ବଦଳୁଛି ଶ୍ରୀକ୍ଷେତ୍ର

ବିମଳ ପ୍ରସନ୍ନ ଦାସ
ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ପରିଚୟ। ସେ ସମ୍ପର୍କ ଅବ୍ୟକ୍ତ, ଅନୁପମ ଏବଂ ଅକଳନ ଆନନ୍ଦର ଅଭିବ୍ୟକ୍ତି। କାରଣ ସେ ଅନନ୍ୟ, ଅମୃତମୟ, ଅନିର୍ବଚନୀୟ ଏବଂ ଅନ୍ତର୍ଯ୍ୟାମୀ। ସେ କେବଳ ଅନୁଭବର ଓ ଉପଲବ୍ଧିର ଠାକୁର। ସକଳ ରହସ୍ୟର ରହସ୍ୟ ହେଲେ ବି ଓଡ଼ିଆ ଜାତିର ଏକାନ୍ତ ଅନ୍ତରଙ୍ଗ ଓ ପରମ ଆତ୍ମୀୟ। ଠାକୁର କହିଲେ ସେ ଶ୍ରୀଜଗନ୍ନାଥଙ୍କୁ ବୁଝେ। ଶ୍ରୀକ୍ଷେତ୍ର ତା’ର ମହାନ ତୀର୍ଥ, ପୁରୁଷୋତ୍ତମ କ୍ଷେତ୍ର ନିତ୍ୟ ବୈକୁଣ୍ଠ ଓ ଶ୍ମଶାନ ସ୍ବର୍ଗଦ୍ୱାର। ପ୍ରତି ଧୂଳିକଣା ପବିତ୍ର। ହତାଶା ଓ ନିରାଶାରେ ଭାଙ୍ଗି ପଡୁଥିବା ଜୀବନ ସେଠି ଶାନ୍ତି ପାଏ। ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ତାଙ୍କର କାଳଜୟୀ କୃତି ନୀଳଶୈଳ ଉପନ୍ୟାସରେ ଲେଖିଛନ୍ତି, ଶ୍ରୀଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ସ୍ଥିତି ନାହିଁ। ସେହିପରି ମନୋଜ ଦାସଙ୍କ ଭାଷାରେ ‘ଶ୍ରୀଜଗନ୍ନାଥ ଆମ ଅପୂର୍ଣ୍ଣତାର ପ୍ରତିନିଧି କିନ୍ତୁ ପୂର୍ଣ୍ଣତାର ପ୍ରତିଶ୍ରୁତି।’ ଶ୍ରୀଜଗନ୍ନାଥ ସାରା ଜଗତର ମାନବଜାତିର ଆରାଧ୍ୟ। କୌଣସି ସମ୍ପ୍ରଦାୟ ମଧ୍ୟରେ ସେ ସୀମିତ ନୁହନ୍ତି। ସେଥିପାଇଁ ଯବନ କବି ଭକ୍ତ ସାଲବେଗଙ୍କ ଆକୁଳ ପ୍ରାର୍ଥନା ସେ ଘେନା କରିଛନ୍ତି- ”ସାତଶ ପଚାଶ କୋଶ ଚାଲି ନ ପାରଇ, ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି।“ ତାହା ହିଁ ହୋଇଛି। ଭକ୍ତ ଓ ଭଗବାନଙ୍କ ଅଲୌକିକ ସମ୍ପର୍କ ପ୍ରମାଣିତ ହୋଇଛି। ବଡ଼ଦାଣ୍ଡରେ ଜନସମୁଦ୍ର ଭିତରେ ରଥ ଅଟକି ରହିଛି।
ସାରା ବିଶ୍ୱର ସେ ଆରାଧ୍ୟ, ତାଙ୍କ ବିଜେସ୍ଥଳୀ (ପୁରୀ)କୁ ବିଶ୍ୱସ୍ତରୀୟ କରି ଗଢ଼ିତୋଳିବା ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସଙ୍କଳ୍ପ ନିଶ୍ଚିତ ଅଭିନନ୍ଦନୀୟ। ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ଜୀବନବ୍ୟାପୀ ସାଧନା, ସେବା ଓ ପ୍ରାର୍ଥନାର ପ୍ରତୀକ ଶ୍ରୀମନ୍ଦିର ଓ ଦାରୁଦେବତା। ଏହା ଭିତରେ ଶହ ଶହ ବର୍ଷ ଅତିବାହିତ ହୋଇଗଲାଣି। ସେହି ପବିତ୍ର ତୀର୍ଥକ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ବଦ୍ଧପରିକର ଓ ସେ ଦିଗରେ ଯେଉଁ ସ୍ଥାନୀୟ ବ୍ୟକ୍ତି ଓ ଅନୁଷ୍ଠାନ ସ୍ବତଃସ୍ଫୂର୍ତ୍ତ ଶ୍ରଦ୍ଧା ଓ ସହଯୋଗର ହାତ ବଢ଼ାଉଛନ୍ତି ସେମାନେ ନିଶ୍ଚୟ ଧନ୍ୟ।
ବିଚାରପତି ବିମଳ ପ୍ରସାଦ ଦାସଙ୍କୁ ନେଇ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ କମିଶନ ତାଙ୍କ ରିପୋର୍ଟରେ କହିଛନ୍ତି, ମନ୍ଦିର ଚାରିପଟେ ୭୫ ମିଟର ପରିମିତ ଅଞ୍ଚଳ ପରିଷ୍କାର କରିବା ଜରୁରୀ। କମିଶନଙ୍କ ସୁପାରିସକୁ କାର୍ଯ୍ୟକାରୀ କରିବା ଦିଗରେ ବହୁ ପୁରାତନ ମଠ ଓ ଅନୁଷ୍ଠାନର ଅପସାରଣ ହୋଇଛି। ଏପରି ଏକ ମହତ୍‌ ଉଦ୍ଦେଶ୍ୟରେ ୭୫% ଘରୋଇ ଜମି ଅଧିଗ୍ରହଣ କରିବା ଅନିବାର୍ଯ୍ୟ ଥିବାବେଳେ ଯେଉଁ ସ୍ଥାନୀୟ ବାସିନ୍ଦାମାନେ ଶ୍ରୀମନ୍ଦିର ନିରାପତ୍ତାବଳୟକୁ ସମର୍ଥନ କରିଛନ୍ତି ଓ ନିଜ ନିଜର ଜମିକୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସ୍ବେଚ୍ଛାରେ ଅର୍ପଣ କରିଛନ୍ତି ଓ କରୁଛନ୍ତି ସେମାନେ ଧନ୍ୟବାଦାର୍ହ। ପୁରୀ ସହର ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ିଉଠିବ। ଏଥିନିମନ୍ତେ ୫୦୦ କୋଟି ଅର୍ଥ ବରାଦ ରାଜ୍ୟ ସରକାର କରିଛନ୍ତି। ବାସ୍ତବରେ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଗର୍ବ ଓ ସବୁକିଛି। ସେ ହିଁ ଓଡ଼ିଆର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ।
ଜଗନ୍ନାଥ କାଞ୍ଚି ଅଭିଯାନ ସମୟରେ ଯୁଦ୍ଧରେ ସାମିଲ ହୋଇ ଓଡ଼ିଆ ଜାତିର ଗୌରବ ରକ୍ଷା କରିଥିଲେ। ଗଜପତି ପୁରୁଷୋତ୍ତମ ଦେବଙ୍କୁ ଏହା ଜଣାଇଦେବା ପାଇଁ ମାଣିକ ଗଉଡୁଣୀ ପାଖରୁ ଦହି ଖାଇ ଦୁଇ ଭାଇ ସ୍ବୟଂ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର କଳା ଓ ଧଳା ଘୋଡ଼ାରେ ସୈନିକ ବେଶରେ ଯିବାବେଳେ ପ୍ରଭୁ ଶ୍ରୀଜଗନ୍ନାଥ ମାଣିକକୁ ଦହିର ମୂଲ୍ୟ ବାବଦକୁ ସ୍ବହସ୍ତର ମୁଦ୍ରିକା ବନ୍ଧା ଦେଇଛନ୍ତି। ମାଣିକ ସେ ମୁଦ୍ରିକା ଗଜପତିଙ୍କୁ ଦେଇ ଘଟଣାର ବର୍ଣ୍ଣନା କରିଛି। ତା’ପରେ ଗଜପତି ସେ ଗ୍ରାମକୁ ‘ମାଣିକପାଟଣା’ ନାମରେ ନାମିତ କରିଛନ୍ତି। ଆଜି ତାହା ଇତିହାସ ଓ ଅବିସ୍ମରଣୀୟ ବିରଳ କିମ୍ବଦନ୍ତୀ। ଏହିପରି ଓଡ଼ିଆ ଜାତିର ଗୌରବ ରକ୍ଷା ପାଇଁ ପ୍ରଭୁ ସୈନିକ ପାଲଟି ଯାଇଛନ୍ତି। ସୁତରାଂ ଯେଉଁମାନେ ନିଜ ନିଜର ସ୍ଥାବର ସମ୍ପତ୍ତିକୁ ତାଙ୍କୁ ସମର୍ପଣ କରି ଦାରୁଦେବତାଙ୍କଠାରେ ସମର୍ପିତ ହୋଇଯିବାର ବିରଳ ସୁଯୋଗ ଲାଭ କରୁଛନ୍ତି, ସେମାନେ ଯଥାର୍ଥରେ ଧନ୍ୟ। ଏ ଘଟଣା କାଳକାଳକୁ ଇତିହାସର ଗୌରବୋଜ୍ଜ୍ୱଳ ଅଧ୍ୟାୟ ହୋଇ ରହିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମାତ୍ର ୪୦ ଦିନ ମଧ୍ୟରେ ୭୫% ଘରୋଇ ଜମି ଅଧିଗ୍ରହଣ ସମ୍ଭବ ହୋଇଛି। ସାରା ଦେଶରେ ଏହା ଏକ ଅଭୂତପୂର୍ବ ସଫଳତା। ମହାପ୍ରଭୁଙ୍କ ପାଇଁ ଲୋକେ ନିଜର ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ ଓ ଲଜିଂ ଆଦି ଦାନ କରିଛନ୍ତି। ଅନେକ ମଠ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସବୁ ତାଙ୍କରି ଇଚ୍ଛା ଓ ପ୍ରେରଣାରେ ସମ୍ଭବ ହୋଇଛି। ତାଙ୍କ ଶ୍ରୀଚରଣରେ ପୂର୍ଣ୍ଣ ସମର୍ପିତ ହୋଇ କାର୍ଯ୍ୟ କଲେ ତାହା ମଙ୍ଗଳପ୍ରଦ ହୋଇଥାଏ। ଜିଲା ପ୍ରଶାସନ, ସମ୍ପୃକ୍ତ କର୍ମଚାରୀ ଛୁଟି ଓ ରବିବାରରେ ମଧ୍ୟ ପ୍ରଭୁଙ୍କ ପ୍ରେରଣା ଓ କରୁଣାରେ ଉଦ୍‌ବୁଦ୍ଧ ହୋଇ ଏକ ସମର୍ପିତ ଚେତନାରେ କାର୍ଯ୍ୟରତ। ଈଶ୍ୱରୀୟ ସ୍ପର୍ଶ ଅସମ୍ଭବକୁ ସମ୍ଭବ କରୁଛି।
ମୋ-୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

ବହ୍ବାରମ୍ଭେ ଲଘୁକ୍ରିୟା

ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ”ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରୁ, ଦାମ୍ପତ୍ୟ କଳହଶ୍ଚୈ ବହ୍ବାରମ୍ଭେ ଲଘୁକ୍ରିୟା’ ଏହାର ଅର୍ଥ ଦୁଇଟି ଛେଳି ଗୋଳଯୁଦ୍ଧ…

ନ୍ୟାୟ ଦେବାରେ ବିଳମ୍ବ

ଉତ୍ତରାଖଣ୍ଡ ସରକାର ହୁଇସିଲ୍‌ବ୍ଲୋୟର ତଥା ବନ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କୁ ଲୋକପାଳକୁ ଡେପୁଟେଶନ ପାଇଁ ମଞ୍ଜୁରୀଦେବା ଉଲ୍ଲେଖନୀୟ। କିନ୍ତୁ ଏହାଠୁ ବଡ଼ କଥା ହେଉଛି ଏହି ହୁଇସିଲ୍‌ବ୍ଲୋୟରଙ୍କ…

ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri