ବନ୍ୟାରେ ୧୨ ପାନୀୟ ଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ

ସୋନପୁର,୧୮।୮(ନି.ପ୍ର.):ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ବ୍ୟାପକ କ୍ଷତି ଘଟିଛି। ପାଣି ଜମି ରହିବା ଫଳରେ ହଜାର ହଜାର ଏକର ଚାଷ ପଚି ନଷ୍ଟ ହୋଇଛି। ଜମିରେ ବାଲି ମାଡି ଯାଇଛି। ବହୁ ଲୋକ ବାସସ୍ଥାନ ହରାଇଛନ୍ତି। କୋଟିକୋଟି ଟଙ୍କାର ରାସ୍ତା ଓ ପୋଲ ଭାଙ୍ଗିଛି। ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ତରଭା ବ୍ଲକ ଓ ସହରର କ୍ଷତି ଅଭୂତପୂର୍ବ। ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଣିରେ ଭିଜି ନଷ୍ଟ ହୋଇଛି। ଛୋଟ ବଡ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି। ୯୫ ପ୍ରତିଶତ ବ୍ୟବସାୟୀ ବୀମା କରି ନଥିବାରୁ ସହାୟତା ମିଳିବା ନେଇ ସନ୍ଦେହ ଉପୁଜିଛି। ପ୍ରଶାସନ କ୍ଷୟକ୍ଷତିର ଆକଳନ କରୁଛି। ତେବେ ବନ୍ୟା ଯୋଗୁଁ ଜିଲାର ୧୨ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି । ତରଭା ସହରକୁ ଜଳ ଯୋଗାଣ କରୁଥିବା ଜନସ୍ବାସ୍ଥ୍ୟ ବିଭାଗର ପାଇପ ଜଳଯୋଗାଣ ପ୍ରକଳ୍ପଟିର ୩ଟି ସ୍ଥାନରେ କ୍ଷତି ହୋଇଛି। ୫ ଦିନ ପରେ ମଧ୍ୟ ଏହାର ମରାମତି ସରି ନଥିବାରୁ ସହରବାସୀ ବିଶୁଦ୍ଧ ପାନୀୟ ଜଳ ପାଉନାହାନ୍ତି। ଟ୍ୟାଙ୍କର ଯୋଗେ ଜଳଯୋଗାଣ ହେଉଥିଲେ ହେଁ ଏହା ଯଥେଷ୍ଟ ହେଉନି। ରବିବାର ରାତି ସୁଦ୍ଧା ତରଭା ସହରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଇନ୍ଦ୍ରଜିତ ସାହୁ କହିଛନ୍ତି। ସେହିପରି ଜିଲାର ୧୨ଟି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ବନ୍ୟା ଯୋଗୁଁ କ୍ଷତି ହୋଇଛି। ତରଭା ବ୍ଲକର ଘାଟକଇଁତରା, ମରାଡୁଗୋଛା, ତୁଲୁଣ୍ଡା, ସରଗଜ, ବ୍ରାହ୍ମଣୀ, ସିଣ୍ଢୋଲ, ଭୁରାଡ, ଦେଉଳପଦର, ମେଣ୍ଡା ଏବଂ ସୋନପୁର ବ୍ଲକର ମାଲିଶ୍ରୀଗୁଡି, ତରେଇକେଲା, ମାଟିକୁଡ ଓ ବୈଦ୍ୟନାଥ ପାନୀୟ ଜଳ ପ୍ରକଳ୍ପର କ୍ଷତି ହୋଇଥିବା ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ. ବିପିନ ବିହାରୀ ଦାଶ କହିଛନ୍ତି। ପ୍ରଖର ଜଳସ୍ରୋତରେ କେତେକ ପ୍ରକଳ୍ପର ଓଭରହେଡ ଟାଙ୍କିର ଭିତ୍ତି ଦୋହଲି ଯାଇଥିବା ବେଳେ ଆଉ କେତେକ ପ୍ରକଳ୍ପର ଇନଟେକ୍‌ ୱେଲରେ ବାଲି ପୋତି ହୋଇଯାଇଛି। ଏହି ସବୁ ପ୍ରକଳ୍ପ ବନ୍ଦ ହେବା ଫଳରେ ୫ ହଜାରରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଜଳକଷ୍ଟ ଭୋଗୁଛନ୍ତି । ପ୍ରଶାସନ ପକ୍ଷରୁ ଏହି ୧୨ଟି ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳଯୋଗାଣ କରାଯାଉନି। ଫଳରେ ଗ୍ରାମବାସୀ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି। ବନ୍ୟା ଛାଡିଯିବା ପରେ ଏହି ସବୁ ଅଞ୍ଚଳରେ କୁଢକୁଢ ଆବର୍ଜନା ପୁତିଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଶନିବାର ଓ ରବିବାର ଝିପିଝିପି ବର୍ଷା ପରିମଳ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛି । ଏଭଳି ସ୍ଥିତିରେ ବିପନ୍ନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆ ନଗଲେ ଝାଡାବାନ୍ତି ବ୍ୟାପିବାର ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ । ପ୍ରଶାସନ ଏ ଦିଗରେ ତତ୍ପରତା ପ୍ରକାଶ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୀରମହାରାଜପୁରରେ ପ୍ରଥମ ମହିଳା ବ୍ଲକ ଅଧ୍ୟକ୍ଷା

ଅମରପାଲି,୧୨।୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ପାଇଁ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି ଲୁହା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।...

ରାସ୍ତା ପାଇଁ ସଙ୍କୁଚିତ ହେବନି ରୟାଲ ପଡିଆ

ସୋନପୁର,୨୦।୧୧(ନି.ପ୍ର.)-ରାସ୍ତା ପ୍ରଶସ୍ତିକରଣ ନାଁରେ ରୟାଲ ପଡିଆକୁ ସଙ୍କୁଚିତ ପାଇଁ ଷଡଯନ୍ତ୍ର ଚାଲିଥିଲା। ପଡିଆ ସମ୍ମୁଖ ପଟୁ ୧୦.୭ ମିଟର ଓସାରର ପ୍ରାୟ ୨ଏକର ଜମି ପ୍ରଶାସନ...

ବଳାତ୍କାର ଉଦ୍ୟମ ବିଫଳ ପରେ ଛାତ୍ରୀଙ୍କ ବେକ କାଟିଥିବା ଯୁବକ ଗିରଫ

ବିନିକା,୧୮ା୪: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅଧୀନ ସାନଭାଲୁପାଲି ଅଞ୍ଚଳର ଜଣେ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିଲା। ଏଥିରେ ଯୁବକ ଜଣକ ବିଫଳ ହୋଇ ଛାତ୍ରୀଙ୍କୁ...

ଭଉଣୀ ଘରକୁ ଯାଉଥିବା ବେଳେ ଯୁବକଙ୍କୁ ଗୁଳିମାଡ଼

ସୋନପୁର,୮।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଚୁଡ଼ାଖାଇ ପାହାଡ଼ ରାସ୍ତା ନିକଟରେ ସୋମବାର ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ସେ ହେଲେ ବ୍ରାହ୍ମଣୀ ନିକଟସ୍ଥ...

ଖଣ୍ଡହତା ସେବା ସମବାୟ ସଭାପତିଙ୍କୁ ହତ୍ୟା ସନ୍ଦେହ

ଅମରପାଲି,୨୦।୯(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଖଣ୍ଡହତା ସେବା ସମବାୟ ସମିତିର ସଭାପତି ପ୍ରଦୀପ ବିଶ୍ୱାଳଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପ୍ରଦୀପଙ୍କ ଘର ଖଣ୍ଡହତା...

ବିନିକାରେ ଝଡ଼: ଉଡ଼ିଲା ଛାତ, ଉପୁଡ଼ିଲା ଗଛ

ବିନିକା,୨୮ା୫(ଡି.ଏନ୍‌.ଏ.): ହଠାତ୍‌ କାଳବୈଶାଖୀ ପ୍ରଭାବରେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକର କେତେକ ସ୍ଥାନରେ ଝଡ଼ତୋଫାନ ଦେଖାଦେଇଛି। ଜୋରରେ ପବନ ବହିବା ଯୋଗୁ ବହୁ ଲୋକଙ୍କ ଘର...

କରୋନା ସର୍ଭେବେଳେ ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁ

ଅମରପାଲି, ୨୨ା୪(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରାମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁରୁବୁଡ଼ା ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀଙ୍କର କରୋନା ସର୍ଭେ ବେଳେ ବୁଧବାର ମୃତ୍ୟୁ ଘଟିଛି।...

ନାବାଳିକାଙ୍କୁ ଘରୁ ଉଠାଇ ନେଇ ବଳାତ୍କାର  

ସୋନପୁର,୩।୮(ନି.ପ୍ର.)-ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଘରୁ ଉଠାଇ ନେଇ ବଳାତ୍କାର କରାଯାଇଛି। ପୀଡିତାଙ୍କ ବାପା ଏ ସମ୍ପର୍କରେ ବୀରମହାରାଜପୁର ଥାନାରେ ସୋମବାର...

Advertisement
Archives

Model This Week