ବଡ଼ଚଣା ପୋଲିସର ସଡ଼କ ସୁରକ୍ଷା ସଚେତନତା

ଚଣ୍ଡିଖୋଲ,୧୧-୯(ଡି.ଏନ.ଏ)- ନୂଆ ମୋଟରଯାନ ଆଇନ କଡ଼ାକଡ଼ି ଲାଗୁ ହେବା ପରଠାରୁ ମୋଟରସାଇକେଲ ଆରୋହୀମାନେ ବିଶେଷଭାବେ ଭୟଭିତ ହୋଇପଡ଼ିଛନ୍ତି। ବହୁ ଗାଡ଼ିର କାଗଜପତ୍ର ଠିକ୍‌ ନ ଥିବା ଓ ଡ୍ରାଇଭିଂ ଲାଇସେନ୍ସ ନ ଥିବା ଯୋଗୁ ସାଧାରଣ ଲୋକେ ଗାଡ଼ି ପଦାକୁ ବାହାର କରୁନାହାନ୍ତି। ତେବେ ଇତିମଧ୍ୟମରେ ଏହି ନିୟମକୁ ୩ମାସ ପର୍ଯ୍ୟନ୍ତ କୋହଳ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ମଙ୍ଗଳବାର ବଡ଼ଚଣା ପୋଲିସ ଚଣ୍ଡିଖୋଲଠାରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରିଥିଲେ। ବାଇକ ଆରୋହୀଙ୍କୁ ଅଟକାଇ ସେମାନଙ୍କୁ କିପରି କାଗଜପତ୍ର ଠିକ୍‌ କରିବେ ସେଥିନେଇ ପୋଲିସ ବୁଝାଉଥିବା ଦେଖାଯାଇଥିଲା। ବିନା ହେଲମେଟ୍‌ରେ ମୋଟର ସାଇକେଲ ନ ଚଳାଇବା, ସିଟ୍‌ ବେଲ୍‌ଟ ପିନ୍ଧିବା ସହିତ ଆବଶ୍ୟକୀୟ କାଗଜପତ୍ର ଠିକ୍‌ କରିବାକୁ ଗାଡ଼ି ଚାଳକଙ୍କୁ ସଚେତନ କରାଯାଇଥିଲା। ପୋଲିସ ଗାଡ଼ିଚାଳକଙ୍କୁ ପ୍ରଚାର ପତ୍ର, ଚକୋଲେଟ୍‌ ଓ ଗୋଲାପ ଫୁଲ ଦେଇ ସଚେତନ କରାଉଥିବା ମଧ୍ୟ ଦେଖାଯାଇଥିଲା। ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କ ନେତୃତ୍ୱରେ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଶୁଶିଲ କୁମାର ନାୟକ, ସଇଦ୍‌ ଖାଁ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ସଞ୍ଜିବ ଥାଟୋଇ ସମେତ ବହୁ ପୋଳିସ କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷରେ ୮୪୩ ହାତୀ ମୃତ

ଯାଜପୁର ଅଫିସ,୩୧ା୩: ରାଜ୍ୟରେ ୨୦୧୦-୧୧ରୁ ୨୦୨୦-୨୧ ମାର୍ଚ୍ଚ ୨୨ ସୁଦ୍ଧା ୧୧ ବର୍ଷ ମଧ୍ୟରେ ୮୪୩ ହାତୀଙ୍କ ମୃତ୍ୟୁ ହୋଇଛି। ସେହି ବିଶାଳକାୟ ପ୍ରାଣୀଙ୍କ ମୃତ୍ୟୁକୁ...

ନଗଡ଼ାରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଭାରପ୍ରାପ୍ତ ଜିଲାପାଳ

କାଳିଆପାଣି,୨୯।୨(ଡିଏନଏ): ନଗଡ଼ା ପାଇଁ ସରକାର ମାଳ ମାଳ ଯୋଜନା କରି ଏଥିପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି। ମାତ୍ର ଏହି ଅଞ୍ଚଳର ବିକାଶ କେତେଦୂର...

ଭେଜାଲ ଖାଦ୍ୟ ସାମଗ୍ରୀ ଉପରେ ଅଙ୍କୁଶ ନାହିଁ

ଯାଜପୁର ଅଫିସ,୧୪ା୩: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବ୍ୟାସନଗର ସହର। ଏଠାରେ ଓଏମ୍‌ସି, ଶ୍ରମ ଯୁଗ୍ମ ଉପନିର୍ଦ୍ଦେଶକ, ଖଣି ଉପନିର୍ଦ୍ଦେଶକ, ଜିଲା ଉଠା ଜଳସେଚନ...

ଶ୍ରମିକଙ୍କ ଉପରେ ଖସିଲା ସିମେଣ୍ଟ ବସ୍ତା: ଚାପିହୋଇଗଲେ ୩୦ରୁ ଊର୍ଦ୍ଧ୍ୱ, ୪ ଗୁରୁତର

ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ଜିଲା ରୁପ୍ସା ଥାନା ଅଞ୍ଚଳର ଏକ ସିମେଣ୍ଟ ଗୋଦାମରେ ବସ୍ତା ଖସି ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକମାନେ...

ସୁଧୁରୁନି ବ୍ୟାସନଗର ସହରରେ ବିଦ୍ୟୁତ୍‌ ସେବା : ଚାନ୍ଦାମା, ମୁଣ୍ଡୋମାଳ ସବ୍‌ଷ୍ଟେଶନ ଅଧପନ୍ତରିଆ

ଯାଜପୁର ଅଫିସ,୧୮ା୯ :  ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ୨୬ ୱାର୍ଡ଼ ବିଶିଷ୍ଟ କ୍ରୋମନଗରୀ ବ୍ୟାସନଗର ପୌରାଞ୍ଚଳରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ...

ବଢୁଛି ବାଲି, ମାଟି, ପଥର ଲୁଟ୍‌: ଅସୁରକ୍ଷିତ ସାମାଜିକ କର୍ମୀ, ଗଣମାଧ୍ୟମ ପ୍ରତିନିଧି

ଯାଜପୁର ଅଫିସ,୨୫ା୪: ଯାଜପୁର ଜିଲାରେ ଗ୍ରାନାଇଟ ପଥର, ବାଲି, ମୋରମ, ମାଟି, ମାଙ୍କଡାପଥର ଲୁଟ ଉପରେ ସ୍ବର ଉତ୍ତୋଳନ କରୁଥିବା ସାମାଜିକ କର୍ମୀ କିମ୍ବା ଗଣମାଧ୍ୟମ...

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଘଟଣା : ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ଯୁବତୀ

ରସୁଲପୁର, ୭ା୬(ଡି.ଏନ.ଏ.):  ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଘଟଣାରେ ଜଣେ ଯୁବତୀ ଗୁରୁବାର ନ୍ୟାୟ ପାଇଁ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରସୁଲପୁର ବ୍ଲକ ଅନ୍ତର୍ଗତ...

ପେଟ୍ରୋଲ ପମ୍ପ୍‌ କର୍ମଚାରୀଙ୍କଠାରୁ ୭ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଜେନାପୁର,୧୭।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ କାନ୍ତପଡ଼ା ଛକ ନିକଟସ୍ଥ ନୀଳାଞ୍ଚଳ ପେଟ୍ରୋଲ ପମ୍ପ କର୍ମଚାରୀଠାରୁ ୭ ଲକ୍ଷ...

Advertisement
Archives

Model This Week