ବଡ଼ସାହିରେ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ଶୋ

ବଡ଼ସାହି/ବତନଟୀ, ୨୫ା୪(ସ୍ବ.ପ୍ର.)-ବଡ଼ସାହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ପାଇଁ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ବସ୍‌ ଯୋଗେ ରୋଡ଼ ଶୋରେ ମାରାଥନ ପ୍ରଚାର କରିଛନ୍ତି ା ମୁଖ୍ୟମନ୍ତ୍ରୀ ବସ ଉପରୁ ‘ଜୟ ଜଗନ୍ନାଥ’ କହି ଓଡ଼ିଶାର ବିକାଶ ପାଇଁ ମୁଁ ଆପଣଙ୍କ ନିକଟକୁ ଆସିଛି ା ଏଣୁ ସମସ୍ତେ ଉଭୟ ଏମ୍‌ପି ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି କହିଥିଲେ ା ଗସ୍ତ ସୂଚୀର ଘଣ୍ଟାଏ ବିଳମ୍ବରେ ମୁଖ୍ୟମନ୍ତ୍ରୀ ବଡ଼ସାହି ନିର୍ବାଚନ ମଣ୍ଡଳୀର ବୈଶିଙ୍ଗା ଠାରେ ୬ଟା ୧୦ରେ ପହଞ୍ଚିଥିଲେ ା ସେଠାରୁ ଏକ ବିରାଟ ବାଇକ ରାଲିରେ ସ୍ବାଗତ ପୂର୍ବକ ମାଣତ୍ରୀ-ବଡ଼ସାହି ଦେଇ ବାରିପଦା ଅଭିମୁଖେ ସମସ୍ତେ ଆସିଥିଲେ ା ୬ଟା ୩୦ରେ ମାଣତ୍ରୀ, ୭ଟା ୧୦ରେ ବଡ଼ସାହି,  ୭ଟା ୪୫ରେ ବୈଦପୁରରେ ପହଞ୍ଚିଥିଲେ ା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ଓ ଶୁଣିବା ପାଇଁ ରାସ୍ତା ପାର୍ଶ୍ୱ ଓ ଛକ ମାନଙ୍କରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା ା ଏପରିକି ବଡ଼ସାହି ଗାନ୍ଧୀଛକରେ ଥିବା ୩ମହଲା କୋଠା ଉପରକୁ ଲୋକମାନେ ରହି ମୁଖ୍ୟମନ୍ତ୍ରୀଙ୍କୁ ଦେଖିଥିଲେ। ମହିଳା ମାନେ ଶଙ୍ଖ ହୁଳହୁଳି ସହିତ ଫୁଲ ଦେଇ ସ୍ବାଗତ କରିଥିବା ବେଳେ ଆଦିବାସୀ ବାଦ୍ୟ ନୃତ୍ୟରେ ପରିବେଶ କମ୍ପିଥିଲା ା କାର୍ଯ୍ୟକ୍ରମରେ ବାଲେଶ୍ୱର ଏମ୍‌ପି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା ଓ ବିଧାୟକ ପ୍ରାର୍ଥୀ ବୃନ୍ଦାବନ ଦାସ, ସିନେ ତାରକାମାନେ ପୃଥକ ଗାଡ଼ିରେ ଭୋଟ ନିବେଦନ କରିଥିଲେ ା ବୈଦପୁର ଠାରୁ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଦେବାଶୀଷ ମାରାଣ୍ଡି ଓ ବିଧାୟକ ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ ବାରିପଦା ପର୍ଯ୍ୟନ୍ତ ସମର୍ଥକଙ୍କ ସହିତ ରୋଡ଼ ଶୋରେ ଯାଇଥିଲେ ା ଡୁକୁରା, ନାଉପାଳ, ବାଲିଯୋଡ଼ା, ବଡ଼କେରକୋ, ସାନକେରୋକ ଓ ବାଲିଯୋଡା ଦେଇ ସମସ୍ତେ ବାରିପଦା ଅଭିମୁଖେ ଯାଇଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ା ଅଗ୍ନିଶମ ବିଭାଗ, ଡାକ୍ତରୀ ଦଳ ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

୧୦୫୫ ପ୍ରାର୍ଥତ୍ପତ୍ର ଖାରଜ, ୧୪, ୮୭୧କାଏମ୍‌

ବାଲେଶ୍ୱର ଅଫିସ, ୨୪।୧: ବାଲେଶ୍ୱର ଜିଲାରେ ରବିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୧୦୫୫ ପ୍ରାର୍ଥିପତ୍ର ନାକଚ ହୋଇଥିବା ବେଳେ ୧୪, ୮୭୧ କାଏମ୍‌...

ଅନ୍ଧାରରେ ୩୦୦ ଛାତ୍ରୀଙ୍କ ଭାଗ୍ୟ

ବାଲିଆପାଳ,୪ା୭(ସ୍ବ.ପ୍ର): ସରକାର ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ଏବେବି ବାଳିକା ଉଚ୍ଚ ବିଦ୍ୟାଳୟଗୁଡ଼ିକ ଅବହେଳିତ ଅବସ୍ଥାରେ ରହିଛି। ପ୍ରତି ବ୍ଲକରେ...

ଗ୍ରାମକୁ ସାନିଟାଇଜ କଲା ଯୁବକ ସଂଘ

ବାହାନଗା/ରେମୁଣା, ୭ା୬(ଡି.ଏନ.ଏ.)-ଖନ୍ତାପଡା ଥାନା ଅଧୀନ ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତ ହାତିଆଗଣ୍ଡ ଗ୍ରାମର ଶିବାଜୀ ଯୁବକ ସଂଘ ପକ୍ଷରୁ ଗ୍ରାମକୁ ସାନିଟାଇଜ କରାଯାଇଛି। ଗ୍ରାମରେ ଥିବା...

ଧାନ ବିକ୍ରି ଟଙ୍କା ନ ମିଳିଲେ ଆନ୍ଦୋଳନ

ବନ୍ତ, ୪।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ପଧାନପଡ଼ା ସେବା ସମବାୟ ସମିତିରେ ଚାଷୀମାନେ ୩ ମାସ ପୂର୍ବରୁ ଧାନ ବିକି...

କେନ୍ଦୁଝରରେ ୭୮.୧୬% ମତଦାନ: ମହିଳା ଭୋଟର ସଂଖ୍ୟା ଅଧିକ

କେନ୍ଦୁଝର,୨୫ା୪ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦୁଝର ଲୋକ ସଭା ନିର୍ବାଚନ ମଙ୍ଗଳବାର ଶେଷ ହୋଇଛି ା ଜିଲାରେ ମୋଟ ୭୮.୧୬ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ବିଭାଗ ତଥ୍ୟ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗିରଫ

ବାହାନଗା,୨୯ା୮(ଡି.ଏନ.ଏ.)- ବାହାନଗା ବ୍ଲକ ସାହାସପୁର ଗ୍ରାମର ଜଣେ ଯୁବକଙ୍କ ମରଣାନ୍ତକ ଆକ୍ରମଣରେ ଅନ୍ୟଜଣେ ଯୁବକ ଗୁରୁତର ହୋଇଛନ୍ତି। ଏନେଇ ଗୋପାଳପୁର ଫାଣ୍ଡି ପୋଲିସ ଏକ ମାମଲା...

ବାରମ୍ବାର ଘଟୁଛି ଦୁର୍ଘଟଣା, ଅସୁରକ୍ଷିତ ଖଣି ଅଞ୍ଚଳ

କେନ୍ଦୁଝର, ୧୮ା୫ (ସ୍ବ.ପ୍ର.)-ସରକାରଙ୍କ ଓଡିଶା ଖଣି ନିଗମ ଅଧୀନ ଶୁଆକାଠି ଗନ୍ଧମାର୍ଦ୍ଦନ ଖଣିରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହା ଅସୁରକ୍ଷିତ ହୋଇପଡ଼ିଛି। ଉପଯୁକ୍ତ ତଦାରଖର ଅଭାବରୁ...

ଧାନବିହନ ମୂଲ୍ୟ ବୃଦ୍ଧିକୁ ବିରୋଧ

ଭୋଗରାଇ,୧୫।୫(ଡିି.ଏନ.ଏ.) :ରାଜ୍ୟ ସରକାର ଚଳିତ ଖରିଫଋତୁରେ ଧାନ ବିହନ କୁଇଣ୍ଟାଲ ପିଛା ୩୫ ଟ. ୭କୁ ବୃଦ୍ଧି କରିଥିବା ବେଳେ ଅଣଧାନ ଚାଷ ପାଇଁ ସମପରିମାଣର...

Advertisement
Archives

Model This Week