ବଣଭୋଜି ପାଇଁ ଚଳଚଞ୍ଚଳ ମଉଳାଭଞ୍ଜା ପାହାଡ଼

ବଅଁରପାଳ, ୨୮।୧୨ (ଡି.ଏନ୍‌.ଏ.)

ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ପଞ୍ଚାୟତର ନଳଚନ୍ଦ୍ରପୁର ଗଁା ନିକଟରେ ରହିଛି ମଉଳାଭଞ୍ଜା ପାହାଡ଼। ଚାରିପଟେ ଶସ୍ୟକ୍ଷେତ୍ର ଥିବାବେଳେ ଲିମ୍ବ, ବେଲ ଆଦି ଔଷଧୀୟ ବୃକ୍ଷ ଏହି ପାହାଡ଼ରେ ଭରି ରହିଛି। ପାହାଡ଼ ପାଦଦେଶରେ ଅଛି ଦୁଇଟି ଗୁମ୍ଫା। ସେହିପରି ଦୁଇଟି ବିରାଟକାୟ ପଥର ଏପରି ରହିଛି ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ନାନା ଚର୍ଚ୍ଚା ହୁଏ। ବଡ଼ ପଥରଟି ମାମୁ ଓ ସାନ ପଥର ଭଣଜା ବୋଲି ଗଁାର ବୟସ୍କମାନେ କୁହନ୍ତି। ଏହାପଛରେ ଥିବା କାହାଣୀ ସମ୍ପର୍କରେ ସେମାନେ କୁହନ୍ତି, ଥରେ ଏହି ରାସ୍ତା ଦେଇ ଏକ ବାହାଘର ପଟୁଆର ଯାଉଥିଲା। ବର ସାଜିଥିବା ମାମୁ ଭଣଜାକୁ କାଖରେ ଧରିଥିଲେ। ସେହି ସମୟରେ ବଜ୍ରପାତ ଘଟିବାରୁ ମାମୁ ଭଣଜା ପଥର ପାଲଟିଯାଇଥିଲେ। ବିବାହ ପଟୁଆରରେ ଯାଉଥିବା ହାତୀ, ଘୋଡ଼ା, ରଥ ଆଦି ସେଠାରେ ଅଟକି ଯାଇଥିଲେ। ପ୍ରତିବର୍ଷ ବଣ ଭୋଜି ସମୟରେ ଏହି ପାହାଡ଼ରେ ପ୍ରବଳ ଗହଳି ହୁଏ। ବିଭିନ୍ନ ସ୍ଥାନରୁ ଆସିଥିବା ଲୋକମାନେ ବଣ ଭୋଜି କରିସାରିବା ପରେ ପାହାଡ଼ ପରିଦର୍ଶନ କରିଥାନ୍ତି। ଏଠାରେ ଥିବା ପୁରୁଣା କୀର୍ତ୍ତିରାଜି ଦେଖି ଖୁସି ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି କରାଇଦେବା ନାଁରେ ଠକେଇ ମାମଲା: ହାଇକୋର୍ଟରେ ବର୍ଷାଙ୍କୁ ଆଶ୍ୱସ୍ତି

କଟକ ଅଫିସ,୨୧ା୨: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ଭୁବନେଶ୍ୱର ଶହୀଦନଗର ଓ ଚନ୍ଦ୍ରଶେଖରପୁର ଥାନାରେ ହୋଇଥିବା ଦୁଇଟି ମାମଲାରେ କୌଣସି ସତ୍ୟତା ନାହିଁ। ଭୁବନେଶ୍ବର ଡିସିପି...

ରାଶନରେ ଅନିୟମିତତା ଅଭିଯୋଗ

ବଇଣ୍ଡା,୨୯।୩(ଡି.ଏନ.ଏ.) ରାଶନ ଚାଉଳ ଓଜନରେ ଅନିୟମିତତା କରାଯାଉଥିବା ନେଇ ଆଠମଲ୍ଲିକ ବ୍ଲକ କୃତ୍ତିବାସପୁର ପଞ୍ଚାୟତ ତିଳେଶ୍ୱର ଗ୍ରାମର କେତେଜଣ ହିତାଧିକାରୀ ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ...

ଚାଇଲ୍ଡ ଲାଇନ୍‌ର ତଦନ୍ତ, ବାପାଙ୍କ ବିରୋଧରେ ଏତଲା

ଭୁବନେଶ୍ୱର,୯।୭(ବ୍ୟୁରୋ):୭ ବର୍ଷର ଝିଅ ପ୍ରତି ବାପା ଓ ସାବତ ମା’ର ଅକଥନୀୟ ନିର୍ଯାତନା ଘଟଣାରେ ଚାଇଲ୍ଡ ଲାଇନ୍‌ ହସ୍ତକ୍ଷେପ କରିଛି। ଗୁରୁବାର ଚାଇଲ୍ଡ ଲାଇନ ପକ୍ଷରୁ...

ପୌର ଅଧ୍ୟକ୍ଷାଙ୍କ ଟେବୁଲରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଚୋରି

ଆନନ୍ଦପୁର,୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦର କିଛି ଗୁରୁତ୍ୱପୁର୍ଣ୍ଣ ଉନ୍ନୟନ କାର୍ଯ୍ୟର ଫାଇଲ୍‌ ଅଧ୍ୟକ୍ଷାଙ୍କ ଟେବୁଲରୁ ଚୋରି ହୋଇଯାଇଛି। ଏନେଇ ପୌର ଅଧିକାରୀ ଅଶୋକ...

ସାଙ୍ଗ ପାଇଁ ପରୀକ୍ଷାରେ ଉତ୍ତର ଲେଖି ନ ଥିଲେ ଦ୍ରୌପଦୀ

ନୀଳାଦ୍ରି ବିହାରୀ ଦଣ୍ଡପାଟ ବାରିପଦା ଅଫିସ, ୨୯ା୬: ମୟୂରଭଞ୍ଜ ଜିଲାର ଉପରବେଡ଼ାରେ ଜନ୍ମିତା (୨୦ ଜୁନ ୧୯୫୮) ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ସାରା ଦେଶରେ...

ଆଜିଠାରୁ ରାତି ୯ରୁ କର୍ଫୁ

ଅନୁଗୋଳ ଅଫିସ,୭।୧- ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ୭ ତାରିଖରୁ ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ କର୍ଫୁ ଲଗାଇବାକୁ ନିର୍ଦ୍ଦେଶ...

ବଜେଟ ପ୍ରତିକ୍ରିୟା: ଏହା ଦେଶ ପାଇଁ ଐତିହାସିକ ବିପତ୍ତି ଆଣିଦେବ

ସବୁ ବର୍ଗର ଲୋକ ଉପକୃତ ହେବେ ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡ଼ିଶା ସିଂହଭାଗ ଲାଭ ପାଇବ ସହ ରାଜ୍ୟର ସବୁ ବର୍ଗର ଲୋକ ବିଶେଷ...

ରାଜ୍ୟରେ ନୂଆ ରୂପରେ ଲାଗୁ ହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ସ୍ମାର୍ଟ ହେଲ୍ଥ କାର୍ଡ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ରବିବାର ୭୫ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

Advertisement
Archives

Model This Week