ବନ ବିଭାଗର ଚଢ଼ାଉ : ଲକ୍ଷାଧିକ ଟଙ୍କାର କାଠ ସହ ବାଇକ ଜବତ, ୪ ଗିରଫ

ବଡ଼ବିଲ,୧୭।୧୦(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ଗଛ କାଟି ଚୋରା ଚାଲାଣ ବେଳେ ୪ କାଠ ମାଫିଆଙ୍କୁ ବୁଧବାର ରାତିରେ ବନବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲା ମଝିଗାଁ ଥାନା ଖାଲପଶି ଗ୍ରାମର ଏମାନୁଲ ହୁସୈନ, ରୁଗୁଡ଼ି ଥାନା କୋହ୍ଲ ରୋଇଡ଼ା ଗ୍ରାମର ଜିତେନ୍ଦ୍ର ହେମ୍ବ୍ରମ, କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବନେଇକଳା ଅଞ୍ଚଳର ଜନ୍‌ ମୁଣ୍ଡା ଓ ଜିତେନ ମୁଣ୍ଡା। ବନ ବିଭାଗ ଘଟଣାସ୍ଥଳରୁ ୬ଟି କାଠଗଣ୍ଡି, ୧୪ଟି ସିଲପଟ, ଗୋଟିଏ କରତ ଏବଂ ଗୋଟିଏ ବାଇକ ଜବତ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଗୁଆଲି ଫରେଷ୍ଟର ଦାୟିତ୍ୱରେ ଥିବା ବଡ଼ବିଲ ଫରେଷ୍ଟର ଦଶରଥ ଗିରି, କେନ୍ଦୁଡିହ ବିଟ୍‌ ଫରେଷ୍ଟ ଗାର୍ଡ ସରୋଜ ନାଏକ ଓ ଝାଡଗାଁ ବିଟ୍‌ ଫରେଷ୍ଟ ଗାର୍ଡ ରତ୍ନାକର ମହାନ୍ତ ମିଳିତ ଭାବେ ବୁଧବାର ରାତିରେ ୫୨୦ ନମ୍ବର ଜାତୀୟ ରାଜପଥର ବାରବାଙ୍କ ଜଙ୍ଗଲ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଅଭିଯୁକ୍ତମାନଙ୍କୁ ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୩ କେଜି ଗଞ୍ଜେଇ ଜବତ, ୩ ଗିରଫ

ଫିରିଙ୍ଗିଆ,୧୯।୬- ଫିରିଙ୍ଗିଆ ପୋଲିସ ଡିଣ୍ଡିରାଗାଁ ପଞ୍ଚାୟତ ପାଖରେ ଚଢ଼ାଉ କରି ଏକ ଡାଲା ଅଟୋରୁ ୧୦୩ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୩...

ଲୁଟେରା ଗ୍ୟାଙ୍ଗ୍‌ର ୬ ଗିରଫ

କଟକ ଅଫିସ,୨୬।୩: ମଧୁପାଟଣା ଥାନା ପୋଲିସ ଏକ ଲୁଟେରା ଗ୍ୟାଙ୍ଗ୍‌ର ୬ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୪ ବନ୍ଧୁକ, ୮ ଗୁଳି, ୬ ମୋବାଇଲ...

ବକୁଳବନର ପୁନରୁଦ୍ଧାର ପାଇଁ ଶପଥ

ସାକ୍ଷୀଗୋପାଳ,୨୩ା୧(ସ୍ବ.ପ୍ର./ଡି.ଏନ୍‌.ଏ.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ସତୀର୍ଥମାନଙ୍କ ଦ୍ୱାରା ନିର୍ମିତ ମଣିଷ ତିଆରି କାରଖାନା, ସେବା, ସଂସ୍କାର ଓ ସାହିତ୍ୟ ସାଧନାରେ ପରିପୁଷ୍ଟ ଓଡ଼ିଶାର...

ହୋର୍ଡିଙ୍ଗକୁ ନେଇ ଉତ୍ତେଜନା

କୋରୁକୋଣ୍ଡା,୨୪।୧(ଡି.ଏନ୍‌.ଏ.): ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହା ପରେ ନିର୍ବାଚନକୁ ମୁକ୍ତ ,...

ଶତାଧିକ ଲୋକଙ୍କ ଇନ୍ଦିରାଆବାସ ଅର୍ଥ ହଡ଼ପ

ମହାକାଳପଡ଼ା,୧୧।୬ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ୧୯୯୯ ମହାବାତ୍ୟା ବହୁ ଧନଜୀବନ ନଷ୍ଟ କରିଥିଲା। ଗରିବ ଲୋକଙ୍କ ପାଇଁ ସରକାର ଦେଇଥିବା ଇନ୍ଦିରା ଆବାସ...

ଠିଆ ହୋଇଥିବା ବସ୍‌ରେ ହଠାତ୍‌ ଲାଗିଗଲା ନିଆଁ

କେନ୍ଦୁଝର,୨୭।୧(ସ୍ବ.ପ୍ର.): କେନ୍ଦୁଝର ସହର ମାଇନିଂ ରୋଡ୍‌ ଏଲ୍‌ଆଇସି କଲୋନୀରେ ଠିଆ ହୋଇଥିବା ଏକ ବସ୍‌ରେ ନିଆଁ ଲାଗି ଯିବାରୁ ପୋଡ଼ିଯାଇଛି। ଖବର ପାଇ ଦମକଳ ବାହିନୀ...

ମାଙ୍ଗାନିଜ ଚୋରା ଚାଲାଣ ବେଳେ ଧରାପଡ଼ିଲା

ବଡ଼ବିଲ, ୧୬।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଚୋରା ମାଙ୍ଗାନିଜ ବୋଝେଇ ଏକ ଟ୍ରକ୍‌ ସହ ବାଇକ୍‌କୁ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୭ଅଭିଯୁକ୍ତଙ୍କୁ ପୋଲିସ ଗିରଫ...

ଲକ୍‌ଡାଉନରୁ ଶଟ୍‌ଡାଉନ ସ୍ଥିତି ଆଣନ୍ତୁ ନାହିଁ

ଫୁଲବାଣୀ ଅଫିସ, ୬ା୪- ସମଗ୍ର ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ଏବେ ବଢ଼ି ଚାଲିଛି। କନ୍ଧମାଳ ଜିଲାବାସୀଙ୍କୁ ଏଥିରୁ ସୁରକ୍ଷା ଦେବାକୁ ଜିଲା ପ୍ରଶାସନ, ପୋଲିସ୍‌...

Advertisement
Archives

Model This Week