ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଟେଲି ଧାରାବାହିକର ପ୍ରସାରଣ

ମୁମ୍ବାଇ: ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଲୋକପ୍ରିୟ ଟେଲି ଧାରାବାହିକ। କିଛି ଧାରାବାହିକ ଟିଆର୍‌ପି ଭଲ ରହୁ ନ ଥିବାରୁ ବନ୍ଦ ହେବାକୁ ଯାଉଥିବା ବେଳେ କିଛି କାହାଣୀ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଲର୍ସରେ ପ୍ରସାରିତ ଏକତା କପୁରଙ୍କ ଶୋ’ ‘ନାଗିନ-୩’, ଜିଟିଭିର ଶୋ’ ‘ଆପକେ ଆ ଜାନେ ସେ’, ଷ୍ଟାର ପ୍ଲସରେ ପ୍ରସାରିତ ‘କୃଷ୍ଣା ଚଲି ଲଣ୍ଡନ’, ଆଣ୍ଡ ଟିଭିରେ ପ୍ରସାରିତ ‘ବିକ୍ରମ ବେତାଳ କି ରହସ୍ୟ ଗାଥା’ ଏବଂ ‘ଶାଦି କେ ସିଆପେ’ ଆଗାମୀ ଦିନରେ ବନ୍ଦ ହେବ।
‘ନାଗିନ-୩’ର କାହାଣୀ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଯୋଗୁ ମେ’୨୬ରେ ବନ୍ଦ ହେବ। ଏହା ସ୍ଥାନରେ ‘କବଚ-୨’ ପ୍ରସାରିତ ହେବ। ସେହିଭଳି ପ୍ରସାରଣର ୪ ବର୍ଷ ପରେ ସାହିଲ-ବେଦିକା ଯୋଡ଼ି ଯୋଗୁ ଲୋକପ୍ରିୟ ହୋଇଥିବା ଶୋ’ ‘ଆପକେ ଆ ଜାନେ ସେ’ ଜୁନ ୩ରେ ବନ୍ଦ ହେବାକୁ ଯାଉଛି। ଏହା ସ୍ଥାନରେ ‘ହମାରି ବହୁ ସିଲ୍କ’ ପ୍ରସାରିତ ହେବ। ସେହିଭଳି କୃଷ୍ଣା ଚଲି ଲଣ୍ଡନ ସ୍ଥାନରେ ‘କହାଁ ହମ୍‌ କହାଁ ତୁମ୍‌’ ପ୍ରସାରିତ ହେବାକୁ ଯାଉଥିବା ବେଳେ ବିକ୍ରମ ବେତାଳ କି ରହସ୍ୟ ଗାଥା ସ୍ଥାନରେ ‘ଜାତ୍‌ ନା ପୁଛୋ ପ୍ରେମ କି’ ପ୍ରସାରିତ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଅଲରାଉଣ୍ଡର ଦୀପ୍ତିଦିବ୍ୟ ଓରଫ୍‌ ମାନା

”ଜିନା ତେରି ଗଲି ମେଁ। ମରନା ତେରି ଗଲି ମେଁ। କଅଁଳ ଘାସ ଦେଖିଲେ ଛେଳି ଛୁଆଟା ଖାଲି ମେଁ ମେଁ। ଆଚ୍ଛା ତୋ ବୟଫ୍ରେଣ୍ଡ!“...

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଶୁଣି ଏମିତି କହିଲେ ପୂର୍ବତନ ପ୍ରେମିକା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କ ଚକିତ କରିଛି। ପ୍ରତିଭାସମ୍ପନ୍ନ କଳାକାର ସୁଶାନ୍ତଙ୍କ ମୃତ୍ୟୁରେ ବଲିଉଡ୍‌ ସ୍ତବ୍ଧ ହୋଇଯାଇଛି। ଟେଲି ସିରିଏଲ୍‌ରୁ ବଲିଉଡ୍‌କୁ...

ଓସ୍କାର ଦୌଡ଼ରେ ନୀନାଙ୍କ ଫିଲ୍ମ

ମୁମ୍ବାଇ: ସେଲିବ୍ରିଟି ସୈଫ୍‌ରୁ ଫିଲ୍ମମେକର୍‌ ହୋଇଥିବା ବିକାଶ ଖାନ୍ନାଙ୍କ ପ୍ରଥମ ଫିଲ୍ମ ‘ଦ ଲାଷ୍ଟ କଲର୍‌’ ଓସ୍କାର ଆଓ୍ବାର୍ଡ ଦୌଡ଼ରେ ଫିଚର୍‌ ଫିଲ୍ମ ତାଲିକାଭୁକ୍ତ ହୋଇଛି।...

ରଜନୀକାନ୍ତଙ୍କ ପରେ ଏବେ ଅକ୍ଷୟଙ୍କ ପାଳି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ଏବେ ବଲିଉଡ୍‌ ଖିଲାଡି ବୟଙ୍କ ପାଳି ପଡିଛି। ଡିସକଭରି ଚ୍ୟାନେଲର ମୋଷ୍ଟ ପପୁଲାର...

ମର୍ଡର ମିଶନ ଅନ୍ତରାଳେ

‘ହଁ.. ହଁ.. ମୁଁ ଅବିନାଶ, ମୋର ଆରମ୍ଭ ନାହିଁ କି ନାହିଁ ଶେଷ। ମୁଁ ଖୁସି ଥିଲେ ବିନ୍‌ଦାସ ବିଗିଡି ଗଲେ ଖଲାସ..।’ ଏପରି ଏକ...

ବିବାହ କଲେ ମୋନା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି ବଲିଉଡ୍‌ ଆକ୍ଟ୍ରେସ୍‌ ମୋନା ସିଂ। ସେ ତାଙ୍କ ପୁରୁଷ ବନ୍ଧୁ ତଥା ସାଉଥ୍‌ ଇଣ୍ଡିଆର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର...

ଶୁଟିଂ ସେଟ୍‌ରେ କଥା ହେଉ ନ ଥିଲେ ଅଭିନେତ୍ରୀ ଅଭିନେତା, ତଥାପି ହିଟ୍‌ ହୋଇଥିଲା ଏହି ଫିଲ୍ମ

ବଲିଉଡ୍‌ର ୩ ଖାଁ ଏକା ସାଥୀରେ କାମ କରି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏହି ୩ ଖାଁ ହେଲେ...

କରନ ଜୋହରଙ୍କ ଘରେ ପଶିଲା କରୋନା

ବଲିଉଡ୍‌ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହରଙ୍କ ଘରେ କରୋନା ପ୍ରବେଶ କରିଛି। ତାଙ୍କ ଘରେ କାମ କରୁଥିବା ଦୁଇ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା...

Coronavirus Update


Archives

Model This Week

Why Dharitri