ବଡ଼ସାହିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ଶୋ

ବଡ଼ସାହି/ବତନଟୀ, ୨୫ା୪(ସ୍ବ.ପ୍ର.)-ବଡ଼ସାହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ପାଇଁ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ବସ୍‌ ଯୋଗେ ରୋଡ଼ ଶୋରେ ମାରାଥନ ପ୍ରଚାର କରିଛନ୍ତି ା ମୁଖ୍ୟମନ୍ତ୍ରୀ ବସ ଉପରୁ ‘ଜୟ ଜଗନ୍ନାଥ’ କହି ଓଡ଼ିଶାର ବିକାଶ ପାଇଁ ମୁଁ ଆପଣଙ୍କ ନିକଟକୁ ଆସିଛି ା ଏଣୁ ସମସ୍ତେ ଉଭୟ ଏମ୍‌ପି ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି କହିଥିଲେ ା ଗସ୍ତ ସୂଚୀର ଘଣ୍ଟାଏ ବିଳମ୍ବରେ ମୁଖ୍ୟମନ୍ତ୍ରୀ ବଡ଼ସାହି ନିର୍ବାଚନ ମଣ୍ଡଳୀର ବୈଶିଙ୍ଗା ଠାରେ ୬ଟା ୧୦ରେ ପହଞ୍ଚିଥିଲେ ା ସେଠାରୁ ଏକ ବିରାଟ ବାଇକ ରାଲିରେ ସ୍ବାଗତ ପୂର୍ବକ ମାଣତ୍ରୀ-ବଡ଼ସାହି ଦେଇ ବାରିପଦା ଅଭିମୁଖେ ସମସ୍ତେ ଆସିଥିଲେ ା ୬ଟା ୩୦ରେ ମାଣତ୍ରୀ, ୭ଟା ୧୦ରେ ବଡ଼ସାହି,  ୭ଟା ୪୫ରେ ବୈଦପୁରରେ ପହଞ୍ଚିଥିଲେ ା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ଓ ଶୁଣିବା ପାଇଁ ରାସ୍ତା ପାର୍ଶ୍ୱ ଓ ଛକ ମାନଙ୍କରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା ା ଏପରିକି ବଡ଼ସାହି ଗାନ୍ଧୀଛକରେ ଥିବା ୩ମହଲା କୋଠା ଉପରକୁ ଲୋକମାନେ ରହି ମୁଖ୍ୟମନ୍ତ୍ରୀଙ୍କୁ ଦେଖିଥିଲେ। ମହିଳା ମାନେ ଶଙ୍ଖ ହୁଳହୁଳି ସହିତ ଫୁଲ ଦେଇ ସ୍ବାଗତ କରିଥିବା ବେଳେ ଆଦିବାସୀ ବାଦ୍ୟ ନୃତ୍ୟରେ ପରିବେଶ କମ୍ପିଥିଲା ା କାର୍ଯ୍ୟକ୍ରମରେ ବାଲେଶ୍ୱର ଏମ୍‌ପି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା ଓ ବିଧାୟକ ପ୍ରାର୍ଥୀ ବୃନ୍ଦାବନ ଦାସ, ସିନେ ତାରକାମାନେ ପୃଥକ ଗାଡ଼ିରେ ଭୋଟ ନିବେଦନ କରିଥିଲେ ା ବୈଦପୁର ଠାରୁ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଦେବାଶୀଷ ମାରାଣ୍ଡି ଓ ବିଧାୟକ ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ ବାରିପଦା ପର୍ଯ୍ୟନ୍ତ ସମର୍ଥକଙ୍କ ସହିତ ରୋଡ଼ ଶୋରେ ଯାଇଥିଲେ ା ଡୁକୁରା, ନାଉପାଳ, ବାଲିଯୋଡ଼ା, ବଡ଼କେରକୋ, ସାନକେରୋକ ଓ ବାଲିଯୋଡା ଦେଇ ସମସ୍ତେ ବାରିପଦା ଅଭିମୁଖେ ଯାଇଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ା ଅଗ୍ନିଶମ ବିଭାଗ, ଡାକ୍ତରୀ ଦଳ ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...

ଶୁକଦେବଙ୍କୁ ମୃତ ଭାବି ନେଇଥିଲେ ଘର ଲୋକେ: ୨୫ ବର୍ଷ ପରେ ଘଟିଲା…

ସିମୁଳିଆ,୧l୧୨(ସନ୍ତୋଷ କୁମାର ନାୟକ): ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ...

ଭାଇରାଲ ହେଉଛି ସେଜଲଙ୍କ ମା’ଙ୍କ ହାତଲେଖା ଚିଠି, ଏଥିରେ ଲେଖିଛନ୍ତି ସବୁଠୁ ବଡ଼ ଦୁଃଖ ସମୟରେ ମୁଁ ତୁମ…

ବାଲେଶ୍ୱର,୧ା୧୨: ସାମ୍ନାକୁ ଆସିଛି ସେଜଲଙ୍କ ପାଳିତ ମା’ଙ୍କ ଆବେଗଭରା ଚିଠି। ଏଥିରେ ସେ ଲେଖିଛନ୍ତି, ତୁମେ ଚାଲିଯାଉଥିବାରୁ ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି।...

ମହିଳା ଜନଶୁଣାଣି କାର୍ଯ୍ୟକ୍ରମ: ଶୁଣାଣି କଲେ ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟା

ବାଲେଶ୍ୱର, ୨୭।୧୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାପାଳଙ୍କ ଅଡିଟରିୟମ ହଲରେ ଗୁରୁବାରଏକ ଦିବସୀୟ ମହିଳା ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା...

ଜାଲ୍‌ ଟିପ ଦେଇ ଭତ୍ତା ଟଙ୍କା ହଡ଼ପ କରୁଥିଲେ ପିଇଓ, ଧରିଲେ ଏମପି ପ୍ରତାପ ଷଡ଼ଙ୍ଗୀ, ତା’ପରେ…

ବାଲେଶର, ୨୭।୧୧( ବାଞ୍ଛାନିଧି ଦେ): ଜାଲ୍‌ ଟିପ ଚିହ୍ନ ଦେଇ ଭତ୍ତା ଟଙ୍କା ହଡ଼ପ କରୁଥିଲେ ପିଇଓ। ଅଭିଯୋଗ ପାଇ ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ...

ମୃତ୍ୟୁ ଉପତ୍ୟକା ହାତୀ କରିଡର

ବାଲେଶ୍ୱର ଜିଲା ଦେଇ ଯାଇଛି ଶିମିଳିପାଳ-କୁଲଡ଼ିହା-ହଦଗଡ଼ ହାତୀ କରିଡର। ଝାଡ଼ଖଣ୍ଡ ଅଭୟାରଣ୍ୟରୁ ଭାୟା ତପୋବନ (ପଶ୍ଚିମବଙ୍ଗ) ଦେଇ ହାତୀପଲ କୁଲଡ଼ିହା ଅଭୟାରଣ୍ୟକୁ ଆସନ୍ତି। ସାଧାରଣତଃ ନଭେମ୍ବରରେ...

ସ୍ଥାପନ ହେଲା ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ: ୧୧ଦିନ ଧରି ବରଗଡ଼ ସହର ପାଲଟିବ ମଥୁରାନଗରୀ

ବରଗଡ଼,୨୪।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri