୍ତେଶ୍ୱର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ପୋଡ଼ି ହୋଇଗଲେ ଛାତ୍ର: ପ୍ରଧାନଶିକ୍ଷକଙ୍କ ସମେତ ୪ ଶିକ୍ଷକଙ୍କ ଦରମା ବନ୍ଦ

ରାୟଗଡ଼ା,୬।୧: ରାୟଗଡ଼ା ଜିଲା ପାଇକଡାକୁଲୁଗୁଡ଼ା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଭାବନୀୟ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଦ୍ୟାଳୟର...

କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୬ ଉଦ୍‌ଘାଟିତ: ପ୍ରଥମ ସନ୍ଧ୍ୟାରେ ଜମିଲା ଲୋକକଳାର ଆସର; କାଲି ଗାଇବେ…

ଥୁଆମୂଳ ରାମପୁର, ୬ା୧ (ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବାବା ଖଣ୍ଡୁଆଳ ଖେଳ ପଡ଼ିଆଠାରେ ମଙ୍ଗଳବାର ଥୁଆମୂଳ ରାମପୁର...

ଡେଲିଭରି ଏଜେଣ୍ଟ ପରିଚୟ ଦେଇ ସାଇବର ଠକେଇ ଅଭିଯୋଗ,୨ ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ଚିକିଟି,୬|୧(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ଭାରତ ସ୍କାଉଟ ଓ ଗାଇଡ୍ସର କ୍ୟାମ୍ପୋରି ଉଦ୍‌ଘାଟିତ: ୨୪୬ ସ୍କୁଲର…

ଦିଗପହଣ୍ଡି, ୬ା୧(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀ ଧାମ ଆବାସିକ ବିଦ୍ୟାଳୟ ପରିସରରେ ଭାରତ ସ୍କାଉଟ...

ଓଟିଇଟି ପରୀକ୍ଷା ଦେଇପାରିବେ ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର; ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୬ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

ତାମିଲନାଡୁରେ ଆଖି ବୁଜିଦେଲେ ଓଡ଼ିଆ ଶ୍ରମିକ: ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ, ବିଧବା ମା’ ଆଖିରୁ ଶୁଖୁନି ଲୁହ 

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୯ ନଂ ୱାର୍ଡ ଦଳିତ ସାହିର ଦାଦନ ଶ୍ରମିକ ବିଜୟ ନାଇକ(୩୬) ତାମିଲନାଡୁର ର୍ତିଚ୍ଚିରେ ମୃତ୍ୟୁବରଣ...

ପୁରୁଷୋତ୍ତମପୁର ସବ-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: ବନ୍ଧାହେବେ ଦୂର୍ନିତିକାରୀ

ପୁରୁଷୋତ୍ତମପୁର, ୬ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟ୍ରାର ଅଫିସରେ ଘଟିଥିବା ଜମି ଦୁର୍ନୀତି ଘଟଣାରେ ପୋଲିସ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି। ଫଳରେ...

‘ବିପଦମୁକ୍ତ ଭବିଷ୍ୟତ ଗଠନରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ’

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା କଲେଜ ପରିସରରେ ମଙ୍ଗଳବାର ପରିବେଶ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri