ବଡ଼ଦାଣ୍ଡକୁ ବାହାରିବନି ବିମାନ

ପୁରୀ ଅଫିସ,୩ା୬: ରାଜ୍ୟରେ ଦ୍ରୁତଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଗାଇଡ଼ଲାଇନ ଜାରି କରିଛନ୍ତି। ଜୁନ୍‌ ୩୦ ପର୍ଯ୍ୟନ୍ତ କୌଣସି ଧାର୍ମିକସ୍ଥଳକୁ ସର୍ବସାଧାରଣ ଯାଇପାରିବେ ନାହିଁ। ସେହିପରି ଧାର୍ମିକ ସମାବେଶ ଉପରେ ବି ପୂର୍ବବତ କଟକଣା ରହିଛି। ଏଥିପାଇଁ ବୁଧବାର ଚମ୍ପକ ଦ୍ୱାଦଶୀରେ ବଡ଼ଦାଣ୍ଡକୁ ଠାକୁରଙ୍କ ବିମାନ ବାହାରିବ ନାହିଁ, ଶ୍ରୀମନ୍ଦିର ଭିତରେ କେବଳ ବିଧି ରକ୍ଷା ହେବ। ଶ୍ରୀମନ୍ଦିର ପ୍ରଶାସନର ଏହି ନଷ୍ପତ୍ତି ପରେ ଏବେ ରଥଯାତ୍ରା ଆୟୋଜନକୁ ନେଇ ଆଶଙ୍କା ବଢିଯାଇଛି। ନୂଆ ଗାଇଡ଼ଲାଇନ ଅବଧି ମଧ୍ୟରେ ରଥଯାତ୍ରା ପଡ଼ୁଥିବାରୁ ଏଭଳି ଅନିଶ୍ଚିତତା ସୃଷ୍ଟି ହୋଇଛି।
ଆସନ୍ତା ୫ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦିରେ ପ୍ରତ୍ୟକ୍ଷ ସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ। ଏଥର କରୋନା ପାଇଁ ବିନା ଭକ୍ତରେ ହେବ ସ୍ନାନଯାତ୍ରା। କୌଣସି ଶ୍ରଦ୍ଧାଳୁ ସ୍ବଚକ୍ଷୁରେ ଠାକୁରଙ୍କ ଦିବ୍ୟସ୍ନାନ ଏବଂ ହାତୀବେଶ ଦେଖିପାରିବେ ନାହିଁ। ଘରେ ରହି ଟିଭିରେ ଦେଖିବା ଲାଗି ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସର ସ୍ନାନମଣ୍ଡପରେ ଯେହେତୁ ଏହି ନୀତି ରହିଛି ତେଣୁ ଆୟୋଜନ ପାଇଁ କୌଣସି ଅସୁବିଧା ନାହିଁ। କିନ୍ତୁ ରଥଯାତ୍ରାକୁ ନେଇ ଏବେ ସମସ୍ତଙ୍କ ମନରେ ସନ୍ଦେହ ଉଠିଲାଣି। ଜୁନ୍‌ ୨୩ରେ ରଥଯାତ୍ରା। ଯଦି ସରକାରଙ୍କ ଗାଇଡ୍‌ଲାଇନ ପାଳନ କରାଯାଏ ତେବେ ବଡଦାଣ୍ଡରେ ଠାକୁରଙ୍କ ରଥ ଗଡ଼ିବା ନେଇ ସନ୍ଦେହ ରହିଛି। ତେବେ ଏ ନେଇ ବର୍ତ୍ତମାନ କେହି ମୁହଁ ଖୋଲୁନାହାନ୍ତି।
ଗତ ୩୦ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା। ବିନା ଭକ୍ତରେ ରଥଯାତ୍ରା ଆୟୋଜନ ଲାଗି କମିଟି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ଅପରପକ୍ଷେ ରଥଖଳାରେ ତିନିରଥ ନିର୍ମାଣ କାମ ଆଗେଇ ଚାଲିଥିବାରୁ ରଥଯାତ୍ରାକୁ ନେଇ ପ୍ରାୟ ସମସ୍ତେ ସକାରାତ୍ମକ ଆଭିମୁଖ୍ୟ ରଖିଥିଲେ। ହେଲେ ଏହାକୁ ନୂଆ ଗାଇଡ୍‌ଲାଇନ ପୁଣି ଆଶଙ୍କା ଭିତରକୁ ଠେଲିଦେଇଛି। ଏପରି କି ଏଥିଯୋଗୁ ବୁଧବାର ହେବାକୁ ଥିବା ଚମ୍ପକ ଦ୍ୱାଦଶୀରେ ଠାକୁରଙ୍କ ଗୁଆଲି ଶୋଭାଯାତ୍ରା ବଡଦାଣ୍ଡକୁ ବାହାରିବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ଯେଉଁଠି ଠାକୁରଙ୍କ ବିମାନ ବାହାରକୁ ବାହାରି ପାରୁନାହିଁ ସେଠି ରଥଯାତ୍ରା କେମିତି ହେବ ଏମିତି ଭାବନା ସମସ୍ତଙ୍କ ମନକୁ ଘାରିଛି। ଏ ନେଇ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ଠିକଣା ସମୟରେ ଉପଯୁକ୍ତ ପ୍ଲାଟଫର୍ମରେ ଠିକ୍‌ ନିଷ୍ପତ୍ତି ନିଆଯିବ। ହେଲେ ଆଇନକୁ ପାଳନ କରିବାକୁ ପଡ଼ିିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣ ବଳୟରେ ବ୍ରାହ୍ମଣୀ : କମୁଛନ୍ତି ଜଳଚର ଜୀବ

ଭୁବନ, ୬।୬(ଡି.ଏନ.ଏ.)- ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ପ୍ରଦୂଷଣ ବଳୟରେ। କଳକାରଖାନାର ବର୍ଜ୍ୟବସ୍ତୁ ସିଧାସଳଖ ନଦୀରେ ମିଶୁଥିବାବେଳେ ଏହାର ପାଣି ପ୍ରଦୂଷିତ ହେବାରେ ଲାଗିଛି।...

ଲମ୍ବୁଛି ଚୋରା କୋଇଲା ଚେର

ଅନୁଗୋଳ ଅଫିସ, ୬ା୪ ଅନୁଗୋଳ ଜିଲାରେ ଲମ୍ବୁଛି ଚୋରା କୋଇଲା କାରବାର ଚେର। ବିଶେଷକରି ତାଳଚେର ଓ ଛେଣ୍ଡିପଦା ବ୍ଲକରେ ଥିବା ବିଭିନ୍ନ ଖଣିରୁ ଚୋରାରେ...

ସୁନ୍ଦରଗଡ଼ର ୭୧ ନମୁନାରୁ ୫୬ ନେଗେଟିଭ୍

ସୁନ୍ଦରଗଡ଼, ୫।୪(ଡି.ଏନ.ଏ.) କରୋନା ସଂକ୍ରମଣ କୁ ରୋକିବା ନିମନ୍ତେ ଜିଲା ପ୍ରଶାସନ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡାକଡି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲାରେ...

ରୂପ୍‌ସା ଜଙ୍କଶନରେ ଫୁଟ୍‌ ଓଭରବ୍ରିଜ ନିର୍ମାଣ ତ୍ୱରାନ୍ବିତ:ଅନୁଧ୍ୟାନ କଲେ ଡିଆରଏମ୍‌

ରୂପ୍‌ସା, ୨୧।୭(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥ ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପ୍‌ସା ରେଳ ଜଙ୍କଶନ ଓ ଷ୍ଟେଶନରେ ଚାଲିଥିବା ଫୁଟ ଓଭରବ୍ରିଜ ସମ୍ପ୍ରସାରଣ କାର୍ଯ୍ୟ ଶେଷ...

‘ପଥ ବିକ୍ରେତାଙ୍କୁ ଦିଆଯାଉ ସହାୟତା’

ବାଲେଶ୍ୱର ଅଫିସ, ୨୬।୫-ବାଲେଶ୍ୱର ଷ୍ଟେଶନ ଛକଠାରେ ନ୍ୟାଶନାଲ ହକର ଫେଡ଼େରେଶନ ସଂଯୁକ୍ତ ଓଡ଼ିଶା ପଥ ବିକ୍ରେତା ସଂଘ ପକ୍ଷରୁ ମଙ୍ଗଳବାର ଆନ୍ତର୍ଜାତିକ ପଥ ବିକ୍ରେତା ଦିବସ...

ବଦନାମକୁ ଭୟ ନ କରି ସିଏଏ କରାଯାଇଛି, ଏହାଦ୍ୱାରା ସଂଖ୍ୟାଲଘୁଙ୍କ ନାଗରିକତା ଯିବନାହିଁ: ଶାହା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ସାଧାରଣ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଦ୍‌ବୋଧନ ଦେଇଛନ୍ତି। ଜଗନ୍ନାଥଙ୍କୁ ସ୍ମରଣ କରି ଶାହା ନିଜର ବକ୍ତବ୍ୟ...

କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୁକୁଳା ଡ୍ରେନ୍‌, କାହାରି ନଜର ପଡୁନି

କେନ୍ଦୁଝର,୧୬ା୩(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୁଖ୍ୟ ଡ୍ରେନ ଦୀର୍ଘ ବର୍ଷ ହେଲା ଭାଙ୍ଗି ମୁକୁଳା ଅବସ୍ଥାରେ ରହିଛି। ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଥିଲେ ହେଁ...

କଂସଙ୍କ ନିମନ୍ତ୍ରଣରେ ହାଜର ହେଲେ ରାଜନେତା

ଚନ୍ଦାହାଣ୍ଡି,୧୫।୫(ଡି.ଏନ୍‌.ଏ.): ଚନ୍ଦାହାଣ୍ଡି ବ୍ଲକ ସଦରଠାରେ ମଣ୍ଡଳ ବୀମା ବାଲିଯାତ୍ରାରେ ଚାଲିଥିବା ଧନୁଯାତ୍ରାର ୭ମ ରଜନୀରେ ମଥୁରା ନଗରୀରେ କଂସ ମହାରାଜ କୃଷ୍ଣଙ୍କୁ ହତ୍ୟାକରିବା ନିମନ୍ତେ ପୁତନାଙ୍କୁ ଗୋପପୁରକୁ...

Advertisement
Archives

Model This Week