ବନ୍ତଳା ଜଙ୍ଗଲରେ ସନ୍ଦିଗ୍ଧଙ୍କ କ୍ୟାମ୍ପ

ବନ୍ତଳା,୧୨ା୧(ଡି.ଏନ.ଏ.)

ଅନୁଗୋଳ ଜିଲା ବନ୍ତଳା ଥାନା ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ବାରଗୌଣିଆ ପଞ୍ଚାୟତ ମାଗୁରାଖାଲ ଗ୍ରାମ ଜଙ୍ଗଲ ଭିତରେ ହୋଇଥିବା ସନ୍ଦିଗ୍ଧଙ୍କ କ୍ୟାମ୍ପକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଗତ ୩ରୁ ୪ ଦିନ ହେଲା ୧୦ରୁ ଅଧିକ କ୍ୟାମ୍ପ ହୋଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି। ସେଠାରେ ସମସ୍ତ ପ୍ରକାର ରାଶନ, ରୋଷେଇ ସାମଗ୍ରୀ ସହ ପାଣି, ଚାଉଳ ଆଦି ଗଚ୍ଛିତ ରଖାଯାଇଛି। କ୍ୟାମ୍ପ ସ୍ଥାନକୁ ପରିଷ୍କାର ସହ ବାଉଁଶରେ ଘର କରାଯାଇ ନୂଆ ଜରିପାଲ ଘୋଡ଼ାଯାଇଛି। କୌଣସି ସୂତ୍ରରୁ ଖବରପାଇ ବନ୍ତଳା ଥାନା ଆଇଆଇସି ଗୀତାଞ୍ଜଳି ସାହୁଙ୍କ ସମେତ ଫୋର୍ସ ଓ ବନ ବିଭାଗ କର୍ମଚାରୀମାନେ ଶୁକ୍ରବାର ଅପରାହ୍ନରେ ଘଟଣାସ୍ଥଳକୁ ଯାଉଥିଲେ ହେଁ କିଛି ଦୂରରୁ ପଳାଇ ଆସିଥିଲେ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରାୟ ୨୦ରୁ ୩୦ ଜଣ ସନ୍ଦିଗ୍ଧ ସେଠାରେ ରହୁଛନ୍ତି। ଦିନବେଳା କେଉଁଆଡ଼େ ପଳାଉଥିବା ବେଳେ ରାତିରେ କ୍ୟାମ୍ପକୁ ଫେରୁଛନ୍ତି। ଅତୀତରେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ମାଓବାଦୀଙ୍କ ଚଳପ୍ରଚଳର ପ୍ରମାଣ ମିଳିଥିବାରୁ ସନ୍ଦିଗ୍ଧମାନଙ୍କ ଏପରି କ୍ୟାମ୍ପକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଉକ୍ତ ସ୍ଥାନରୁ ୫ କିଲୋମିଟର ଦୂରରେ ବାରଗୌଣିଆ, ଭୁବନପୁର, ନୂଆ ରାଇଗୁଡ଼ା ଓ ତଳଗଡ଼ ଗ୍ରାମ ରହିଛି। ଅନ୍ୟପଟ ପାହାଡ଼ ପାର୍ଶ୍ୱରେ ସାତକୋଶିଆ ଅଭୟାରଣ୍ୟ ଓ ରାଇଗୁଡ଼ା ଜଙ୍ଗଲ ହୋଇଥିବାରୁ ସନ୍ଦିଗ୍ଧମାନେ ହାତୀ କିମ୍ବା ଅନ୍ୟ ବନ୍ୟଜନ୍ତୁ ଶିକାରୀ ହୋଇଥିବା ସନ୍ଦେହ କରାଯାଉଛି। ତୁରନ୍ତ ଏ ନେଇ ତଦନ୍ତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ବନ୍ତଳା ଥାନା ଆଇଆଇସି ଗୀତାଞ୍ଜଳି ସାହୁ କୁହିଛନ୍ତି, ଖବର ପାଇଛୁ। ଘଟଣାର ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

୮୦ଭାଗ କାମ ଅଟକିଛି, ଚାଲୁନି ସିସିଟିଭି

ବାରଙ୍ଗ,୬ା୬(ଡି.ଏନ୍‌.ଏ.): ମେ ୩ରେ ଘଟିଥିବା ବାତ୍ୟା ଫନୀକୁ ଏ ମଧ୍ୟରେ ମାସେ ବିତିଯାଇଛି। କିନ୍ତୁ ଏବେ ସୁଦ୍ଧା ନନ୍ଦନକାନନର ଚିତ୍ର ପୂର୍ଣ୍ଣରୂପେ ବଦଳିନାହିଁ। ପୁନରୁଦ୍ଧାର କାର୍ଯ୍ୟ...

୧୪ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ପାପଡ଼ାହାଣ୍ଡି,୩ା୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଦଳେଇଗୁଡ଼ା ଏସ୍‌ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟର ୧୪ ଜଣ ଛାତ୍ରୀ ବୁଧବାର ଅସୁସ୍ଥ ହୋଇ ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି...

ସମ୍ପାତି ଚଢ଼େଇ

ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଏକ ଭିନ୍ନ ପରମ୍ପରା ଦେଖାଯାଏ। ଏଠାରେ ସଂସ୍କୃତ ରାମାୟଣର ଚରିତ୍ର (ଅଷ୍ଟବୀର)ଙ୍କୁ ସମ୍ପାତି ଚଢ଼େଇ ଉପରେ ବସାଯାଇ ଉପାସନା କରାଯାଏ।...

ଭିତରକନିକାରେ ଡଲ୍‌ଫିନ ସଂଖ୍ୟା ବଢ଼ିଲା

କେନ୍ଦ୍ରାପଡ଼ା ଅଫିସ,୧୧। ୪: ଜାତୀୟ ଉଦ୍ୟାନ ଭିତରକନିକାରେ ଗତ ୩ ବର୍ଷ ଧରି କ୍ରମାଗତ ହ୍ରାସ ପାଉଥିବା ଡଲ୍‌ଫିନଙ୍କ ସଂଖ୍ୟା ଚଳିତ ବର୍ଷ ଆଶାତୀତ ଭାବେ...

ଜବରଦଖଲ ଉଚ୍ଛେଦ ବେଳେ ଛାତ ଭୁଶୁଡ଼ିବା ଘଟଣା: ଜଣେ ମୃତ, ୩ ଗୁରୁତରଙ୍କ ଚିକିତ୍ସା ଜାରି

ବଅଁରପାଳ,୨୭।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ବାଲିସାହି ନିକଟରେ ଜାତୀୟ ରାଜପଥ କଡ଼ରୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବା ସମୟରେ ଏକ ଘରର ଛାତ ଭୁଶୁଡ଼ି...

ଜିଲା ମୁଖ୍ୟ ଚିକିତ୍ସାଳୟ ଅଚାନକ ପରିଦର୍ଶନ କଲେ ଜିଲାପାଳ: ସେବା ସମ୍ପର୍କରେ ରୋଗୀଙ୍କୁ ପଚାରିଲେ, ସମସ୍ୟା ବୁଝିଲେ

ଅନୁଗୋଳ ଅଫିସ, ୧୩।୧୦ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ କିପରି ସେବା ଯୋଗାଇ ଦିଆଯାଉଛି ତାହାର ତଦାରଖ ପାଇଁ ଶନିବାର ପୂର୍ବାହ୍ନ ୧୧ଟାରେ...

ଆଜି ଖୋଲିଲା ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ଆଜି ଭାଜପା ନେତ୍ରୀ ତଥା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ଖୋଲିଛି। ୮ ଦିନ ପରେ ବିଏମ୍‌ସି ଅଧିକାରୀ ଏବଂ ପୋଲିସ ଉପସ୍ଥିତିରେ...

ସେ ଥିଲେ ଉଦାର ବ୍ୟକ୍ତି

ଶରତ କୁମାର କର ଆଜି ନାହାନ୍ତି। ସେ ବିଶାଳ ବ୍ୟକ୍ତିତ୍ୱଙ୍କ ସମ୍ବନ୍ଧରେ କିଛି କହିବା ବା ଲେଖିବା ଏକ ଦୁଃସାହସ କହିଲେ ଅତ୍ୟୁକ୍ତି ହେବନାହିଁ। ଦୀର୍ଘ...

Advertisement
Archives

Model This Week