Posted inଖେଳ

ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ: ଭିଏତ୍‌ନାମଠାରୁ ହାରିଲା ଭାରତ

ନୂଆଦିଲ୍ଲୀ, ୪।୧୧(ପି.ଟି.)- ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ୦-୩ ଗୋଲ ବ୍ୟବଧାନରେ ଭିଏତ୍‌ନାମଠାରୁ ପରାସ୍ତ ହୋଇଛି। ରବିବାର ଭିଏତ୍‌ନାମ ରାଜଧାନୀ ହାନୋଇରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆୟୋଜକ ଭିଏତ୍‌ନାମ ସମ୍ପୂର୍ଣ୍ଣରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା ଓ ଭାରତକୁ କୌଣସି ସୁଯୋଗ ଦେଇ ନ ଥିଲା। ଘରୋଇ ଦଳ ତରଫରୁ ଅଷ୍ଟମ ମିନିଟ୍‌ରେ ଥି ଏନ୍‌ହୁଙ୍ଗ୍‌ ପ୍ରଥମ ଗୋଲ ଦେଇ ଅଗ୍ରଣୀ କରାଇଥିଲେ। ଏହା ପରେ ଉଭୟ ଦଳ ମଧ୍ୟରେ ଦୀର୍ଘ ସମୟଧରି ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ୮୨ ତମ ମିନିଟ୍‌ରେ ଥି ଭାନ ଗୋଲ ଦେଇଥିଲେ। ଶେଷରେ ୮୯ତମ ମିନିଟ୍‌ରେ ଥି ଥୁଇ ହାଙ୍ଗ ଗୋଲ ଦେଇ ଭିଏତନାମକୁ ୩-୦ରେ ଅଗ୍ରଣୀ କରାଇଥିଲେ।
ଦ୍ୱାଦଶ ମିନିଟ୍‌ରେ ଭାରତୀୟ ଗୋଲ କିପର ଆଦିତି ଚୌହାନ ଭିଏତ୍‌ନାମ ଖେଳାଳିଙ୍କ ଏକ ଜବରଦସ୍ତ ପ୍ରୟାସକୁ ପଣ୍ଡ କରିଥିଲେ। ନହେଲ ଭାରତ ଆଉ ଏକ ଗୋଲ ବରଣ କରିଥାନ୍ତା। ମ୍ୟାଚ୍‌ର ମଧ୍ୟରେ ଭାରତର ବାଲା ଦେବୀ ସେଣ୍ଟରୁ ଏକ ଜବରଦସ୍ତ ଶଟ୍‌ ମାରିଥିଲେ ଓ ଏହା ଅଳ୍ପକେ ଗୋଲ ପୋଷ୍ଟ ମିସ୍‌ କରିଥିଲା। ୩୨ତମ ମିନିଟ୍‌ରେ ସୁମିତ୍ରାଙ୍କ ବଦଳରେ ଦୟାଙ୍କୁ କୋଚ୍‌ ମେମୋଲ ରକି ଖେଳାଇଥିଲେ। ୮୦ତମ ମିନିଟ ପର୍ଯ୍ୟନ୍ତ ଗୋଲ କିପର ଚୌହାନ ଦମ୍‌ଦାର ପ୍ରଦର୍ଶନ କରିଥିଲେ ଓ ଭିଏତନାମଙ୍କୁ ଅଧିକ ଗୋଲ କରିବାର ସୁଯୋଗ ଦେଇ ନ ଥିଲେ। ମ୍ୟାଚ୍‌ର ଶେଷ ଭାଗରେ ଭିଏତନାମ ଖେଳାଳି ଉଚ୍ଚକୋଟୀର ପ୍ରଦର୍ଶନ କରି ଦୁଇଟି ଗୋଲ ଦେଇଥିଲେ। ବୁଧବାର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦେବାର ପ୍ରକୃତ କାରଣ କହିଲେ ଶ୍ରେୟସ ଆୟର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୧୨।୭: ଶନିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ରେ ଭାରତୀୟ ଦଳ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଏକାଦଶରୁ ବାଦ ଦେଇଥିଲା। ସଞ୍ଜୁ ସାମସନ ତିନୋଟି ମ୍ୟାଚ…

ENG vs IND: ଇଂଲଣ୍ଡ ODI ଏବଂ ଜିମ୍ବାୱେ T20 ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ; BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଏବଂ ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି। ରବିବାର, ପୁରୁଷ…

ସଚିନ ତେନ୍ଦୁଲକରଙ୍କ ପରେ ଏବେ ବିରାଟଙ୍କ ପାଳି; ଇତିହାସ ରଚିବା ଲକ୍ଷ୍ୟରେ ବିରାଟ

ନୂଆଦିଲ୍ଲୀ,୧୨।୭: ଟି-୨୦ ସିରିଜରେ କ୍ଲିନ ସୁଇପ ପରେ, ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜ ୧୪…

Watch: ଦଳରୁ ବାଦ ପଡିବା ପରେ ଭୋ ଭୋ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ, ସମ୍ଭାଳିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୨।୭: ସାଉଥାମ୍ପଟନରେ ଅନୁଷ୍ଠିତ ତୃତୀୟ ଟି-୨୦ ମ୍ୟାଚ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନଥିଲା; ବରଂ ସଞ୍ଜୁ ସାମସନ ଦଳକୁ ଫେରିଥିଲେ। ତଥାପି, ଫଳାଫଳ…

ଏକ୍ସଟ୍ରା ଟାଇମରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ; ସେମିଫାଇନାଲରେ ପହଞ୍ଚିଲା Messiଙ୍କ ଦଳ

କାନସାସ ସିଟି,୧୨।୭: ମ୍ୟାଚ ଅତିରିକ୍ତ ସମୟରେ ଯିବା ସହିତ ଆର୍ଜେଣ୍ଟିନା ପ୍ରଶଂସକଙ୍କ ହୃଦୟ ଧଡ଼ଧଡ଼ ହବା ଆରମ୍ଭ ହୋଇଥିଲା। ଆର୍ଜେଣ୍ଟିନା ଦଶମ ମିନିଟରେ ପ୍ରଥମ ଗୋଲ ସ୍କୋର…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ବିଶ୍ୱକପ୍‌ରୁ ଆମେରିକା, ମେକ୍ସିକୋର ବିଦାୟ ପରେ କମିଲା କକ୍ୱାର୍ଟରଫାଇନାଲ ଟିକେଟ ମୂଲ୍ୟ

ନ୍ୟୁୟର୍କ,୧୧ା୭: ଆୟୋଜକ ଯୁକ୍ତରାଷ୍ଟ୍ର ଆମେରିକା ଓ ମେକ୍ସିକୋର ବିଦାୟ ପରେ କ୍ୱାର୍ଟରଫାଇନାଲ ମ୍ୟାଚ୍‌ଗୁଡ଼ିକର ଟିକେଟ ମୂଲ୍ୟ ହ୍ରାସ ପାଇଛି। ଫାଇନାଲ ମ୍ୟାଚର ୧,୨୦୦ ଆସନ ଏପର୍ଯ୍ୟନ୍ତ ଖାଲିପଡ଼ିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri