ବଟି ପାଇଁ କ୍ରଶର ମ୍ୟାନେଜରଙ୍କୁ ଗୁଳି

କୋରାପୁଟ,୭ା୧୧(ସ୍ବ.ପ୍ର.): କୋରାପୁଟ ଜିଲା ମାଛକୁଣ୍ଡ ଥାନା ସିଲପଣ୍ଡି ଗ୍ରାମସ୍ଥିତ ଏସ୍‌ଇପିଏଲ କ୍ରଶର ୟୁନିଟରେ ଟଙ୍କା ଆଦାୟ କରିବାକୁ ଯାଇ ବୁଧବାର ରାତିରେ ସେଠାକାର ମ୍ୟାନେଜରଙ୍କୁ ଗୁଳି କରିଛନ୍ତି ନକଲି ମାଓବାଦୀ। ଏଥିରେ କ୍ରଶର ମ୍ୟାନେଜର ଗୁରୁତର ହୋଇଛନ୍ତି। ପୋଲିସର ପାଲଟା ଗୁଳିରେ ଜଣେ ନକଲି ମାଓବାଦୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କଠାରୁ ମାଉଜର, ଦେଶୀ ବନ୍ଧୁକ, ଗୁଳି, ୨ଟି ମୋବାଇଲ ଜବତ ହୋଇଛି। ଗୁରୁବାର ସନ୍ଧ୍ୟାରେ ଖବରଦାତା ସମ୍ମିଳନୀରେ କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁ ଏହି ସୂଚନା ଦେଇଛନ୍ତି।
ପୋଲିସ ତଥ୍ୟ ଅନୁଯାୟୀ, ଦୁଇଦିନ ତଳେ ସିଲପଣ୍ଡି କ୍ରଶର ୟୁନିଟ୍‌ ମ୍ୟାନେଜର ଭି. ପ୍ରସାଦ ରାଓଙ୍କଠାରୁ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ କେତେକ ନକଲି ମାଓବାଦୀ। ବୁଧବାର ରାତିରେ ଏହି ଅର୍ଥରାଶି ଦେବା ପାଇଁ ସେମାନେ ତାଙ୍କୁ ତାଗିଦ୍‌ ମଧ୍ୟ କରିଥିଲେ। କିନ୍ତୁ ମ୍ୟାନେଜର ଟଙ୍କା ଦେବା ପୂର୍ବରୁ ମାଛକୁଣ୍ଡ ପୋଲିସକୁ ସବୁକଥା ଜଣାଇଥିଲେ। ବୁଧବାର ବିଳମ୍ବିତ ରାତିରେ ନକଲି ମାଓବାଦୀଙ୍କ ୭ ଜଣିଆ ଦଳ ମାଉଜର, ଦେଶୀ ବନ୍ଧୁକ ଧରି କ୍ରଶରରେ ପହଞ୍ଚତ୍ ଟଙ୍କା ମାଗିଥିଲେ। କିନ୍ତୁ ମ୍ୟାନେଜର ମାତ୍ର ୫୦ ହଜାର ରଖିଛି ବୋଲି କହିଥିଲେ। ନକଲି ମାଓବାଦୀମାନେ ସେହି ଟଙ୍କା ଛଡ଼ାଇନେଇ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ସମୟରେ ପୋଲିସ ସେଠାରେ ପହଞ୍ଚତ୍ୟିବାରୁ ସେମାନେ ପୋଲିସ ଉପରକୁ ମଧ୍ୟ ଗୁଳିମାଡ଼ କରିଥିଲେ। ପୋଲିସ ପାଲଟା ଜବାବ ଦେବାରୁ ଜଣେ ନକଲି ମାଓବାଦୀଙ୍କ ଗୋଡ଼ରେ ଗୁଳି ବାଜିଥିଲା। ସେ ପୋଲିସ ହାତରେ ଧରାପଡ଼ିଥିଲେ। ଗୁରୁତର ପ୍ରସାଦଙ୍କୁ ପ୍ରଥମେ ଲମତାପୁଟ ଓ ପରେ କୋରାପୁଟ ମେଡିକାଲ ନିଆଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଗୁରୁବାର ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଆହତ ନକଲି ମାଓବାଦୀ ଲକ୍ଷ୍ମଣ ଶିଶା କୋରାପୁଟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସିଲପଣ୍ଡି ଗାଁରେ ହିଁ ତାଙ୍କର ଘର। ଘଟଣାରେ ଜଡ଼ିତ ମେରିପେଟା ଗ୍ରାମର ଦୀପକ, ମହେନ୍ଦ୍ର ଶିଶା, କୈଳାସ ଶିଶା, ସନ୍ତୋଷ ଶିଶା ଓ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଏନେଇ ମାଛକୁଣ୍ଡ ଥାନାରେ ଧାରା ୩୫୩, ୩୦୭, ୩୪ ଆଇପିସି, ୨୫ (୧ ବି), ୨୭ ଆର୍ମସ ଆକ୍ଟ ଅନୁଯାୟୀ କେସ୍‌ ନଂ ୬୭/୨୦୧୯ରେ ମାମଲା ରୁଜୁକରି ଲକ୍ଷ୍ମଣଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧୁର ଜଳ ସୁନିଶ୍ଚିତ କରିବା ଆମ ଦାୟିତ୍ୱ:ରାଜ୍ୟପାଳ

କେନ୍ଦ୍ରାପଡ଼ା ଅଫିସ,୨୪।୧୧: ଜଳ ହିଁ ଜୀବନ। ଏହାର ସଂରକ୍ଷଣ ଆବଶ୍ୟକ। ଆଗାମୀ ପିଢ଼ି ପାଇଁ ମଧୁର ଜଳ ସୁନିଶ୍ଚିତ କରିବା ଆମର ଦାୟିତ୍ୱ ବୋଲି ରାଜ୍ୟପାଳ...

ଧାନ ଉଠୁନି, ଶୀତ କାକରରେ ଜଗିଛନ୍ତି ଚାଷୀ

କୁନ୍ଦୁରା,୨୨।୧(ଡି.ଏନ.ଏ.): କୋରାପୁଟ ଜିଲାରେ ଚଳିତ ଖରିଫ ଋତୁରେ ଅମଳ ପରେ ୨୫ ପ୍ରତିଶତ ଧାନ ଚାଷୀ ବିକ୍ରି କରିଥିବା ବେଳେ ୭୫ ପ୍ରତିଶତ ଧାନକୁ ଦୀର୍ଘ...

ଅଡଶପୁର ସ୍ବାସ୍ଥ୍ୟକେନ୍ଦ୍ରର ୭ଜଣ କର୍ମଚାରୀ କରୋନା ପଜିଟିଭ୍‌: ୪୫ ଘଣ୍ଟା ଗୋବିନ୍ଦପୁର ପଞ୍ଚାୟତ ଶଟ୍‌ଡାଉନ

କଣ୍ଟାପଡା,୮।୭(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ଅଡଶପୁର ସ୍ବାସ୍ଥ୍ୟକେନ୍ଦ୍ରର ୭ଜଣ କର୍ମଚାରୀ କରୋନା ସଂକ୍ରମିତ ହେବାପରେ ବ୍ଲକରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ...

ପଲିଥିନ, ପ୍ଲାଷ୍ଟିକ କଟକଣାକୁ ପୂରିଲାଣି ୭ ମାସ: ଆମଦାନୀ ଉପରେ ଲାଗୁନି ରୋକ

ବ୍ରହ୍ମପୁର ଅଫିସ,୨୯ା୫-ପଲିଥିନ ଓ ପ୍ଲାଷ୍ଟିକମୁକ୍ତ ହେବ ଓଡିଶା। ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର ା ୨୦୧୮ ଜୁଲାଇ ମାସରେ ଓଡିଶାକୁ ପ୍ଲାଷ୍ଟିକ ଓ ପଲିଥିନମୁକ୍ତ...

ଫସଲ ନଷ୍ଟକଲେ ହାତୀପଲ

ବଅଁରପାଳ/ ବଇଣ୍ଡା,୨୩।୧୧ (ଡି.ଏନ.ଏ.): ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଞ୍ଚାୟତରେ ହାତୀପଲ ଉପଦ୍ରବ କରିଛନ୍ତି। ଚାଷୀ ଚିତ୍ତରଞ୍ଜନ ସାହୁ, ବିଦ୍ୟାଧର ବେହେରା, ଅକ୍ଷୟ ବେହେରା, ଧନେଶ୍ୱର ବେହେରା,...

ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର ଅଫିସ,୧୧ା୭: ହୀରାକୁଦ ଉପରମୁଣ୍ଡରେ ବର୍ଷା ଯୋଗୁ ଜଳଭଣ୍ଡାରକୁ ଜଳର ପ୍ରବେଶ ମାତ୍ରା ବୃଦ୍ଧି ପାଇଛି । ଜଳଭଣ୍ଡାରରେ ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ରବିବାର...

ସପ୍ତାହେ ନ ପୂରୁଣୁ ଉଠିଲା ପିଚୁ, ରାସ୍ତାରେ ଡ୍ରେନ୍‌ ପାଣି

ଫୁଲବାଣୀ ଅଫିସ, ୧୮ା୫ -ଫୁଲବାଣୀ ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଏବେ ସହରର ମୁଖ୍ୟ ରାସ୍ତାରେ ହୋଇଥିବା ପିଚୁ, ଡ୍ରେନ୍‌...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୦ମ ଶ୍ରେଣୀ ଛାତ୍ରୀ

ବାଲେଶ୍ୱର ଅଫିସ, ୨୦ା୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟସ୍ଥ ପାଟଣାରାଇପୁର ଗ୍ରାମର ବାପଛେଉଣ୍ଡ ୧୦ମ ଶ୍ରେଣୀ ଛାତ୍ରୀ ସୁଭଦ୍ରା...

Advertisement
Archives

Model This Week