ବଟି ନ ଦେବାରୁ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜଧାନୀରେ ପୁଣି ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ବଟି ନ ଦେବାରୁ ସମ୍ପୃକ୍ତ ଯୁବକମାନେ ଖଣ୍ଡା ଧରି ବ୍ୟବସାୟୀମାନଙ୍କୁ ଭୟଭୀତ କରାଇବା ସହ ଗୋଡ଼ାଇ ହାଣିଛନ୍ତି। ଭରତପୁର ଥାନା ଅନ୍ତର୍ଗତ ନୂଆଗାଁରେ ବୁଧବାର ରାତିରେ ଏଭଳି ଘଟଣା ଘଟିଛି। ଆକ୍ରମଣର ସିସିଟିଭି ଫୁଟେଜ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହି ଆକ୍ରମଣରେ ଇଲେଟ୍ରୋନିକ୍ସ ଦୋକାନୀ ରାକେଶ ମୁଦୁଲିଙ୍କ ସମେତ ୫ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ଅନ୍ୟ ଆହତମାନଙ୍କ ମଧ୍ୟରେ ନିତେଶ କୁମାର ସିଂ, ଆଲୋକ ବେହେରା, ସୋମନାଥ ବେହେରା, ସୁବ୍ରତ ବେହେରା ପ୍ରମୁଖ ରହିଛନ୍ତି। ଏହି ଘଟଣାରେ ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ସ୍ଥାନୀୟ ଥାନା ଅନ୍ତର୍ଗତ ଶ୍ୟାମପୁରର ତୋଫାନ କୁମାର ଦାସ ଓ ଅବିନାଶ ବେହେରା। ପୋଲିସ ଏନେଇ ଏକ ମାମଲା (ନଂ. ୨୨୦/୨୩) ରୁଜୁ କରିଛି। ଗିରଫ ଅଭିଯୁକ୍ତଦ୍ୱୟଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ବୁଧବାର ରାତି ପ୍ରାୟ ୯ଟା ୧୦ ବେଳେ ଦୁଇଟି ବାଇକରେ ୫ଜଣ ଯୁବକ ହାତରେ ଖଣ୍ଡା ଓ ଭୁଜାଲି ଧରି ଆସିଥିଲେ। ସେମାନେ ବୁଲିବୁଲି ଦୋକାନୀଙ୍କୁ ବଟି ମାଗିଥିଲେ। ଯିଏ ଟଙ୍କା ଦେଉ ନ ଥିଲେ ସେମାନଙ୍କୁ ଧମକଚମକ ଦେବା ସହ ଗାଳିଗୁଲଜ କରିଥିଲେ। ରାକେଶ ନାମକ ବ୍ୟବସାୟୀ ବଟି ଦେବାକୁ ଅରାଜି ହେବାରୁ ତାଙ୍କୁ ଧମକଚମକ ଦେଇଥିଲେ। ପରେ ସେମାନଙ୍କୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଅଭିଯୋଗକାରୀ ମୁନା ମୁଦୁଲିଙ୍କ ବେକରୁ ଚେନ ଓ ପାଖରେ ଥିବା ଟଙ୍କା ନେଇ ଯୁବକମାନେ ପଳାଇଥିବା ଅଭିଯୋଗ ହୋଇଛି। ଅନ୍ୟ ଜଣେ ଦୋକାନୀ କହିଛନ୍ତି, ଘଟଣା ବିଷୟରେ ପୋଲିସକୁ ତୁରନ୍ତ ଖବର ଦେଇଥିଲୁ। ହେଲେ ପୋଲିସ ଘଣ୍ଟାଏ ବିଳମ୍ବରେ ପହଞ୍ଚତ୍ଥିଲା। ପୋଲିସ ଆଗରେ ସେମାନେ ତାଙ୍କୁ ଆକ୍ରମଣ କରିଥିବା ଦୋକାନୀ ଜଣଙ୍କ ଅଭିଯୋଗ କରିଛନ୍ତି। ଦୁର୍ବୃତ୍ତଙ୍କ ହାତରେ ମାରଣାସ୍ତ୍ର ଥିବାରୁ ଭୟରେ ପୋଲିସ ହସ୍ତକ୍ଷେପ କରି ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ସବୁଠୁ ବଡ଼ କଥା ହେଲା, ରାତି ମାତ୍ର ୯ଟାରେ ସମ୍ପୃକ୍ତ ଯୁବକମାନଙ୍କ ଏଭଳି କାଣ୍ଡ ଘଟାଇବାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସେହିପରି ଏହି ଘଟଣା ସହରବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଅନ୍ୟପଟେ ରାଜଧାନୀରେ ସେଫ୍‌ ସିଟି ଡ୍ରାଇଭ ଅଭିଯାନ କ୍ରମରେ କମିଶନରେଟ ପୋଲିସ ପକ୍ଷରୁ କରାଯାଉଥିବା ପାଟ୍ରୋଲିଂକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ଉଦ୍ୟମ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri