ବନ୍ଧୁକ ଦେଖାଇ ୧୧ ଲକ୍ଷ, ୩୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌

କୁଆଁରମୁଣ୍ଡା,୧୫।୧୦(ଡି.ଏନ.ଏ): ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କୁଆଁରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ମଙ୍ଗଳବାର ସକାଳ ପ୍ରାୟ ୭ଟା୨୦ ମିନିଟରେ ସିକ୍ୟୁରିଟି ଏଜେନ୍ସି କ୍ୟାସ୍‌ ଭ୍ୟାନରୁ ବନ୍ଧୁକ ଦେଖାଇ ୧୧ ଲକ୍ଷ, ୩୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ ହୋଇଛି। ରାଉରକେଲାସ୍ଥିତ ଆଇସିଆଇସି ବ୍ୟାଙ୍କ୍‌ରୁ ସିକ୍ୟୁରିଟି ସଂସ୍ଥାର କ୍ୟାସିୟର ସୁରକ୍ଷାଗାର୍ଡଙ୍କ ସହ କୁଆଁରମୁଣ୍ଡା ବ୍ଲକର ୫ଟି ପଞ୍ଚାୟତରେ ବାର୍ଦ୍ଧକ୍ୟଭତ୍ତା ପ୍ରଦାନ କରିବା ପାଇଁ ଆସିଥିଲେ। କ୍ୟାସ୍‌ ଭ୍ୟାନରୁ ଓହ୍ଲାଇବା ପୂର୍ବରୁ ସେମାନଙ୍କୁ ୫ଜଣ ଯୁବକ ୩ଟି ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ସୁରକ୍ଷାକର୍ମୀ ଅଟକାଇବାରୁ ତାଙ୍କୁ ଲହୁଲୁହାଣ କରି ୧୧ ଲକ୍ଷ, ୩୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଝାମ୍ପି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬,୫୦୦ ଫୁଟ ଉଚ୍ଚରେ ଉଡ଼ିଲା ଏନ୍‌ସିସି ପତାକା

ପୁରୀ ଅଫିସ,୧୩ା୧୨: ସାମନ୍ତ ଚନ୍ଦ୍ରଶେଖର (ଏସ୍‌ସିଏସ୍‌) ସ୍ବୟଂଶାସିତ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି)ର କ୍ୟାଡେଟ୍‌ ଆଶିଷ ଜେନା ଓଡ଼ିିଶାର ଏକମାତ୍ର କ୍ୟାଡେଟ ଭାବେ...

ନଳବଣ ପକ୍ଷୀ ଅଭୟାରଣ୍ୟ ଅସୁରକ୍ଷିତ

ପୁରୀ ଅଫିସ,୯।୯: ଚିଲିକାରେ ଶୀତୁଆ ସକାଳ ଓ ବିଦେଶୀ ପକ୍ଷୀଙ୍କ ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ହଜାର ହଜାର ପକ୍ଷୀଙ୍କ ଆଗମନରେ ନଳବଣ ପକ୍ଷୀ...

ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ସମ୍ବଲପୁର ଅଫିସ,୨୩।୧୧: ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ। ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ବତନ୍ତ୍ର ରାଜ୍ୟ, ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା, ସମ୍ବଲପୁରୀ...

ନାବାଳିକାଙ୍କୁ ଅନ୍ତଃସତ୍ତ୍ୱା କରିବା ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲଦଣ୍ଡ

କଟକ ଅଫିସ, ୯ା୧୧: ଦରଘାବଜାର ଥାନା ଅଞ୍ଚଳରେ ୨୦୧୪ରେ ଘଟିଥିବା ନାବାଳିକା ବଳାତ୍କାର ଓ ଅନ୍ତଃସତ୍ତ୍ୱା ଘଟଣାରେ କଟକ ତୃତୀୟ ଅତିରିକ୍ତ ସେସନ ଜଜ୍‌ ତଥା...

କୋଭିଡ୍‌ ଯୋଦ୍ଧା ପଜିଟିଭ୍‌ ଚିହ୍ନଟ: ୪୮ ଘଣ୍ଟା ଗାଁ ଶଟ୍‌ଡାଉନ୍‌ କଲେ ସରପଞ୍ଚ

ଜୁନାଗଡ଼,୨୫ା୭(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମହିଚଳା ପଞ୍ଚାୟତ ଚକୁଳି ଗ୍ରାମର ଜଣେ କୋଭିଡ୍‌ ଯୋଦ୍ଧା ଶୁକ୍ରବାର ରାତିରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।...

ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ, ୧୩।୧: ଅନୁଗୋଳ ଜିଲାର ସହରାଞ୍ଚଳର ପାନୀୟ ଜଳ ଯୋଗାଣ, ଆବର୍ଜନ ପରିଚାଳନା, ମୋ ଜାଗା ମିଶନ, ଭେଣ୍ଡିଂଜୋନ ବ୍ୟବସ୍ଥା ନେଇ ରବିବାର ପୂର୍ବାହ୍ନରେ ସର୍କିଟ...

ବ୍ୟଙ୍ଗ ସାହିତ୍ୟିକ ମୋହନ ଦାସ ରତିକାନ୍ତ ରାଓଙ୍କ ପରଲୋକ

ପୁରୀ ଅଫିସ,୭।୧୧: ଓଡ଼ିଶାର ସ୍ବନାମଧନ୍ୟ ବିଶିଷ୍ଟ ହାସ୍ୟ ବ୍ୟଙ୍ଗ ସାହିତ୍ୟିକ ମୋହନ ଦାସ ରତିକାନ୍ତ ରାଓ(୯୩)ଙ୍କ ଶୁକ୍ରବାର କୁଣ୍ଢେଇବେଣ୍ଟ ସାହିସ୍ଥିତ ପଞ୍ଚଚଉରା ନିକଟ ବାସଭବନରେ ପରଲୋକ...

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ହତ୍ୟା ଘଟଣା: ହତ୍ୟାକାରୀଙ୍କ ନିକଟତର ପୋଲିସ

ଫୁଲବାଣୀ ଅଫିସ, ୨୭ା୧୨: କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ତାଙ୍କ ଘର ସମ୍ମୁଖରେ ଗୁଳିକରି ହତ୍ୟା କରିବା ଘଟଣାରେ...

Advertisement
Archives

Model This Week