ବଦଳୁଛି ଚିତ୍ରଶିଳ୍ପୀଙ୍କ ରୁଚି: ‘ମଡ୍‌ ଆର୍ଟ’ ପ୍ରତି ବଢ଼ୁଛି ଆଗ୍ରହ

ବାଲେଶ୍ୱର ଅଫିସ, ୧୦।୬(ମାନସ ବିଶ୍ୱାଳ)-ପରିବର୍ତ୍ତନଶୀଳ ସମାଜରେ ଦିନକୁ ଦିନ କଳାକାରଙ୍କ ରୁଚି ବଦଳୁଛି। ଚିତ୍ରଶିଳ୍ପୀମାନେ ଭିନ୍ନ ଭିନ୍ନ ଆର୍ଟ ମାଧ୍ୟମରେ ନିଜର ସ୍ଥିତିକୁ ଜାହିର କରି ସଚେତନତାର ବାର୍ତ୍ତା ଦେବାରେ ଲାଗିପଡ଼ିଛନ୍ତି। ବିଶେଷ କରି ମଡ୍‌ ଆର୍ଟ ଜୀବନ୍ତ ଓ ହୃଦୟସ୍ପର୍ଶୀ ହୋଇଥିବାରୁ ଚିତ୍ରଶିଳ୍ପୀମାନେ ଏହାକୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଯାହାକି ସେମାନଙ୍କୁ ଆଣି ଦେଉଛି ସ୍ବତନ୍ତ୍ର ପରିଚିତି । ମଡ୍‌ ଆର୍ଟରେ ମଡ୍‌ ବା କାଦୁଅକୁ ସର୍ବାଙ୍ଗରେ ବୋଳି କଳାକାର ଅଭିନୟ କରନ୍ତି। ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆ ମାଧ୍ୟମରେ ମନର ଅଭିବ୍ୟକ୍ତିକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସହଜ ହେଉଛି। ଏହି କଳା ପ୍ରତି ଧୀରେ ଧୀରେ ଯୁବତୀଯୁବକମାନେ ଆଗ୍ରହ ପ୍ରକାଶ କରୁଛନ୍ତି।
ପଙ୍କରେ କରାଯାଇଥିବା କଳାକୁ ‘ମଡ୍‌ ଆର୍ଟ’ କୁହାଯାଏ। ଆବହମାନ କାଳରୁ ଲୋକମାନେ ଘର କାନ୍ଥରେ ପଙ୍କ ଲେସି ଭିନ୍ନ ଭିନ୍ନ ଚିତ୍ର କରୁଥିବା ଦେଖିବାକୁ ମିଳେ। ପରବର୍ତ୍ତୀ ସମୟରେ ଏହାକୁ ନୂଆ ରୂପ ଦିଆଯାଇ ଦେହରେ ବୋଳି ଅଭିନୟ କରାଯାଉଛି। ଭିଜୁଆଲ ପରଫର୍‌ମିଂ ନାମରେ ୬ମାସ ପୂର୍ବରୁ ସୋସିଆଲ ମିଡିଆରେ ପ୍ରଥମ କରି ଏହା ଜନ୍ମନେଇ ଜଣାଶୁଣା ହୋଇପାରିଛି। ଏହି ଆର୍ଟରେ ଗୀତ ମାଧ୍ୟମରେ ଅଭିନୟ ପରିବେଷଣ କରାଯାଉଥିବାରୁ ଦର୍ଶକମାନେ ଆକୃଷ୍ଟ ହେଉଛନ୍ତି। ସରକାରୀ ସହଯୋଗ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି କଳା ପ୍ରଦର୍ଶନ ହେଲେ କଳାକାରମାନେ ଦେଶବିଦେଶରେ ସୁନାମ ଅର୍ଜନ କରିପାରନ୍ତେ ବୋଲି ଆଶା ରଖିଛନ୍ତି। ଏହାକୁ ନେଇ କର୍ମଶାଳା ଅନୁଷ୍ଠିତ ହେଉଛି। ଉକ୍ତ କର୍ମଶାଳାର ଦୃଶ୍ୟମାନକୁ ନେଇ ଏକ ଡକ୍ୟୁମେଣ୍ଟାରୀ କରାଯିବାର ଯୋଜନା କରାଯାଇଛି ବୋଲି ବିଶିଷ୍ଟ ଶିଳ୍ପୀ କେଶୁ ଦାସ କହିଛନ୍ତି।
ବାଲେଶ୍ୱର ଜିଲା ରେମୁଣା ବ୍ଲକ କୋଶମ୍ବନଗରରେ ଶିଳ୍ପୀ କେଶୁ ଦାସଙ୍କ ନିର୍ଦ୍ଦେଶନାରେ ‘କନ୍ୟା ଅନମୋଲ ହୈ’ ଅନୁଷ୍ଠାନ ଦ୍ୱାରା ଏକଦିନିଆ ‘ମଡ୍‌ ଆର୍ଟ’ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ୭ଜଣ ବାଳକ ଓ ପୁରୁଷ ଏବଂ ୮ଜଣ ବାଳିକା ଓ ମହିଳା ଅଂଶଗ୍ରହଣ କରିଥିଲେ। କଳାକାରମାନଙ୍କ କହିବାନୁସାରେ ପୁରାତନ ବିଷୟବସ୍ତୁ ଉପରେ କୌଣସି ‘ମଡ୍‌ ଆର୍ଟ’ ପ୍ରସ୍ତୁତ କରାଯାଇ କ୍ୟାମେରାରେ ଫଟୋ ଉତ୍ତୋଳନ ପରେ ଦର୍ଶକମାନେ ଆଖି ଫେରାଇ ପାରନ୍ତି ନାହିଁ। ଯାହା ଜଣେ କଳାକାରଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିଥାଏ ବୋଲି କ୍ୟାମେରା ନିର୍ଦ୍ଦେଶକ ପ୍ରୀତମ ନାୟକ ପ୍ରକାଶ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଉକ୍ତ କଳାକୁ ଅନଲାଇନ୍‌ ଭଡିଓ କନ୍‌ଫରେନ୍ସ ଯୋଗେ ଭୁବନେଶ୍ୱରର ଉତ୍କଳ ହାଇଟସ୍‌ରୁ କନ୍ୟା ଅନମୋଲର ମୁଖ୍ୟ ସରୋଜ ଦାଶ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବାକୁ ମଧ୍ୟ ଭୁଲି ନ ଥିଲେ। ଅନ୍ୟପକ୍ଷରେ ‘ମଡ୍‌ ଆର୍ଟ’ ସଂଜ୍ଞାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ମାଟିରେ ତିଆରି ହୋଇଥିବା ବିଭିନ୍ନ କଳାକୃତିକୁ ‘ମଡ୍‌ ଆର୍ଟ’ ବୋଲି କୁହାଯାଉଥିବା ବେଳେ ଦେହରେ କାଦୁଅ ବୋଳି ହୋଇ ଜୀବନ୍ତ ମଣିଷମାନେ କୌଣସି ବିଷୟକୁ ନେଇ ପ୍ରଦର୍ଶନ କରୁଥିବା କଳାକୁ ମଡ୍‌ ଥେରାପି ବୋଲି ମତ ରଖିଛନ୍ତି।
ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରିଣୀ ମନସ୍ବିନୀ ରାଉତ କହନ୍ତି, ‘ମଡ୍‌ ଆର୍ଟ’ ଭିଜୁଆଲ ଆର୍ଟର ଅଂଶବିଶେଷ। ଏଥିପାଇଁ ବିଭାଗୀୟ ସ୍ବତନ୍ତ୍ରତା କିଛି ନାହଁି। ଲୋକମାନେ ଦେହରେ କାଦୁଅ ବୋଳି ହୋଇ ଦେଖାଉଥିବା କଳାକୁ ମଡ୍‌ ଥେରାପି ବୋଲି କୁହାଯାଇପାରେ। ଜିଲାରେ ଏଭଳି କଳାର ପ୍ରସାରକୁ ଆଖିଆଗରେ ରଖି ଜିଲାପାଳଙ୍କ ସହ ଆଲୋଚନା କରି ସଂସ୍କୃତି ବିଭାଗକୁ ଏହାର ସ୍ବତନ୍ତ୍ରତା ନିମନ୍ତେ ରିପୋର୍ଟ କରିବେ ବୋଲି ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ

ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ସ୍ବାଧିନତା ଦିବସରେ ପୁରୁଷୋତ୍ତମପୁର NAC ଆଗରେ କାଉନସିଲର-ଜନସାଧାରଣଙ୍କ ଧାରଣା, ଆତ୍ମାହୁତି ଚେତାବନୀ

ପୁରୁଷୋତ୍ତମପୁର,୧୫।୮(ସବିତା ମିଶ୍ର): ସାରାଦେଶ ସ୍ବାଧିନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରୁଥିବାବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ପରାଧୀନ ଅବସ୍ଥାରେ ରହିଥିବା…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri