ବଢ଼ି ଚାଲିଛି ରାସ୍ତାପାର୍ଶ୍ୱ ଜବରଦଖଲ ସମସ୍ୟା: ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

ଝୁମ୍ପୁରା, ୨୦।୧୨ (ଡି.ଏନ.ଏ.)-ଝୁମ୍ପୁରା ତହସିଲ ଅନ୍ତର୍ଗତ ସମସ୍ତ ୬ଟି ଯାକ ରାଜସ୍ବ ସର୍କଲରେ ଜବରଦଖଲ ସମସ୍ୟା ବଢିଚାଲିଛି। ସରକାରୀ ଜାଗା ଜବରଦଖଲ, ରାସ୍ତାପାର୍ଶ୍ୱ ଜବରଦଖଲ, କେନାଲ ହୁଡ଼ା ଜବରଦଖଲ ସମସ୍ୟା ନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ, ତହସିଲ ପ୍ରଶାସନ କେବଳ ଏକ ଜରିମାନା ନୋଟିସ ପଠାଇ ଦେଇ ଚୁପ ବସିଯାଉଛି। ଜବରଦଖଲ ଉଚ୍ଛେଦର ପ୍ରକ୍ରିୟା କରାଯାଉନାହିଁ। ଜବରଦଖଲ ନେଇ ଅନେକ ସମୟରେ ଗ୍ରାମ୍ୟ ବିବାଦ ହୋଇ ଥାନାରେ ଏତଲା ପର୍ଯ୍ୟନ୍ତ କଥା ଯାଇଛି। ଏତେ ସବୁ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବାରୁ ଜବରଦଖଲକାରୀଙ୍କ ପ୍ରଭାବ ବଢ଼ି ବଢ଼ି ଚାଲିଛି।
ଏବେ ଜବରଦଖଲ ସମସ୍ୟା ଯୋଗୁ ଝୁମ୍ପୁରା ବଜାର ରାସ୍ତା ସଙ୍କୁଚିତ ହୋଇ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ପ୍ରଶାସନର ଅନୁକମ୍ପା ଯୋଗୁ ଝୁମ୍ପୁରା ବଜାର ରାସ୍ତାଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ୨ପାର୍ଶ୍ୱ ଡ୍ରେନ ଉପରେ ବେନିୟମ ନିର୍ମାଣ ଜାରି ରହିଛି। ବେନିୟମ ନିର୍ମାଣ ନେଇ ବଜାରବାସୀ ଅଭିଯୋଗ କଲେ ଜବରଦଖଲକାରୀ ଶୁଣୁନାହିଁ। ଓଲଟି ପୋଲିସର ସହାୟତା ନେଇ ଅଭିଯୋଗକାରୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହେଉଛି। ଝୁମ୍ପୁରା ବଜାର ଆରଏମସି ଏବଂ ପଞ୍ଚାୟତର ନିୟନ୍ତ୍ରଣାଧୀନ ରହିଥିବା ବେଳେ ଉଭୟ ଆରଏମସି ଏବଂ ପଞ୍ଚାୟତର ଦୋକାନ ଘର ପୂର୍ତ୍ତ ବିଭାଗ ରାସ୍ତାର ୨ପାର୍ଶ୍ୱରେ ରହିଛି। ପଞ୍ଚାୟତ ଓ ଆରଏମସିର ଦୋକାନ ଘର ନେଇଥିବା ବ୍ୟବସାୟୀ ଏବଂ ରାସ୍ତା ପାର୍ଶ୍ୱରେ ରହିଥିବା ଜାଗା ମାଲିକମାନେ ମନଇଚ୍ଛା ପୂର୍ତ୍ତ ବିଭାଗ ରାସ୍ତାର ୨ପାର୍ଶ୍ୱରେ ରହିଥିବା ଡ୍ରେନ ଉପରେ ବେନିୟମ ନିର୍ମାଣ କରି ଚାଲିଛନ୍ତି। ଡ୍ରେନ ପାର ହୋଇ ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇ ଦୋକାନ ଜିନିଷ ରଖାଯାଉଛି। ବଜାରକୁ ଆସୁଥିବା ବାଇକ ଆରୋହୀମାନେ ବାଧ୍ୟ ହୋଇ ମୁଖ୍ୟ ରାସ୍ତା ଉପରେ ପାର୍କିଂ କରୁଛନ୍ତି। ଟ୍ରାଫିକ ଅବ୍ୟବସ୍ଥା ନେଇ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହାକୁ ବିରୋଧ କରି ୱାର୍ଡ ନଂ.୨, ୱାର୍ଡ ନଂ.୩, ୱାର୍ଡ ନଂ. ୬, ୱାର୍ଡ ନଂ .୭ର ବାସିନ୍ଦା ବାରମ୍ବାର ତହସିଲ କାର୍ଯ୍ୟାଳୟ ଏବଂ ଥାନାରେ ଅଭିଯୋଗ କରିଛନ୍ତି ହେଲେ କେବଳ ପ୍ରତିଶ୍ରୁତିରେ ହିଁ ରହିଯାଉଛି। ପଦକ୍ଷେପ ନିଆଯାଉନାହିଁ। ଏସବୁ ନେଇ ବଜାରବାସୀ, ୱାର୍ଡବାସୀ ଗତ ୧୬ ତାରିଖରେ ଝୁମ୍ପୁରାରେ ହୋଇଥିବା ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ ନେଇ ଜିଲାପାଳଙ୍କୁ ଭେଟିଥିଲେ। ଅଭିଯୋଗକୁ ଦେଖିବା ପାଇଁ ଜିଲାପାଳ ଆଶିଷ ଠାକରେ ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟଙ୍କୁ କହିଥିଲେ। ଚମ୍ପୁଆ ଉପଜିଲାପାଳ ମଧ୍ୟ ଆରଏମସିର ଚେୟାରମ୍ୟାନ ଅଟନ୍ତି। ତେବେ ପ୍ରଶାସନ ଝୁମ୍ପୁରା ବଜାର ୨ପାର୍ଶ୍ୱ ରାସ୍ତାର ଜବରଦଖଲ ନ ହଟାଇଲେ ଅଭିଯୋଗକାରୀ କୋର୍ଟର ଆଶ୍ରୟ ନେବେ ବୋଲି ଜଣାପଡିଛି। ଏସମ୍ପର୍କରେ ପଚାରିବାରୁ ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟଙ୍କୁ ପଚାରିବାରୁ ରାସ୍ତାପାର୍ଶ୍ୱ ଜବରଦଖଲ ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri