Posted inଖେଳ

ବଟଲରଙ୍କୁ ଜରିମାନା

ଜୋହାନ୍ସବର୍ଗ, ୧୦ା୧ (ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଇଂଲଣ୍ଡ ଉଇକେଟକିପର ଜୋସ୍‌ ବଟଲରଙ୍କୁ ତାଙ୍କ ମ୍ୟାଚ ଫି’ର ୧୫ ପ୍ରତିଶତ ଜରିମାନା କରିଛି। କେପ୍‌ ଟାଉନ୍‌ ଅନ୍ତର୍ଗତ ନ୍ୟୁଲାଣ୍ଡ୍ସରେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଅନ୍ତିମ ଦିବସରେ ବଟଲର ଉଇକେଟ କିପିଂ କରୁଥିବବେଳେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଭେର୍ନନ ଫିଲାଣ୍ଡରଙ୍କ ଉଦେଶ୍ୟରେ ଖରାପ ଭାଷା ପ୍ରୟାଗ କରିଥିଲେ। ଷ୍ଟମ୍ପରେ ଲାଗିଥିବା ମାଇକ୍ରୋଫୋନ୍‌ ଦ୍ୱାରା ତାହା ସ୍ପଷ୍ଟ ଶୁଣିବାକୁ ମିଳିଥିଲା। ଆଇସିସି ଆଚରଣବିଧି ଉଲ୍ଲଂଘନ କରିଥିବାରୁ ଇଂଲଣ୍ଡର ଏହି ୨୯ ବର୍ଷୀୟ କ୍ରିକେଟରଙ୍କୁ ଗୋଟିଏ ଡିମେରିଟ୍‌ ପଏଣ୍ଟ ମିଳିଛି। ବଟଲର ପ୍ରଥମ ଥର ଏଭଳି ଅପରାଧ କରିଛନ୍ତି। ୪ ଡିମେରିଟ୍‌ ପଏଣ୍ଟ ପାଇଲେ ସମ୍ପୃକ୍ତ ଖେଳାଳି ୨ ବର୍ଷ ବାସନ୍ଦ ହେବେ। ଆଇସିସି ମ୍ୟାଚ ରେଫରି ଏମିରେଟ୍ସ ଏଲିଟ୍‌ ପ୍ୟାନେଲର ଆଣ୍ଡି ପାଇକ୍ରଫ୍ଟଙ୍କ ଦ୍ୱାରା ହୋଇଥିବା ଦଣ୍ଡ ବିଧାନକୁ ବଟଲର ଗ୍ରହଣ କରିବା ସହ ନିଜ ଦୋଷକୁ ସ୍ବୀକାର କରିଛନ୍ତି। ତେଣୁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶା ଏଫ୍‌ସି ଦଳର ଅଭ୍ୟାସ ଆରମ୍ଭ

ଭୁବନେଶ୍ୱର, ୧୮ା୧୦ (ସ୍ପୋଟର୍‌ସ ବ୍ୟୁରୋ)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଭାଗ ନେବାଲାଗି ଖେଳାଳିମାନେ ଗୋଆରେ ପହଞ୍ଚତ୍ବାରେ ଲାଗିଛନ୍ତି। ଓଡ଼ିଶା ଏଫ୍‌ସିର ଭାରତୀୟ ଖେଳାଳିମାନେ କିନ୍ତୁ ଶନିବାର...

କ୍ରିକେଟ ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ପଶିଥିଲେ ଏହି ଶାଢି ପିନ୍ଧା ମହିଳା, ଆଉ ତା’ପରେ

କ୍ରିକେଟ ପଡିଆ ଭିତରେ ଦର୍ଶକ ପଶିବାକୁ ବାରଣ କରାଯାଇଥାଏ। ଏଥିପାଇଁ ମ୍ୟାଚ୍‌ବେଳେ କଡା ସୁରକ୍ଷା ଗ୍ରହଣ କରାଯାଇଥାଏ। କିନ୍ତୁ ୭୦ ଦଶକରେ ସୁରକ୍ଷା ଉପରେ ସେତେଟା...

୧୮ରେ ଆଇପିଏଲ ଖେଳାଳିଙ୍କ ନିଲାମ ପ୍ରକ୍ରିୟା

ନୂଆଦିଲ୍ଲୀ,୨୭ା୧- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ଲାଗି ନିଲାମ ପ୍ରକ୍ରିୟା ଆସନ୍ତା ମାସ ୧୮ ତାରିଖରେ ଚେନ୍ନାଇଠାରେ ଅନୁଷ୍ଠିତ ହେବ। ଏ ନେଇ...

ଆଇପିଏଲ- ୧୪: ପନ୍ତ- ରାହୁଲ ମୁକାବିଲା

ମୁମ୍ବାଇ,୧୮।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ...

ରାଜ୍ୟ ଓପନ ଚେସ୍‌: ସୌମ୍ୟରଞ୍ଜନଙ୍କୁ ଆଉ ଏକ ଟାଇଟଲ

ଭୁବନେଶ୍ୱର, ୧ା୨(କ୍ରୀଡ଼ା ପ୍ରତିନିଧି)-ଫିଡେ ମାଷ୍ଟର ସୌମ୍ୟରଞ୍ଜନ ମିଶ୍ର ଆଉ ଏକ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ଗତ ସପ୍ତାହରେ କ୍ୟାରିୟରର ୬୧ତମ ରାଜ୍ୟ ଓପନ ଚେସ୍‌...

ଭାରତ ସିରିଜ ବିଜୟୀ

ମୁମ୍ବାଇ, ୧୧।୧୨-ରୋହିତ ଶର୍ମା, ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ବୁଧବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦...

ଆଇସୋଲେଶନରେ ଓ୍ବେଷ୍ଟଇଣ୍ଡିଜ କୋଚ୍‌ ସିମନ୍ସ

ମାଞ୍ଚେଷ୍ଟର, ୨୮।୬: ଓ୍ବେଷ୍ଟଇଣ୍ଡିଜ-ଇଂଲଣ୍ଡ ସିରିଜ ପୂର୍ବରୁ ଏକ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବାପରେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଫିଲ୍‌ ସିମନ୍ସଙ୍କୁ ସେଲ୍ଫ...

ଫ୍ରେଞ୍ଚ୍‌ ଓପନ ଟେନିସ:ବିପର୍ଯ୍ୟୟ ଘଟାଇଲେ ପୋଡୋରୋସ୍କା

ପ୍ୟାରିସ, ୭।୧୦- ଆର୍ଜେଣ୍ଟିନାର ନାଡିଆ ପୋଡୋରୋସ୍କା ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଫ୍ରେଞ୍ଚ୍‌ ଓପନ ଇତିହାସରେ ଆଧୁନିକ...

Advertisement
Archives

Model This Week