ବନ୍ୟା ବିତ୍ପାତରେ ୪ ଦେଶରେ ୬ ଶହଙ୍କ ମୃତ୍ୟୁ; ୨୫ ନିୟୁତ ପ୍ରଭାବିତ: ଜାତିସଂଘ ରିପୋର୍ଟ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୭।୭: ଦକ୍ଷିଣ ଏସିଆର ୪ ଦେଶରେ ବନ୍ୟା ବିତ୍ପାତରେ ୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏହାଦ୍ୱାରା ୨୫ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ଏନେଇ ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଭାରତ, ବାଂଲାଦେଶ, ନେପାଳ ଏବଂ ମ୍ୟାନ୍‌ମାର୍‌ରେ ହୋଇଥିବା ବନ୍ୟା ସମ୍ପର୍କିତ ରିପୋର୍ଟ ଜାତିସଂଘ ପକ୍ଷରୁ ଏହା ପ୍ରକାଶ ପାଇଛି। ଏହା ସହିତ ପ୍ରାୟ ୫୦ ଲକ୍ଷ ଲୋକ ଭିଟାମାଟି ଛାଡିଥିବା ଏହି ରିପୋର୍ଟରେ କୁହାଯାଇଛି। ଭାରତରେ ୟୁନିସେଫ୍‌ ପକ୍ଷରୁ ଆବଶ୍ୟକ ଥଇଥାନ କାର୍ଯ୍ୟ ଜାରି ରହିଛି। ବନ୍ୟା ଦ୍ୱାରା ଭାରତର ଆସାମ, ବିହାର ଏବଂ ଉତ୍ତରପ୍ରଦେଶରେ ଅଧିକ କ୍ଷୟକ୍ଷତି ହୋଇଛି। ଏସବୁ ରାଜ୍ୟରେ ୧୦ ନିୟୁତ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪.୩ ନିୟୁତ ଶିଶୁ ଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ଆସାମରେ ୨ ହଜାର ସ୍କୁଲ ଘର ଭାଙ୍ଗି ଯାଇଛି। ସେହିପରି ବାଂଲାଦେଶରେ ପ୍ରଭାବିତଙ୍କୁ ପିଇବା ପାଣି ମଧ୍ୟ ମିଳୁ ନ ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ବନ୍ୟାଯୋଗୁ ମ୍ୟାନ୍‌ମାର୍‌ରେ ୪୦ ହଜାର ଲୋକ ଭିଟାମାଟି ଛାଡିଛନ୍ତି। ସେହିପରି ନେପାଳରେ ୬୮ ହଜାର ୬ଶହ ୬୬ ଜଣ ଲୋକ ସ୍ଥାନାନ୍ତର ହୋଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାରେ ସୋସିଆଲ ମିଡିଆ ବନ୍ଦ

କଲମ୍ବୋ,୩ା୪: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ମଧ୍ୟରାତ୍ରିରୁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଫେସବୁକ୍‌, ଟୁଇଟର, ହ୍ବାଟ୍ସଆପ୍‌, ୟୁଟ୍ୟୁବ୍‌, ସ୍ନାପ୍‌ଚାଟ୍‌, ଟିକ୍‌ଟକ୍‌ ଏବଂ ଇନ୍‌ଷ୍ଟାଗ୍ରାମ ସହିତ...

ରୁଷିଆ କିଞ୍ଜଲ କ୍ଷେପଣାସ୍ତ୍ର ବ୍ୟବହାର କରିଥିବା କହିଲା…

କ୍ୱିଭ୍‌, ୧୯।୩ : ଆଗକୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଅଧିକ ଭୟଙ୍କର ହେବାର ଆଶଙ୍କା ଦେଖାଦେଇଛି। ରୁଷିଆ ୟୁକ୍ରେନ ଉପରେ କିଞ୍ଜଲ କ୍ଷେପଣାସ୍ତ୍ର...

କରତାରପୁର କୋରିଡୋର ଖୋଲିବ ପାକିସ୍ତାନ

ଇସଲାମାବାଦ୍‌, ୩।୧୦: କରୋନା ସଂକ୍ରମଣ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରତାରପୁର କୋରିଡୋର ଖୋଲିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି। ଏସମ୍ପର୍କରେ ପାକିସ୍ତାନର ଧାର୍ମିକ ବ୍ୟାପାର...

ଭାରତୀୟଙ୍କ ପାଇଁ ଏଚ୍‌-୧ ବି ଭିଜାକୁ ୧୫ ପ୍ରତିଶତ ସୀମିତ କରିବ ଆମେରିକା: ୧୦ ଲକ୍ଷ କୋଟିର ଆଇଟି ଶିଳ୍ପ ପ୍ରଭାବିତ ହେବା ଆଶଙ୍କା

ନୂଆଦିଲ୍ଲୀ/ ଓ୍ବାଶିଂଟନ, ୨୦।୬: ଆମେରିକା ଏହାର ଭିଜା ନୀତିରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରିଛି। ଏହା ଅର୍ନ୍ତଗତ ଭାରତୀୟଙ୍କୁ ପାଇଁ ଏଚ୍‌-୧ ବି ଭିଜାକୁ ୧୦ରୁ...

ମହାକାଶରେ ଆକାଉଣ୍ଟ ହ୍ୟାକ୍‌

ଓ୍ବାଶିଂଟନ୍‌, ୨୬ା୮(ଏଏଫ୍‌ପି):ମହାକାଶରେ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍‌ ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ୍ୟ। ଏହି ଘଟଣାର ତଦନ୍ତ କରିବାକୁ ଯାଉଛି ଆମେରିକାର ମହାକାଶ ଗବେଷଣା...

ଏକପାଖିଆ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବନି

ଟୋକିଓ, ୨୫।୫: ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମୁକ୍ତ ରଖିବା ସହ ଚାଇନା ଦ୍ୱାରା ସୃଷ୍ଟ ଚ୍ୟାଲେଞ୍ଜର ମୁକାବିଲା ଉଦ୍ଦେଶ୍ୟରେ ଜାପାନ ରାଜଧାନୀ ଟୋକିଓରେ ମଙ୍ଗଳବାର ୪...

କରୋନା ପ୍ରଭାବ: କୁଏତରେ ଭାରତୀୟ ନାଗରିକଙ୍କ ପ୍ରବେଶ ନିଷେଧ

କୁଏତ ସିଟି,୩୧।୭: କରୋନା ସଙ୍କଟ ଯୋଗୁ କୁଏତରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ଦିନରୁ କୁଏତ ସରକାର ନିଜ ଦେଶରେ ଯାତ୍ରା ଉପରେ ଲଗାଇଥିବା...

ମଣିଷଙ୍କ ପୂର୍ବରୁ ପ୍ରଥମେ ଏହି ଜୀବକୁ ଦିଆଯାଇଥିଲା କରୋନା ଟିକା

ଓ୍ବାଶିଂଟନ,୭।୧: କରୋନା ଟିକା ପାଇଁ ସମଗ୍ର ବିଶ୍ୱବାସୀ ଚାତକ ପରି ଚାହିଁ ରହିଛନ୍ତି। କିଛି ସ୍ଥାନରେ ଲୋକେ ଏହି ଟିକା ନେଲେଣି ମଧ୍ୟ। ମାତ୍ର ଜାଣନ୍ତି...

Advertisement
Archives

Model This Week