ବଡ଼ଦାଣ୍ଡ ସଫେଇରେ ମୁସଲିମ ଯୁବକ ସାମିଲ

ବାରିପଦା ଅଫିସ,୧୫।୭- ବାରିପଦା ସହରରେ ସଫେଇ ସଚେତନତା ଦିଗରେ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ସାମାଜିକ ଅନୁଷ୍ଠାନ ‘ସବୁଜ ସୁନ୍ଦର ବାରିପଦା’ ପକ୍ଷରୁ ରଥଯାତ୍ରା ଆରମ୍ଭରୁ ପ୍ରତିଦିନ ରାତିରେ ସମଗ୍ର ବଡଦାଣ୍ଡକୁ ସଫେଇ କରାଯାଉଥିଲା। ଏହାକୁ ସମର୍ଥନ କରି ବାରିପଦା ସହରର କେତେକ ମୁସଲମାନ ସମ୍ପଦାୟର ଯୁବକ ବାଡଦାଣ୍ଡ ସଫେଇ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଶନିବାର ରାତିରେ ଅନୁଷ୍ଠାନର ଆବାହକ ଜିତେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ସେଖ ମହମ୍ମଦ ଉଲ୍ଲା, ସେଖ ଫରହାଦ, ସେଖ ଇକବାଲ, ସେଖ ଆସଲାମ, ସେଖ ଏଲାମ, ସେଖ ଏକରାମ ଓ ସେଖ ଫଗୁ ପ୍ରମୁଖ ସମଗ୍ର ବଡଦାଣ୍ଡ ସଫେଇ କରିଥିଲେ। ମୁସଲମାନ ସମ୍ପ୍ରଦାୟର ହୋଇ ମଧ୍ୟ ରଥଯାତ୍ରା ପାଇଁ ଜଗନ୍ନାଥଙ୍କୁ ସମ୍ମାନ ଜଣାଇ ସଫେଇ କରିବାକୁ ଆସି ଭାଇଚାରା ସମ୍ପର୍କ ସୃଷ୍ଟି କରିଥିବାରୁ ସେମାନେ ଧନ୍ୟବାଦର ପାତ୍ର ବୋଲି ସବୁଜ ସୁନ୍ଦର ବାରିପଦାର ଆବାହକ ମହାନ୍ତି କହିଛନ୍ତି। ସେହିପରି ରଥ ଡ୍ୟୁଟିରେ ଥିବା ସବ-ଇନ୍ସପେକ୍ଟର ସଚ୍ଚିଦାନନ୍ଦ କିଶାନ ମଧ୍ୟ ଏହି ଯୁବକମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଅଗରୁ ଏଭଳି କେବେ ଦେଖି ନ ଥିଲେ ଏଣୁ ଏହା ନିହାତି ଭାବେ ସମାଜକୁ ନୂତନ ବାର୍ତ୍ତ ଦେବ ବୋଲି ସେ କହିଛନ୍ତି। ସାମାଜିକ କର୍ମୀ ସୁଜିତ କୁମାର ମହାନ୍ତି ମଧ୍ୟ ସଫେଇ କାର୍ଯ୍ୟରେ ସାମିଲ ହୋଇ ଅନୁଷ୍ଠାନ ଓ ମୁସଲମାନ ସମ୍ପ୍ରଦାୟର ଯୁବକମାନଙ୍କୁ ଉତ୍ସାହିତ କରିଥିଲେ। କପିଲ ଖଣ୍ଡେଲୱାଲ, ନାନୁ ମହାକୁଡ, ଦେବାଶିଷ କୁମାର ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲେଶ୍ୱର ଅଫିସ, ୧୧।୬ ନବଜାତ ଶିଶୁର ମୃତ୍ୟୁକୁ ନେଇ ଶୁକ୍ରବାର ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି। ଡାକ୍ତରଖାନା ଅଧିକାରୀ ଓ ପୋଲିସ ପହଞ୍ଚତ୍...

ପୋଖରୀ ନିଲାମକୁ ନେଇ ବଢୁଛି ବିବାଦ

ଖଇରା,୨୩ା୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ଅଧୀନ ମୁହଁଚୁଆଁ ଗ୍ରାମରେ ପୋଖରୀ ନିଲାମକୁ କେନ୍ଦ୍ର କରି ପଡ଼ୋଶୀ ଖାନପୁର ଗ୍ରାମ ସହ ବିବାଦ...

‘ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ ଦିଅ’

ବାଲେଶ୍ୱର ଅଫିସ, ୭।୧୨-ବାଲେଶ୍ୱରସ୍ଥିତ ସଦ୍‌ଭାବନା ସଭାଗୃହରେ ଚଳିତ ରବି ୨୦୧୯-୨୦ ବର୍ଷ ପାଇଁ ଜିଲା କୃଷି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ହିନ୍ଦୁ, ମୁସଲମାନଙ୍କ ମିଳନସ୍ଥଳ: ସୟଦ ହାତିମଶାହା ପୀରବାବାଙ୍କ ପୀଠ

ରୂପସା, ୧୩ା୩(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ରାଉତପଡା ପଞ୍ଚାୟତର କାନ୍ଥି ବସ୍ତିରେ ରହିଛି ପ୍ରସିଦ୍ଧ ସୟଦ ହାତିମଶାହା ପୀରବାବାଙ୍କ ପୀଠ। ହିନ୍ଦୁ ଓ ମୁସଲମାନମାନଙ୍କ...

କୋବି ଗୋଟାକୁ ୩ ଟଙ୍କା

ଜଳେଶ୍ୱର, ୨୬ା୧୨(ଡି.ଏନ.ଏ.):ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ କୋବି ଚାଷୀମାନେ ଉଚିତ୍‌ ମୂଲ୍ୟ ନ ପାଇ ହତାଶ ହୋଇପଡିଛନ୍ତି। ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ଫୁଲ...

ଜଳେଶ୍ୱର ଉପକାରାଗାରରୁ ବିଚାରାଧୀନ ବନ୍ଦୀ ଚମ୍ପଟ

ଜଳେଶ୍ୱର, ୧୭ା୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଜଳେଶ୍ୱର ଉପକାରାଗାରରୁ ଶନିବାର ଅପରାହ୍ନ ୨ଟା ବେଳେ ଏକ ବିଚାରାଧୀନ ବନ୍ଦୀ ଚମ୍ପଟ ମାରିଥିବା ଚର୍ଚ୍ଚା ହେଉଛି।...

ମୃତଦେହ ସତ୍କାର ପାଇଁ ଯାଇଥିଲେ ପରିବାର ଲୋକେ, ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ସିମୁଳିଆ,୫ା୧୧(ଡି.ଏନ୍‌.ଏ.): ପରିବାର ଲୋକେ ମୃତଦେହ ସତ୍କାର ପାଇଁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ କଳାକନା ବୁଲାଇବା ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା...

ତେଲ ଟ୍ୟାଙ୍କରରୁ ଚୋରା କେନ୍ଦୁପତ୍ର ଜବତ

ସଜନାଗଡ଼/ସୋର/ବାହାନଗା,୨୯।୮(ଡି.ଏନ.ଏ.)-ଅଭିନବ ଉପାୟରେ କେନ୍ଦୁପତ୍ର ଚୋରାଚାଲାଣ ହେବା ଘଟଣା ପଦାକୁ ଆସିଛି। ବୁଧବାର ଏକ କମ୍ପାନୀର ତେଲ ଟ୍ୟାଙ୍କରରେ କେନ୍ଦୁପତ୍ର ଲୋଡ଼ ହୋଇ ଆସୁଥିବା ବନବିଭାଗ ବିଶେଷ...

Advertisement
Archives

Model This Week