ବନ୍ଦରର ବର୍ଦ୍ଧିତ ପ୍ରକଳ୍ପ ଉପରେ ସମୀକ୍ଷା

ପାରାଦୀପ, ୧୧ା୧(ସ୍ବ.ପ୍ର.): କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ସଚିବ ଡା.ସଞ୍ଜୀବ ରଞ୍ଜନ ସୋମବାର ପ୍ରଥମ ଥର ପାଇଁ ପାରାଦୀପ ଗସ୍ତ କରିଛନ୍ତି। ତାଙ୍କୁ ସେକ୍ଟର ୨୧ରେ ଥିବା ଜବାହର ଅତିଥି ଭବନରେ ବନ୍ଦର ଅଧ୍ୟକ୍ଷ ପି.ଏଲ ହାରାନ୍ଧ ସ୍ବାଗତ କରିଥିଲେ। ପରେ ସେ ବନ୍ଦର ନିଷିଦ୍ଧାଞ୍ଚଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ସାରେ ବନ୍ଦର ପ୍ରଶାସନିକ ଭବନର ବୋର୍ଡରୁମରେ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ବନ୍ଦର ବ୍ୟବହାରକାରୀ ସଂସ୍ଥା ଓ ଅନ୍ୟ ମାନଙ୍କ ସହ ଆଲୋଚନା ହୋଇଥିଲା। ଏହି ଗସ୍ତ ବେଳେ ସେ ପାରାଦୀପ ବନ୍ଦରର ବର୍ଦ୍ଧିତ ପ୍ରକଳ୍ପ ଉପରେ ସମୀକ୍ଷା କରିଛନ୍ତି। ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥ, କଟକ ପାରାଦୀପ ରାଜ୍ୟ ରାଜପଥ ପ୍ରଶସ୍ତିକରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ରେଳପଥ ସମ୍ପ୍ରସାରଣ, ଧାନମଣ୍ଡଳ-ଚଣ୍ଡିଖୋଲ ରେଳପଥକୁ ବିକଳ୍ପ ଭାବେ ବ୍ୟବହାର କରିବା ଉପରେ ସମୀକ୍ଷା କରିଥିଲେ। ଏତଦ୍‌ବ୍ୟତୀତ ନଦୀଭିତ୍ତିକ ବନ୍ଦର କାମ ଉପରେ କ’ଣ ଅଗ୍ରଗତି ହୋଇଛି ତା’ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଗତିଶକ୍ତି ଯୋଜନା ଅଧୀନ ଭାରତୀୟ ଜଳପଥ ପ୍ରାଧୀକରଣ କାମ ଉପରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ହୋଇଛି। ମଙ୍ଗଳବାର ଭୁବନେଶ୍ୱରଠାରେ ବହୁମୁଖୀ ଗତିଶକ୍ତି ପ୍ରକଳ୍ପ ଉପରେ କର୍ମଶାଳା କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗମୁହାଁ ଯୁବପିଢ଼ି

କଟକ ଅଫିସ, ୩ା୨: ଶରୀର ସୁସ୍ଥ ରହିବା ପାଇଁ ମନକୁ ଶାନ୍ତ ରଖିବା ଆବଶ୍ୟକ। ମନର ସୁସ୍ଥତା ପାଇଁ ଦରକାର ଅନୁକୂଳ ପରିବେଶ ଓ ଉପଯୁକ୍ତ...

ବମ୍ବେରୁ ଫେରିଲେ ୨୬୧ ପ୍ରବାସୀ, ଖୋର୍ଦ୍ଧା ଷ୍ଟେଶନରେ ପହଞ୍ଚିଲା ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍‌

ଖୋର୍ଦ୍ଧା ଅଫିସ,୧୩।୫: ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍‌ ବମ୍ବେର ଥାନେ ଅଞ୍ଚଳରୁ ପ୍ରବାସୀ ଶ୍ରମିକଙ୍କୁ ଆଣି ଓଡିଶାର ଖୋର୍ଦ୍ଧା ରୋଡ଼ ଷ୍ଟେଶନରେ ପହଞ୍ଚିଛି । ବୁଧବାର...

ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସମ୍ପାଦକ

ବରଗଡ଼ ଅଫିସ,୯ା୮: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକ ଘନଶ୍ୟାମ ସାହୁଙ୍କ ବାସଭବନରେ ସୋମବାର ସକାଳୁ ଭିଜିଲାନ୍ସ...

୧୭ରେ ସବୁ ନିର୍ବାଚନମଣ୍ଡଳୀରେ ପାଳନହେବ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର,୧୨।୪(ବ୍ୟୁରୋ):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଆସନ୍ତା ୧୭ ତାରିଖରେ ପଡୁଥିବା ବେଳେ ଏଥର ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ଏହି ଦିବସକୁ ନିରାଡ଼ମ୍ବର ଭାବେ...

ସମ୍ବଲପୁରରେ ମୋଦି: ଚିଟ୍‌ଫଣ୍ଡରେ ଯିଏ ବୁଡ଼ିଛନ୍ତି, ସେ କେମିତି ଆପଣଙ୍କ କଥା ବୁଝିବେ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ନିର୍ବାଚନୀ ପ୍ରଚାର ପାଇଁ ମଙ୍ଗଳବାର ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗଦେଇ ଉଦ୍‌ବୋଧନ ଦେଇଛନ୍ତି। ସମ୍ବଲପୁରର ରେମେଡ୍‌...

ଆଟେଣ୍ଡାନ୍ସ ଖାତାରେ ପୂର୍ବତନ ବିଧାୟକଙ୍କ ନାମ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ ପ୍ରଥମଥର ବିଧାୟକ ହୋଇଛନ୍ତି। ଯେତେବେଳେ ବିଧାନସଭାର ଅଧିବେଶନରେ ଯୋଗ ଦେବାକୁ ଆସୁଛନ୍ତି ବିଧାୟକଙ୍କ ଅଟେଣ୍ଡାନ୍ସ ଖାତାରେ ରହିଛି...

ରାଉତପଡ଼ାରେ ହାତୀ ଉପଦ୍ରବ : ଗ୍ରାମବାସୀ ଭୟଭୀତ

ରୂପ୍‌ସା,୯।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ଓ ରାଉତପଡ଼ା ପଞ୍ଚାୟତ ଓଡ଼ିଆଶାସନ, କୂଳ ବାରମାଣିଆ, ଭରଡ଼ାପାଳ ଆଦି ମୌଜାରେ ଶିମିଳିପାଳରୁ ୭ ଜଣିଆ ହାତୀପଲ ଆସି...

ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟ ରଥ

କୋଣାର୍କ,୨।୧(ଡି.ଏନ୍‌.ଏ.):ନବବର୍ଷର ଆରମ୍ଭ ଆଉ ସୂର୍ଯ୍ୟପୂଜାର ପ୍ରାଚୀନ ପରମ୍ପରା ସହ ଜଡ଼ିତ ପବିତ୍ର ଶାମ୍ବଦଶମୀ ଅବସରରେ ରବିବାର ଅର୍କକ୍ଷେତ୍ର କୋଣାର୍କ ଚଳଚଞ୍ଚଳ ହୋଇପଡ଼ିଥିଲା। କୃଷ୍ଣପୁତ୍ର ଶାମ୍ବଙ୍କ ସୂର୍ଯ୍ୟପୂଜାରେ...

Advertisement
Archives

Model This Week