ବଢୁଛି ପଥର ଚୋରି

ଖୋର୍ଦ୍ଧା ଅଫିସ,୯ା୧: ଖୋର୍ଦ୍ଧା ସବ୍‌ଡିଭିଜନରେ ମାଙ୍କଡା, କଳାମୁଗୁନି ପଥର ଚୋରି ବଢ଼ିବାରେ ଲାଗିଛି। ତହସିଲ କର୍ତ୍ତୃପକ୍ଷ ଓ ପୋଲିସର ଚଢାଉ ପଥର ଚୋରିକୁ ରୋକିବାରେ ସକ୍ଷମ ହୋଇ ପାରୁନାହିଁ। ଲଘୁ ଖଣିଜ ଚୋରି ରୋକିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି)ଙ୍କ ନିର୍ଦ୍ଦେଶକୁ ୨୮ ଦିନ ବିତିଯାଇଥିଲେ ମଧ୍ୟ ଏଥିରେ ଲଗାମ ଲାଗି ପାରିଲାନି। ଖଣି ଚୋରମାନେ ପୂର୍ବବତ୍‌ ସେମାନଙ୍କ କାରବାର ବଢାଇ ଚାଲିଛନ୍ତି। ଖୋର୍ଦ୍ଧା ଜିଲାରେ ଲଘୁଜ ଖଣିଜ ପଦାର୍ଥ ଭରପୂର ହୋଇ ରହିଛି। ତେବେ ପ୍ରଶାସନ ଏହାର ଠିକ୍‌ ପରିଚାଳନା କରୁ ନ ଥିବାରୁ ପଥର ଚୋରି ବଢି ଚାଲିଛି। ବେଆଇନ ଖଣିଜ ସମ୍ପଦର ଉତ୍ତୋଳନ ପରିବହନକୁ ଲଗାମ ଲଗାଇବା ପାଇଁ ରାଜସ୍ବ, ପୋଲିସ ଓ ଜଙ୍ଗଲ ବିଭାଗର ମିଳିତ ଆନୁକୂଲ୍ୟରେ ଚଢାଉ କରିବାକୁ ୨୦୧୯ ଡିସେମ୍ବର ୧୧ରେ ଖୋର୍ଦ୍ଧାରେ ସମୀକ୍ଷା କରି ଆରଡିସି ନିର୍ଦ୍ଦେଶ ଦେଇଥିଲେ। ଆରଡିସିଙ୍କ ନିର୍ଦ୍ଦେଶ ପରେ ଚଢାଉ ତ୍ୱରାନ୍ବିତ ହୋଇଥିଲା। କିଛିଦିନ ଧରପଗଡ ଚାଲିଥିଲା। ଏବେ ୧୬ ନଂ. ଜାତୀୟ ରାଜପଥରେ ବେଆଇନ ଭାବେ ମୋରମ, ମାଙ୍କଡା ଓ କଳାମୁଗୁନି ପଥର ଟ୍ରକ, ଟ୍ରାକ୍ଟରରେ ବୁହା ଚାଲିଛି। କିନ୍ତୁ ଧରପଗଡ କରାଯାଉନାହିଁ।

ୱାର୍କ ଅର୍ଡର ୭, ଖଣି ଖନନ ୧୫ରୁ ଊର୍ଦ୍ଧ୍ୱ
ଖୋର୍ଦ୍ଧା ଓ ବେଗୁନିଆ ତହସିଲର ୪୬ଟି କଳାମୁଗୁନି ପଥର ଖଣିରୁ ୭ଟିକୁ ୱାର୍କ ଅର୍ଡର ମିଳିଛି। ଅନ୍ୟ ଖଣିଗୁଡିକ ୱାର୍କ ଅର୍ଡର ପାଇ ନ ଥିଲେ ମଧ୍ୟ ବେଆଇନ ଖଣି ଖନନ ହେଉଥିଲା। ତେବେ ଏସ୍‌ଟିଏଫ୍‌ର ଚଢ଼ାଉ ପରେ ବେଆଇନ ଖଣି ଖନନ ବନ୍ଦ ରହିଥିଲା। ପରେ ପ୍ରାୟ ୭ଟି ଖଣି ଚାଲିଥିଲା। କିଛିଦିନର ନୀରବତା ପରେ ୱାର୍କ ଅର୍ଡର ପାଇଥିବା ଖଣି ନିକଟବର୍ତ୍ତୀ ଅଞ୍ଚଳରେ ପୁଣି ପ୍ରାୟ ୮ଟି ଖଣି ବେଆଇନ ଭାବେ ଚାଲିଥିବା ଅଭିଯୋଗ ହେଉଛି। ଏ ନେଇ କେତେଜଣ ଲୋକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ୱାର୍କ ଅର୍ଡର ୭ଟି ଖଣି ପାଇଥିବାବେଳେ ୮ଟି ଖଣି କିପରି ପୁଣି ବେଆଇନ ଭାବେ ଚାଲୁଛି ତା’ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଉଛି।
ବିପଦରେ ଖୋର୍ଦ୍ଧା
ଖୋର୍ଦ୍ଧାର ଆଖପାଖ ଅଞ୍ଚଳରେ ବେଆଇନ ମାଙ୍କଡା ପଥର ଓ ମୋରମ ଖଣି ଉତ୍ତୋଳନ ହେଉଛି। ଖଣିଚୋରମାନେ ଜଙ୍ଗଲିଆ ଅଞ୍ଚଳ ଓ କାଜୁ ଜଙ୍ଗଲକୁ ନିରାପଦ ସ୍ଥାନ ଭାବେ ବାଛି ନେଇଛନ୍ତି। ଏଣୁ ଜିଲାର ବିଭିନ୍ନ ଜଙ୍ଗଲ ଓ କାଜୁ ଜଙ୍ଗଲ ପରିସରରେ ବଡ ବଡ ଖଣି ପୋଖରୀ ସୃଷ୍ଟି ହୋଇ ସାରିଲାଣି । ସେହିଭଳି ବିଭିନ୍ନ ଗଁାକୁ ଯିବା ରାସ୍ତା, ପଡିଆ, ଶ୍ମଶାନ, ସରକାରୀ ଜମିରୁ ବେଆଇନ ଭାବେ ମାଙ୍କଡା ପଥର, ମୋରମ ଖନନ ଚାଲିଛି। ତେବେ ଏସ୍‌ଟିଏଫର ନଜର ନ ପଡିବାରୁ ବେଆଇନ ଖଣି ଖନନ ପୂର୍ବଠାରୁ ଅଧିକ ଭାବେ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାର ଉନ୍ନତି ପାଇଁ ପ୍ରସ୍ତୁତ ହେଲା ଭିଜନ ବାଲେଶ୍ୱର ୨୦୩୦

ବାଲେଶ୍ୱର ଅଫିସ, ୧୨।୬ ବାଲେଶ୍ୱର ସହରସ୍ଥିତ ଟେକ୍‌ନିକାଲ ପଡିଆ ଛକରେ ଥିବା ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ସାମାଜିକ ସଙ୍ଗଠନ ଫ୍ୟୁଚର ବାଲେଶ୍ୱର ପକ୍ଷରୁ...

ଅଧିକାରୀ ବିଳମ୍ବରେ ଆସିଲେ ସରକାରୀ ଗାଡ଼ି ପ୍ରତ୍ୟାହାର

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ବରିଷ୍ଠ ଅଧିକାରୀଙ୍କୁ ଉଚ୍ଚ ଶିକ୍ଷା ବିଭାଗର କଡ଼ା ତାଗିଦ। ଏଣିକି ବିଳମ୍ବରେ ଅଫିସ୍‌ ଆସିଲେ ମିଳୁଥିବା ସରକାରୀ ଗାଡ଼ି ସୁବିଧାକୁ ପ୍ରତ୍ୟାହାର କରାଯିବ।...

ବିନା ମାସ୍କରେ ବୁଲୁଥିବା ୭ ଜଣଙ୍କଠାରୁ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୬ା୪-କୋଭିଡ୍‌-କରୋନା ଭାଇରସ୍‌ ମୁକାବିଲା ପାଇଁ ଅଧିକ କଠୋର ହୋଇଛି ଗଞ୍ଜାମ ଜିଲା ପ୍ରଶାସନ। ଜିଲାରେ ଆଂଶିକ ଶଟ୍‌ଡାଉନ୍‌ ଲାଗୁ କରାଯିବା ସହ ବିନା ମାସ୍କରେ...

ଅସୁସ୍ଥ ସ୍ତ୍ରୀଙ୍କୁ ୯୦କି.ମି. ବୋହିଲେ

କଟକ ଅଫିସ/ସାକ୍ଷୀଗୋପାଳ,(ଡି.ଏନ୍‌.ଏ)୧୧। ୧୦:ରାଜ୍ୟରେ ଚିକିତ୍ସା ସେବା ସମସ୍ତଙ୍କୁ ଯେପରି ଠିକ୍‌ଭାବେ ମିଳିପାରିବ ସରକାର ସେଥିପାଇଁ ଅନେକ ଯୋଜନା କରିଛନ୍ତି। ଏଥିପାଇଁ ବିଭିନ୍ନ ହସ୍ପିଟାଲର ଭିତ୍ତିଭୂମିକୁ ସୁଦୃଢ଼...

୧୦ଦିନ ବନ୍ଦଘରେ ସ୍ତ୍ରୀଙ୍କୁ ଅକଥନୀୟ ନିର୍ଯାତନା

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ଭଉଣୀ ଓ ଭାଇଙ୍କ ସହ ମିଶି ସ୍ବାମୀ ସେକ୍ସ ର଼୍ୟାକେଟ ଚଳାଇଥିଲେ। ନିଜ ସ୍ତ୍ରୀଙ୍କୁ ଜୋର୍‌ ଜବରଦସ୍ତ ପରପୁରୁଷଙ୍କୁ ସମର୍ପି ଦେଉଥିଲେ। ପ୍ରତିବାଦ...

ପ୍ରବାସୀ ଓଡ଼ିଆଙ୍କୁ ରନ୍ଧାଖାଦ୍ୟ ଯୋଗାଉଛି ପୋଲିସ

ଭଦ୍ରକ ଅଫିସ,୧୭ା୫: ମହାମାରୀ କରୋନା ଯୋଗୁ ବିପଦରେ ପଡ଼ିଛି ଜୀବନ ଜୀବିକା। ଡହଡହ ଖରାରେ ରାଜରାସ୍ତାରେ ଶହ ଶହ କିଲୋମିଟର ପାଦରେ ଚାଲିଚାଲି ଘରମୁହାଁ ହୋଇଛନ୍ତି...

କମରେଇ ଜଙ୍ଗଲ ଜଳୁଛି

ବଇଣ୍ଡା,୧୬।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା କମରେଇ ଜଙ୍ଗଲ ୨ ଦିନ ହେବ ଜଳୁଛି। ବନ ବିଭାଗ ପକ୍ଷରୁ ନିଆଁ...

ପିସିସି ସଭାପତି ରହିବେ ନିରଞ୍ଜନ: ରୁଦ୍ର ରାଜୁ

ପୁରୀ ଅଫିସ, ୬ା୧୨: ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦବୀକୁ ନେଇ କଂଗ୍ରେସ ଦଳରେ ଯେଉଁ କନ୍ଦଳ ଚାଲିଛି ସେଥିରେ ନୂଆ ଟୁଇଷ୍ଟ ଆଣିଛନ୍ତି...

Advertisement
Archives

Model This Week