ବଜ୍ରପାତ ନେଲା ଦୁଇ ଯୁବକଙ୍କ ଜୀବନ, ୩ ଗୁରୁତର

ଟାଙ୍ଗୀ(ଖୋର୍ଦ୍ଧା),୧୫ା୭(ଡି.ଏନ୍‌.ଏ.): ଟାଙ୍ଗୀ ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ଦୁଇ ଯୁବକଙ୍କ ଜୀବନ ନେବା ସହ  ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଝରିଆ ଗ୍ରାମର ତୁଷାର ପଲେଇ(୧୯) ଓ ଟାଙ୍ଗୀ ଗ୍ରାମର ଚିତ୍ତରଞ୍ଜନ ରାଉତ(୩୮)। ଏଥିରେ ସୁଜିତ ସ୍ବାଇଁ, ଦୀପକ ପଲେଇ ଓ ଅନିଲ ମହାନ୍ତି ଗୁରୁତର ହୋଇଛନ୍ତି। ଘଟଣାରୁ ପ୍ରକାଶ, ରବି ଫସଲ ନିମନ୍ତେ ଜମିରେ ପାଣି ବନ୍ଧାଇବା କାମ କରୁଥିବାବେଳେ ଝରିଆର ତୁଷାର, ସୁଜିତ୍‌, ଦୀପକ ଓ ଟାଙ୍ଗୀର ଚିତ୍ତରଞ୍ଜନ ଓ ଅନିଲଙ୍କ ଉପରେ ବଜ୍ରପାତ ହେବାରୁ ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଡାକ୍ତର ତୁଷାର ଓ ଚିତ୍ତରଞ୍ଜନଙ୍କୁ ମୃତ ଘୋଷଣା କରିଥିବାବେଳେ ଗୁରୁତରମାନଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି। ଟାଙ୍ଗୀ ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା ପଠାଇ ତଦନ୍ତ ଜାରି ରଖିଛି । ଏହି ଅଭାବନୀୟ ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଚିତ୍ତରଞ୍ଜନ ଜଣେ ଗରିବ ହୋଇଥିବାରୁ ସ୍ତ୍ରୀ ଓ ୨ଟି ଛୋଟଛୁଆଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପଜିଟିଭ୍‌ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

ଖୋର୍ଦ୍ଧା ଅଫିସ,୧୮ା୬: ଖୋର୍ଦ୍ଧା ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିପୋର୍ଟ ଅନୁଯାୟୀ...

ବିଶ୍ୱ ନାଟ୍ୟ ମେଳାରେ ଖୋର୍ଦ୍ଧା ସାଉଁଟିଲା ୯ ପୁରସ୍କାର

ଖୋର୍ଦ୍ଧା ଅଫିସ,୧୧ା୯: ବିଶ୍ୱନାଟ୍ୟ ମେଳାରେ ଖୋର୍ଦ୍ଧାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଆନ୍ଦୋଳନ ପକ୍ଷରୁ ମଞ୍ଚସ୍ଥ ନାଟକ ଅଟୋବାଲା ୯ ଟି ବିଭାଗରେ ପୁରସ୍କାର ହାତେଇଛି। ଶ୍ରେଷ୍ଠ...

ଖୋର୍ଦ୍ଧା ଗୁଳିକାଣ୍ଡ ପଛରେ ସୁପାରି କିଲର: ପୋଲିସ ହାତରେ ଲାଗିଲା ଠୋସ୍‌ ପ୍ରମାଣ

ଖୋର୍ଦ୍ଧା ଅଫିସ୍‌, ୧୭।୧୨: ଖୋର୍ଦ୍ଧା ଜିଲାର ଏକ କ୍ଲିନିକରେ ପଶି ଡାକ୍ତର ଏବଂ ଔଷଧ ଦୋକାନୀଙ୍କୁ ଗୁଳିମାଡ ଘଟଣାରେ ପୋଲିସ ହାତରେ ଠୋସ୍‌ ପ୍ରମାଣ ଲାଗିଛି।...

ବେଗୁନିଆ ସରପଞ୍ଚଙ୍କ ସମେତ ୨ ଗିରଫ

ବେଗୁନିଆ,୧୪ା୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ଶନିବାର ଘୋଷଣା ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗାଡ଼ି ଭଙ୍ଗାରୁଜା ସହ ଉତ୍ତେଜନା...

ନାହାନ୍ତି ଥାନାଧିକାରୀ, ବଢୁଛି ଅପରାଧ

ଭୁବନେଶ୍ୱର(ବ୍ୟୁରୋ)/ଯାଁଳା, ୬।୬(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ଦିନକୁ ଦିନ ଜନବସତି ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ବେଆଇନ ନିଶା କାରବାର, ହତ୍ୟା, ଚୋରି,...

୨ ବିଏସ୍‌ଏଫ୍‌ ଯବାନଙ୍କୁ କରୋନା: ସାନିଟାଇଜ୍‌ ହେଲା ଜଟଣୀ କ୍ୟାମ୍ପସ

ଖୋର୍ଦ୍ଧା ଅଫିସ,୧୨।୭: ଖୋର୍ଦ୍ଧା ରୋଡ ଜଟଣୀ ସ୍ଥିତ ବିଏସଏଫ କ୍ୟାମ୍ପରେ ୨ ଜଣ ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରବିବାର ବିଏସ୍‌ଏଫ୍‌ କ୍ୟାମ୍ପ ପରିସରକୁ...

ଆଜି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଖୋର୍ଦ୍ଧା ଅଫିସ,୨୪ା୩: ପୌର ନିର୍ବାଚନ ପାଇଁ ଗୁରୁବାର ଭୋଟ ଗ୍ରହଣ ହେବ। ୩ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ସମସ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା। କିଏ...

ଜଳ ପାଲଟିଛି ଜହର

ଖୋର୍ଦ୍ଧା ଅଫିସ,୨।୮: କୁହାଯାଏ ଜଳ ହିଁ ଜୀବନ। ଦୈନନ୍ଦିନ ଜୀବନରେ ଜଳର ଅତି ଆବଶ୍ୟକତା ରହିଛି। ଜଳ ବିନା ଜୀବଜଗତ ବଞ୍ଚିବା କଷ୍ଟକର। ତେବେ ଖୋର୍ଦ୍ଧା...

Advertisement
Archives

Model This Week