ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ, ସାଧାରଣ ଭାବେ ଯେଉଁ ହାରରେ ପ୍ରଜାତିମାନଙ୍କର ବିଲୁପ୍ତି ପରିସଂସ୍ଥା ପାଇଁ ସହନୀୟ ଏବେ ତାହା ତା’ର ଶହେରୁ ହଜାରେ ଗୁଣ ଅଧିକ ହେବାରେ ଲାଗିଲାଣି। ଏହା ମୂଳରେ କେତେକ ପ୍ରାକୃତିକ କାରଣ ଥିଲେ ହେଁ, ଅଧିକ ମାତ୍ରାରେ ରହିଛି ମଣିଷର ବିବିଧ ଦାୟିତ୍ୱହୀନ କାର୍ଯ୍ୟକଳାପ। ବିଶେଷକରି ଯାହାସବୁ ଜାଗତିକ ଉଷ୍ମତା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ଘଟାଇ ଚାଲିଛି। ଏଣୁ ଏହାକୁ ରୋକିବା ଲାଗି ପ୍ରଥମେ ଜାତିସଂଘ ଆନୁକୂଲ୍ୟରେ ୧୯୯୭ରେ ଜାପାନର କିଓଟୋଠାରେ ସମ୍ପାଦିତ ହୋଇଥିଲା ଏକ ଆନ୍ତର୍ଜାତିକ ଚୁକ୍ତିନାମା ଏବଂ ତାହାକୁ ଅନୁସରଣ କରିଥିଲା ୨୦୧୫ର ପ୍ୟାରିସ୍‌ଚୁକ୍ତି। ତାପ ବୃଦ୍ଧିକାରୀ ଅଙ୍ଗାରକାମ୍ଳ ସମେତ ସବୁଜଗୃହ ବାଷ୍ପ ସମୂହର ନିର୍ଗମନକୁ ଶୂନ୍ୟସ୍ତରକୁ ଆଣିବା ଏବଂ ଜାଗତିକ ଉଷ୍ମତାକୁ ଶିଳ୍ପ ବିପ୍ଳବ ଆରମ୍ଭକାଳ (୧୮୫୦ରୁ ୧୯୦୦ ମସିହା) ତୁଳନାରେ ୧.୫ ଡିଗ୍ରୀ ସେଲ୍‌ସିୟସରୁ ଅଧିକ ବୃଦ୍ଧି ପାଇବାକୁ ନ ଦେବା ଲାଗି ଏଥିରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ଏ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ଏ ପ୍ରକାର ଆନ୍ତର୍ଜାତିକ ସମ୍ମିଳନୀ ନିୟମିତ ସମୟ ବ୍ୟବଧାନରେ ବାରମ୍ବାର ବସୁଛି। ହେଲେ ଏବେ ସୁଦ୍ଧା ତାହାର କୌଣସି ଉଲ୍ଲେଖନୀୟ ଫଳ ମିଳିନାହିଁ। ପରିଣାମସ୍ବରୂପ, ବାୟୁରେ ସବୁଜଗୃହ ବାଷ୍ପ ସ୍ତର ବଢ଼ିଚାଲିଛି ଏବଂ ତହିଁରେ ଅଙ୍ଗାରକାମ୍ଳ ବିପଜ୍ଜନକ ସ୍ତର ନିୟୁତ ଭାଗରେ ୪୦୦ ଭାଗକୁ ଅତିକ୍ରମ କରିସାରିଲାଣି।
ସାଧାରଣ ଭାବେ ଏଥିପାଇଁ ଶିଳ୍ପର ପ୍ରସାର, ଯାନବାହନ ସଂଖ୍ୟାବୃଦ୍ଧି, ସହରୀକରଣ, ଅଧିକମାତ୍ରାରେ ଶକ୍ତି ବା ଊର୍ଜାର ବିନିଯୋଗ, କୃଷି ସମ୍ପ୍ରସାରଣ ଆଦିକୁ ଦାୟୀ କରାଯାଏ। ତେବେ ମଣିଷର ଅନ୍ୟତମ ଅତ୍ୟନ୍ତ ଦାୟିତ୍ୱହୀନ ଅମାନବିକ କାର୍ଯ୍ୟ ଯୁଦ୍ଧକୁ ମଧ୍ୟ ଏହି ତାଲିକାର ଅନ୍ତର୍ଭୁକ୍ତ କରାଯିବା ଯଥାର୍ଥ।
ବିଶ୍ୱରେ ଏବେ ଅଧିକାଂଶ ସମୟରେ କେଉଁଠି ନା କେଉଁଠି ଏହା ଲାଗିରହୁଛି। ବିଗତ କିଛିବର୍ଷ ହେଲା ତାହା ଭୟଙ୍କର ରୂପ ନେଇଛି ରୁଷିଆ-ୟୁକ୍ରେନ, ଇସ୍ରାଏଲ-ପାଲେଷ୍ଟାଇନ ଏବଂ ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧରେ। ଏଥିରେ ଅଧିକ ଏବଂ ସ୍ଥାୟୀ କ୍ଷତି ପହଞ୍ଚୁଛି ପରିବେଶ ଓ ପରିସଂସ୍ଥାକୁ।
ବୈଜ୍ଞାନିକମାନେ ବର୍ତ୍ତମାନ ଚାଲିଥିବା ବଡ଼ବଡ଼ ଯୁଦ୍ଧଗୁଡ଼ିକୁ ନେଇ କେତେକ ଆକଳନ କରିଛନ୍ତି। ତଦନୁଯାୟୀ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଗାଜାଠାରେ ଚାଲିଥିବା ଯୁଦ୍ଧର ପ୍ରଥମ ୧୫ ମାସ ମଧ୍ୟରେ ୩୧-୩୨ ନିୟୁତ ଟନ୍‌ ଅଙ୍ଗାରକାମ୍ଳ ସମକକ୍ଷ ବାଷ୍ପୀୟ ନିର୍ଗମନ ଘଟିଥିଲା। ଏହାର ମୁଖ୍ୟ ଭାଗ ଆସିଥିଲା ଟ୍ୟାଙ୍କ, ଯୁଦ୍ଧ ବିମାନ, ଡ୍ରୋନ୍‌ ଆଦିର ବ୍ୟବହାର ଏବଂ ବୋମାମାଡ଼ କାରଣରୁ। ପୁନଶ୍ଚ ଏଥିରେ ଜଳି ଯାଇଥିବା ବହୁ ସଂଖ୍ୟକ ଘରଦ୍ୱାର ଇତ୍ୟାଦିର ପୁନଃନିର୍ମାଣ ଆହୁରି ୩୦ ନିୟୁତ ଟନ୍‌ ଅଧିକ ନିର୍ଗମନ ଘଟାଇଥିବାର ମନେହୁଏ। ସେହିପରି ରୁଷିଆ-ୟୁକ୍ରେନ ଯୁଦ୍ଧ ବିଗତ ୨୦୨୫ ମଧ୍ୟଭାଗ ସୁଦ୍ଧା ୨୪୦-୨୫୦ ନିୟୁତ ଟନ୍‌ ଅଙ୍ଗାରକାମ୍ଳ ସମକକ୍ଷ ବାଷ୍ପୀୟ ନିର୍ଗମନ ଘଟାଇଥିଲା। ଅନ୍ୟପକ୍ଷରେ ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧ ଅଧିକ ଭୟାବହ। ଏଥିରୁ ଘଟିଥିବା ବାଷ୍ପୀୟ ନିର୍ଗମନର ଆଜିଯାଏ ଆକଳନ ହୋଇପାରିନାହିଁ। ତେବେ ତାହା ନିଶ୍ଚୟ ନିୟୁତ ନିୟୁତ ଟନ୍‌ ଅଙ୍ଗାରକାମ୍ଳ ସମକକ୍ଷ ହୋଇଥିବ ବୋଲି ଅନୁମାନ କରାଯାଏ।
ଆଧୁନିକ ଯୁଦ୍ଧର ଅଙ୍ଗାର ପଦ ଚିହ୍ନ ଖୁବ୍‌ ଅଧିକ। ତାହା ବିବିଧ ଉତ୍ସ ମଧ୍ୟରେ ସବୁଠାରୁ ଦୃଶ୍ୟମାନ ହେଉଛି ନାନାଦି ଯୁଦ୍ଧାସ୍ତ୍ରରେ ଜୀବାଶ୍ମ ଇନ୍ଧନର ବ୍ୟବହାର। ଉଦାହରଣ ସ୍ବରୂପ ଗୋଟିଏ ଏଫ୍‌-୧୫ ଯୁଦ୍ଧ ବିମାନ ଉଡ଼ାଣକାଳରେ ଘଣ୍ଟାକୁ ୫୬୦୦ ଲିଟର ଇନ୍ଧନ ଆବଶ୍ୟକ କରେ। ଏଥିରୁ ଲିଟର ପ୍ରତି ୨.୫ କିଲୋଗ୍ରାମ ଅଙ୍ଗାରକାମ୍ଳ ନିର୍ଗମନ ଘଟେ। ଅତଏବ ଘଣ୍ଟାଏ ଉଡ଼ିଲେ ଏଥିରୁ ତାହା ୧୪ ଟନ୍‌ ନିର୍ଗତ ହୁଏ, ଯାହା ଜଣେ ଭାରତୀୟ ୭ ବର୍ଷରେ କରିଥାଏ। ବର୍ତ୍ତମାନ ଯୁଦ୍ଧରେ ଏ ପ୍ରକାର ବିମାନ ବହୁଳ ଭାବେ ବ୍ୟବହୃତ ହେଉଛି। ଏଣୁ ତହିଁରୁ ଯେ କେତେ ନିର୍ଗମନ ଘଟୁଥିବ ତାହା ଅନୁମାନ କରିବା ମଧ୍ୟ ସହଜ ନୁହେଁ।
ସେହିପରି ଗୋଟିଏ ଯୁଦ୍ଧରେ ବ୍ୟବହୃତ ଟ୍ୟାଙ୍କରୁ ଘଣ୍ଟା ପ୍ରତି ୬୫ରୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନ ହୁଏ। ଅନ୍ୟପକ୍ଷରେ ୧୦୦୦ ପାଉଣ୍ଡ ଓଜନର ଏକ ବୋମାରୁ ପ୍ରାୟ ୨୫୦ରୁ ୩୦୦ କିଲୋଗ୍ରାମ ଏବଂ ମିଶାଇଲରୁ ପ୍ରାୟ ୮୦୦ କିଲୋଗ୍ରାମ ଅଙ୍ଗାରକାମ୍ଳ ସମକକ୍ଷ ସବୁଜଗୃହ ବାଷ୍ପ ନିର୍ଗତ ହୁଏ। ଯୁଦ୍ଧରେ ଏ ଗୁଡ଼ିକ ଶହ ଶହରୁ ହଜାର ହଜାର ସଂଖ୍ୟାରେ ବ୍ୟବହାର ହେଉଛି।
ଯୁଦ୍ଧରେ ବୋମା, କ୍ଷେପଣାସ୍ତ୍ର ଆଜିର ମାଡ଼ରେ ବହୁ ସଂଖ୍ୟକ ଘରଦ୍ୱାର ତଥା ଅନ୍ୟାନ୍ୟ ପଦାର୍ଥର ଦହନ ଘଟେ। ସେଥିରୁ ପ୍ରଚୁର ଅଙ୍ଗାରକାମ୍ଳ ସହିତ ନିର୍ଗତ ହୁଏ ଅଙ୍ଗାର କଣିକାଯୁକ୍ତ ମୋଟା କଳାଧୂଅଁା। ଏହାର ତାପ ଶୋଷଣ ଶକ୍ତି ଖୁବ୍‌ ଅଧିକ। ପୁନଶ୍ଚ ଏହା ବରଫାବୃତ ସ୍ଥାନ ବା ହିମବାହ ଉପରେ ଜମାହେଲେ ତାହାର ବିଗଳନ ଘଟେ, ଯାହାକି ଜାଗତିକ ଉଷ୍ମତାର କାରଣ ହୁଏ। ଯୁଦ୍ଧ କେବଳ ଧନଜୀବନ ହାନି ଘଟାଏ ନାହିଁ, ପରିବେଶ ଓ ପରିସଂସ୍ଥାକୁ ମଧ୍ୟ ବ୍ୟାପକ କ୍ଷତି ପହଞ୍ଚାଏ। ଏପରିସ୍ଥଳେ ମାନବ ଜାତିର ସର୍ବାଙ୍ଗୀନ ମଙ୍ଗଳ ପାଇଁ ଯୁଦ୍ଧ ସର୍ବଦା ବର୍ଜନୀୟ। ତେବେ ଏହା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଯାହାକି ସମଗ୍ର ଜୀବଜଗତର ବିଲୁପ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାରେ ଲାଗିଛି। ଅତଏବ ଯୁଦ୍ଧ ଏବେ ଉଭା ହୋଇଛି ଆଗାମୀ ଷଷ୍ଠ ମହାବିଲୁପ୍ତିର ଅନ୍ୟତମ ମୁଖ୍ୟ କାରଣ ରୂପେ।
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଭାଗବତର ମହକରେ ଅତିବଡ଼ି: ଝଙ୍କୃତ ହେଲା କବିତା

ଦାରିଙ୍ଗବାଡ଼ି, ୨୭/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡ. ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ…

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

କେତୁଙ୍କ ସ୍ୱନକ୍ଷତ୍ରରେ ଗୋଚର: ୫ରାଶି ରୁହନ୍ତୁ ସତର୍କ! ଖରାପ ସମୟ ଆରମ୍ଭ; ପାଖରୁ ଚାଲିଯିବ ଟଙ୍କା…

ଜ୍ୟୋତିଷଙ୍କ ଅନୁସାରେ, କେତୁ ଗ୍ରହ ୩ ଅକ୍ଟୋବର ୨୦୨୬ରେ ମଘା ନକ୍ଷତ୍ରର ପ୍ରଥମ ପାଦକୁ ଚଳନ କରିବେ। କେତୁଙ୍କ ଏହି ପାଦ ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ: ୩ ରାଶିଙ୍କୁ ଅଚାନକ ମିଳିବ ଟଙ୍କା! ଚାକିରିରେ ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ୯ଟି ଗ୍ରହ ମଧ୍ୟରୁ କିଛି ଶୁଭ ତ ଆଉ କିଛି ଅଶୁଭ ଗ୍ରହ ରହିଥାନ୍ତି। ଏଭଳି ସ୍ଥିତିରେ କେତୁଙ୍କ ଗଣନା ପାପୀ,…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?