ବନ୍ଦ ଘରୁ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର, ବିଷମିଶା କ୍ଷୀର ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

ସୁନ୍ଦରଗଡ଼,୧୧।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଅଧୀନ ଆଇଟି କଲୋନୀର ଏକ କ୍ୱାର୍ଟର୍ସରୁ ଶନିବାର ଗୋଟିଏ ପରିବାରର ୪ଜଣଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ରଞ୍ଜିତ ପ୍ରସାଦ, ତାଙ୍କ ସ୍ତ୍ରୀ କଳ୍ପନା ଏବଂ ଦୁଇ ପୁଅ ଝିଅ। ରାଜଗାଙ୍ଗପୁର ଏସ୍‌ଡିପିଓ ବିଜୟ କୁମାର ନନ୍ଦ, ଆଇଆଇସି ଗୋକୁଳାନନ୍ଦ ସାହୁ ଏବଂ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତଦେହ ନିକଟରେ ଅଧା ଭର୍ତ୍ତି କ୍ଷୀର ଥିବା ପାତ୍ର ମିଳଛି। ଏଣୁ ବିଷମିଶା କ୍ଷୀର ପିଇ ପରିବାର ସଦସ୍ୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏସ୍‌ଡିପିଓ କହିଛନ୍ତି।

ସୂଚନାନୁଯାୟୀ, ଶନିବାର ସକାଳେ ଘର ଭିତରୁ ପଚାଗନ୍ଧ ଆସୁଥିବା ନେଇ ପୋଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ପୋଲିସ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଘରର କବାଟ ଭାଙ୍ଗି ଗଳିତ ମୃତଦେହଗୁଡ଼ିକର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଗତ ଗୁରୁବାରଠାରୁ ତାଙ୍କ ଘର ଭିତର ପଟୁ ତାଲା ପଡ଼ିଥିବା ପଡ଼ୋଶୀ କହିଛନ୍ତି। ଅପରପକ୍ଷେ ରଞ୍ଜିତ ଏକ ଘରୋଇ କମ୍ପାନୀରେ ଠିକାଦାରଙ୍କ ଅଧୀନରେ କାମ କରୁଥିଲେ। ସେ କଳ୍ପନାଙ୍କୁ ପ୍ରେମ ବିବାହ କରିଥିଲେ। ଉକ୍ତ କଲୋନୀରେ ପୁଅଝିଅଙ୍କ ସହ ରହି ଆସୁଥିଲେ। ଏପରିସ୍ଥଳେ ସେମାନଙ୍କର ଏଭଳି ଆତ୍ମହତ୍ୟା ପଛରେ କ’ଣ କାରଣ ରହିଛି ପୋଲିସ ସେ ନେଇ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁୟାରୀ ପହିଲାରୁ ଇ- ଡିଟେକ୍ଟସନ

ଭୁବନେଶ୍ୱର, ୨୪ା୧୧(ବ୍ୟୁରୋ): ବିନା ଦଲିଲରେ ଯାତାୟାତ କରୁଥିବା ଯାନକୁ ଧରିବ ଇ-ଡିଟେକ୍‌ଶନ(ଚିହ୍ନଟ)। ପରିବହନ ବିଭାଗ ପକ୍ଷରୁ ଏ ନେଇ ଏକ ଇ-ଚିହ୍ନଟ ପୋର୍ଟାଲ ପ୍ରସ୍ତୁତ କରାଯାଇଛି।...

କୋରାପୁଟ-କିରଣ୍ଡୁଲ ପାସେଞ୍ଜର ଟ୍ରେନ୍‌ ଲାଇନ୍‌ ଚ୍ୟୁତ

କୋରାପୁଟ,୧୭।୧(ଡି.ଏନ୍‌.ଏ.): ବିଶାଖାପାଟଣା-କୋରାପୁଟ ଆସୁଥିବା କୋରାପୁଟ-କିରଣ୍ଡୁଲ ପାସେଞ୍ଜର ଟ୍ରେନ୍‌ ଶିବଲିଙ୍ଗପୁରମ ଠାରେ ମଙ୍ଗଳବାର ଲାଇନ୍‌ଚ୍ୟୁତ ହୋଇଛି। ଏଥିରେ ଟ୍ରେନ୍‌ର ୬ ନମ୍ବର ବଗି ଟ୍ରାକ୍‌ରୁ ବାହାରକୁ ଚାଲିଆସିଛି।...

ସୁଯୋଗର ହେଉନି ସଦୁପଯୋଗ

ଅନୁଗୋଳ ଅଫିସ, ୨୩ା୧୦ ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ରହିଛି। କିନ୍ତୁ ଏଯାଏ ମାତ୍ର ୧୩ଟି ସ୍ଥାନକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ...

ଖୋଲା ଆକାଶ ତଳେ ଧାନମଣ୍ଡି, ଚିନ୍ତାରେ ଚାଷୀ

କଟକ ସଦର,୭।୧(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅଞ୍ଚଳର ଧାନମଣ୍ଡି ଜାନୁୟାରୀରୁ ଖୋଲିଯାଇଛି। ତେବେ ସବୁ ମଣ୍ଡି ଏକ ଘରେ ରହିବା ବଦଳରେ ଖୋଲା ଆକାଶ ତଳେ ପଡ଼ିରହିଛି।...

ଫୁଲୁଛି ବ୍ରାହ୍ମଣୀ: ବନ୍ୟା ଆଶଙ୍କାରେ ଲୋକେ ଆତଙ୍କିତ

ଢେଙ୍କାନାଳ ଅଫିସ,୧୪ା୮: ଢେଙ୍କାନାଳ ଜିଲାରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଢେଙ୍କାନାଳ ଓ କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ ଏବଂ କମଗରା ମଧ୍ୟରେ...

ସାପ କାମୁଡ଼ାରେ ଛାତ୍ରୀଙ୍କ ମୃତ୍ୟୁ

ଭଦ୍ରକ ଅଫିସ, ୧୭।୮ – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମୌସୁଧା ଗ୍ରାମର କଲେଜ ପଢୁଆ ଛାତ୍ରୀ ରୀନାରାଣୀ ନାୟକଙ୍କର ଶନିବାର ସାପ କାମୁଡ଼ାରେ...

ମୋହରିର ସମେତ ଆଉ ୨ ଗିରଫ

ଭୁବନେଶ୍ୱର,୨୮।୨(ବ୍ୟୁରୋ):ରାଜଧାନୀରେ ଜମି ଠକେଇର ଆଉଏକ ବଡ଼ ରାକେଟ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ବିଏମ୍‌ସି ଓ ସବ୍‌ରେଜିଷ୍ଟ୍ରାର୍‌ ଅଫିସ୍‌ରେ ହିଁ ପ୍ରସ୍ତୁତ ହେଉଛି ଏହି...

ବୃଦ୍ଧାଙ୍କୁ କଚାଡ଼ି ମାରିଲା ଦନ୍ତା

ତେଲକୋଇ/ପରଜଙ୍ଗ, ୨୧।୮(ଡି.ଏନ୍‌.ଏ.): ଢେଙ୍କାନାଳ-କେନ୍ଦୁଝର ସୀମାନ୍ତ ସଂରକ୍ଷିତ ଜଙ୍ଗଲରେ ହାତୀ-ମଣିଷ ସଂଘର୍ଷ ତୀବ୍ର ରୂପ ନେଇଛି। ହାତୀ ଦୌରାତ୍ମ୍ୟରେ ଜଙ୍ଗଲତଳି ଅଞ୍ଚଳବାସୀ ସର୍ବାଧିକ ପ୍ରଭାବିତ ହେଉଛନ୍ତି। ସମ୍ପୃକ୍ତ...

Advertisement
Archives

Model This Week