ରାୟଗଡ଼ା ଅଫିସ,୨୯।୧୨: ଗୋଟିଏ ବନ୍ଦ କୋଠରିରୁ ଜଣେ ବିବାହିତ ଯୁବକ ଓ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ରାୟଗଡ଼ା ପୋଲିସ ଜବତ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରେମ ବ୍ୟାପାରରୁ ଉଭୟେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତ ପରେ ପୋଲିସ ସନ୍ଦେହ କରୁଛି। ମୃତ ଯୁବକଙ୍କ ନାମ ରାହୁଲ କୌଶଲ୍ୟା (୨୬)। ସୂଚନାନୁଯାୟୀ, ନାବାଳିକା ଜଣକ ଟ୍ୟୁଶନ ଯିବାକୁ କହି ମଙ୍ଗଳବାର ଘରୁ ବାହାରିଥିଲେ। ଟ୍ୟୁଶନ ସାରି ଘରକୁ ନ ଫେରିବାରୁ ପରିବାର ଲୋକେ ଟ୍ୟୁଶନ ସାର୍ଙ୍କୁ ଯୋଗାଯୋଗ କରିଥିଲେ। ନାବାଳିକା ଜଣକ ଟ୍ୟୁଶନ ଆସି ନ ଥିବା ତାଙ୍କ ଶିକ୍ଷକ କହିଥିଲେ। ରାହୁଲଙ୍କ ଘରୁ ଉଭୟଙ୍କ ଝୁଲନ୍ତା ମୃତଦେହ ମିଳିବା କଥା ତାଙ୍କ ପଡ଼ୋଶୀମାନେ ନାବାଳିକାଙ୍କ ଘର ଲୋକ ଓ ପୋଲିସକୁ ଜଣାଇଥିଲେ। ପୋଲିସ ମୃତଦେହ ଜବତକରି ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନାନୁଯାୟୀ, ସ୍ବାମୀଙ୍କର ଅନ୍ୟତ୍ର ପ୍ରେମ ସମ୍ପର୍କ ଥିବା ରାହୁଲଙ୍କ ସ୍ତ୍ରୀ ସନ୍ଦେହକରି ୩ମାସ ହେବ ଘର ଛାଡ଼ି ବାପଘରେ ରହୁଛନ୍ତି।
Posted inଆମ ଜିଲା ଖବର, ରାୟଗଡା View All

କପିଳାସ ଅଭୟାରଣ୍ୟରେ ସଫାରି
ଢେଙ୍କାନାଳ ଅଫିସ, ୩।୩ – ଜୈବ ବିବିଧତା ଏବଂ ବନ୍ୟପ୍ରାଣୀ ସମ୍ଭାରରେ ଭରପୂର କପିଳାସ ଅଭୟାରଣ୍ୟରେ ଖୁବ୍ଶୀଘ୍ର ସଫାରିର ମଜା ନେବେ ପର୍ଯ୍ୟଟକ। ଏଥିଲାଗି ବନ...

ହଜିଗଲାଣି ମୁକ୍ତା ଯୋଜନାର ପ୍ରକଳ୍ପ
ପଟ୍ଟାମୁଣ୍ଡାଇ,୨୮ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ କରୋନା ସମୟରେ ଲୋକଙ୍କ ସହ ଶ୍ରମିକ ଶ୍ରେଣୀର ଲୋକେ ବେଶୀ ପ୍ରଭାବିତ ହୋଇଥିଲେ। ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା...

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ
ବାରିପଦା ଅଫିସ,୨୦।୧୨: ଆଦିବାସୀ ଭାଷା ଓ ଲିପି ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ମଙ୍ଗଳବାର ମିଳିତ ଆଦିବାସୀ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲା...

ସ୍କ୍ରବ୍ ଟାଇଫସ ସଂକ୍ରମଣ: ଅନୁଧ୍ୟାନ କଲେ ବୁର୍ଲା ଡାକ୍ତରଖାନା ଟିମ୍
ବରଗଡ଼,୧୭ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ ସଂକ୍ରମଣ ଯୋଗୁ ୫ଜଣଙ୍କ ମୃତ୍ୟୁ ହେବା ଘଟଣା ସାମନାକୁ ଆସିବା ପରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଆଦେଶକ୍ରମେ ଭୀମସାର୍,...

ଜାତୀୟ ରାଜପଥରେ ଅଟକିଛି ଶତାଧିକ ଟ୍ରକ : ୫ ଦିନ ହେଲା ଟ୍ରାଫିକ ବିପର୍ଯ୍ୟସ୍ତ
ଛତ୍ରପୁର,୧୮ା୭(ଡି.ଏନ.ଏ)-ଗଞ୍ଜାମରୁ ଆରମ୍ଭ କରି ଛତ୍ରପୁର- କାଳିବାଲି ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ଉପରେ ଶତାଧିକ ଆଇରନ୍ ଓର୍ ବୋଝେଇ ଟ୍ରକ୍ ୫ ଦିନ ହେଲା ଅଟକି...

ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼: ମାଜିଷ୍ଟ୍ରେଟଙ୍କୁ ମହଙ୍ଗା ପଡ଼ିଲା
ଝାରସୁଗୁଡା ଅଫିସ୍,୪।୬: କୋଭିଡ୍ ତଦାରଖ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ ବୁଧବାର ଜଣେ ବୃଦ୍ଧ ତରଭୂଜ ବିକାଳୀ ଏବଂ ତାଙ୍କର...

ଅଯୋଧ୍ୟା ଗଲା ସୀତାକୁଣ୍ଡ ଜଳ
ମାଲକାନଗିରି/କୋରାପୁଟ,୨୩ା୩ (ଡି.ଏନ୍.ଏ./ସ୍ବ.ପ୍ର.): ମଙ୍ଗଳବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମାଲକାନଗିରି ଜିଲା ଖଇରପୁଟ ବ୍ଲକର ବଣ୍ଡାଘାଟି ଗସ୍ତ କରିଛନ୍ତି। ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମମନ୍ଦିର ପାଇଁ...

କୋଶଳୀ ଭାଷା ସୁରକ୍ଷା ସମିତିର ମହିମା ସାହିତିଅ ଆସର
ଟିଟିଲାଗଡ, ୧୯ା୫ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ହିନ୍ଦୀ ହାଇସ୍କୁଲ ପରିସରରେ କୋଶଳୀ ଭାଷା ସୁରକ୍ଷା ସମିତି ତରଫୁ ବୁଦ୍ଧ ଆର ଭୀମ ଭୋଇକଁର ଜନମ୍...