ବନବିଭାଗ ଓ ପୋଲିସ ଉପସ୍ଥିତିରେ ଶାଳଗଣ୍ଡି ଲୁଟ୍‌

ଓଡ଼ଗାଁ, ୪ା୨(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବନ୍ଧାଭୂମି ଗ୍ରାମ ନିକଟରେ ବନବିଭାଗ ଓ ପୋଲିସ ଉପସ୍ଥିତିରେ ରବିବାର ବିଳମ୍ବିତ ରାତିରେ କେତେକ ଲୋକ ବିପୁଳ ପରିମାଣର ଶାଳଗଣ୍ଡି ଲୁଟି ନେଇଛନ୍ତି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତିରେ ବାହାଡ଼ାଝୋଲା ସେକ୍ସନ ଅନ୍ତର୍ଗତ ମକରାପଲ୍ଲୀ ସଂରକ୍ଷିତ ଜଙ୍ଗଲରୁ ୩ଟି ଟ୍ରାକ୍ଟରରେ ଶାଳଗଣ୍ଡି ବୋଝେଇ ହୋଇ ଆସୁଥିବା ନେଇ ବାହାଡ଼ାଝୋଲା ବନପାଳ ସରିତା ବରାଳ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଏହି ସମୟରେ ଓଡି୨୫ଜି-୬୬୯୧, ଓଆର୦୨କେ-୨୪୦୭ ଓ ଓଆର ୨୫ବି-୬୧୪୩ ନମ୍ବର ବିଶିଷ୍ଟ ଟ୍ରାକ୍ଟରରେ ଶାଳ ଗଣ୍ଡି ବୋଝେଇ ହୋଇ ଆସୁଥିବା ସେ ଦେଖିଥିଲେ। ସେ କୁଆଡେ ସମ୍ପୃକ୍ତ ୩ ଟ୍ରାକ୍ଟର ଚାଳକ ଓ ସେମାନଙ୍କ ହେଲପର ଏହିପରି ୬ ଜଣଙ୍କୁ ଅଟକ ରଖିବା ନିମନ୍ତେ ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟକୁ ପଠାଇ ଦେଇଥିଲେ। ସେଠାରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ପରିବାର ସହିତ ବନ୍ଧାଭୂମି ଗ୍ରାମର କେତେକ ସମର୍ଥକ ପହଞ୍ଚତ୍ ଜବତ କାଠ ଓ ଅଟକ ଟ୍ରାକ୍ଟର କର୍ମଚାରୀଙ୍କୁ ଛାଡିଦେବାକୁ ବନପାଳଙ୍କୁ ଧମକ ଦେଇଥିଲେ। ଏପରି କି ସେମାନେ ବନପାଳଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଘେରାବନ୍ଦୀ କରିରଖିଥିଲେ। ଖବର ପାଇ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌ଡି, ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ପଣ୍ଡା ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଲୋକମାନଙ୍କୁ ବୁଝାଶୁଝା କରିଥିଲେ। ହେଲେ ସେମାନେ ଆଣିଥିବା ଶାଳ କାଠ ସହିତ ଅଟକ ଟ୍ରାକ୍ଟର କର୍ମଚାରୀଙ୍କୁ ଛାଡିବା ଦାବିରେ ଅଟଳ ରହିଥିଲେ । ଏପରି କି ଗାଁ ମଝିରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ବନଖଣ୍ଡ ଅଧିକାରୀଙ୍କ ସମେତ ଅନ୍ୟମାନଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରିଥିଲେ। ଅନ୍ୟପକ୍ଷେ ଏସବୁ କାଠ ଗ୍ରାମରେ ହେଉଥିବା ଅଷ୍ଟପ୍ରହରି ନିମନ୍ତେ ଅଣାଯାଉଥିବା ସମ୍ପୃକ୍ତ ଅଭିଯୁକ୍ତମାନେ ଡିଏଫଓଙ୍କୁ କହିଥିଲେ। ହେଲେ ରାତିଅଧିଆ ଏପରି ଶାଳ ଗଣ୍ଡି ବୋହିବା ବେଆଇନ ଓ ଶାଳ କାଠକୁ ଏପରି ବ୍ୟବହାର କରିବା ଆଇନସମ୍ମତ ନୁହେଁ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଏସବୁ ସତ୍ତ୍ୱେ ବିଳମ୍ବିତ ରାତିରେ ବନଖଣ୍ଡ ଅଧିକାରୀ, ବନ କର୍ମଚାରୀ ଓ ପୋଲିସ ଉପସ୍ଥିତିରେ ସମ୍ପୃକ୍ତ ବ୍ୟକ୍ତିମାନେ କାଠ ବୋଝେଇ ଟ୍ରାକ୍ଟର ନେଇ ଚାଲିଯାଇଥିଲେ। ଏହି କାଠର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ଘଟଣାର ଗୋଟିଏ ଦିନ ବିତିଯାଇଥିଲେ ସୁଦ୍ଧା ଥାନାରେ କିମ୍ବା ବିଭାଗୀୟ ମାମଲା ରୁଜୁ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏ ସମ୍ପର୍କରେ ଡିଏଫଓଙ୍କ ମୋବାଇଲ (ନଂ.୯୪୩୭୦୫୨୨୨୬)ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସୁଇଚ୍‌ ଅଫ ଦର୍ଶାଇଥିଲା। ରେଞ୍ଜର ପଣ୍ଡା ଓ ବନପାଳ ବରାଳ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଏହାକୁ ନେଇ ବନ କର୍ମଚାରୀମାନେ କାର୍ଯ୍ୟବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri