ବଜ୍ରପାତରେ ମହିଳା ମୃତ, ଯୁବକ ଗୁରୁତର

ପାଟଣା,୨୫ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାବାଳିପଶି ପଞ୍ଚାୟତ କେତାଙ୍ଗ ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣକ ହେଉଛନ୍ତି ଈଶ୍ୱର ମହାନ୍ତଙ୍କ ସ୍ତ୍ରୀ ଅହଲ୍ୟା ମହାନ୍ତ,(୪୬)। ସୂଚନା ଅନୁଯାୟୀ ଅହଲ୍ୟା ଘରଠାରୁ ୧୦୦ମିଟର ଦୂର ବଗିଚାରେ କାମ କରୁଥିବା ବେଳ ବଜ୍ରପାତରେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ସେ ଘଟଗାଁ ବ୍ଲକ ମଶିଣାବିଲା ପଞ୍ଚାୟତ ବରବେଡା ଗ୍ରାମରେ ଅଙ୍ଗନଓ୍ବାଡି କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ଅନୁରୂପ ଭାବେ ଏହି ବ୍ଲକ ସରାସକୋଲା ପଞ୍ଚାୟତ ସରାସକୋଲା ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତରେ ଜଣେ ୧୮ବର୍ଷୀୟ ଯୁବକ ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେ ହେଉଛନ୍ତି ଦାଶରଥି ଦେହୁରୀଙ୍କ ପୁଅ ବିକାଶ କୁମାର ଦେହୁରୀ ।
ଅବସ୍ଥା ସଙ୍କଟାପନ୍ନ ହେବାରୁ ବିକାଶଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ଗୁରୁବାର ପୂର୍ବାହ୍ନରେ ସରାସକୋଲା ଅଞ୍ଚଳରେ ବଜ୍ରପାତ ହୋଇଥିଲା। ବିକାଶ ଘରେ ଥିବା ବେଳେ ବଜ୍ରପାତର ଶିକାର ହୋଇ ଗୁରୁତର ହୋଇଛନ୍ତି। ଡାକ୍ତର ସୌମ୍ୟକାନ୍ତ ସୂତାରଙ୍କ ସୂଚନା ଅନୁଯାୟୀ ବଜ୍ରପାତରେ ବିକାଶଙ୍କ ଶରୀର ୩୦ପ୍ରତିଶତ ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଜୀବନ ନେଲା ୧୧ କେଭି ବିଦ୍ୟୁତ୍‌ ତାର

ବରଗଡ଼ ଅଫିସ,୨୯।୩: ବରଗଡ଼ ଜିଲା ଟାଉନ ଥାନା ଅଧୀନ କଲାପାଣି ଛକ ନିକଟସ୍ଥ ଚାଷଜମି ଉପରେ ଛିଣ୍ଡି ପଡିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ...

ପ୍ରତୀକ୍ଷାର ଅନ୍ତ: ଟିକାକରଣ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର ଅଫିସ,୧୮।୧: ସମସ୍ତ ପ୍ରତୀକ୍ଷାର ଅନ୍ତ ପରେ ସୋମବାରଠାରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେଇଛି। ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାର ୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ...

ରାଜ୍ୟରେ ୧୪୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଚିନ୍ତା ବଢ଼ାଉଛି ଖୋର୍ଦ୍ଧା-କଟକ-ପୁରୀ

ଭୁବନେଶ୍ୱର,୧।୮(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାକି...

ତାଣ୍ଡବ ରଚିଲା କାଳବୈଶାଖୀ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ପ୍ରଚଣ୍ଡ ଗରମ ଯୋଗୁ ଦିନତମାମ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଅପରାହ୍ନରେ କାଳବୈଶାଖୀଜନିତ ଝଡ଼ବର୍ଷା ତାଣ୍ଡବ ରଚିଛି। ଉପକୂଳବର୍ତ୍ତୀ ଜିଲା କଟକ,ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା,...

ଭୁବନେଶ୍ୱରରୁ ଆଉ ୨୬୭ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୪୨

ଭୁବନେଶ୍ୱର, ୧୪।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ବୁଧବାର ଆଉ ୨୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୧ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା...

CORONAVIRUS UPDATE: ରାଜ୍ୟରୁ ଆଜି ୩,୫୪୩ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦,୨୨୧କୁ ବୃଦ୍ଧି

ଭୁବନେଶ୍ୱର,୫ା୯(ବ୍ୟୁରୋ): ଶନିବାର ମୋଟ୍‌ ୩୦ ଜିଲାରୁ ୩୫୪୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧, ୨୦, ୨୨୧ରେ...

କୋଣାର୍କ ସୂର୍ଯ୍ୟମନ୍ଦିରରେ ହେବ ଜି-୨୦ ବୈଠକ

କୋଣାର୍କ,୨୧।୧୨(ଡି.ଏନ୍‌.ଏ.): ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଆୟୋଜନ ହେବାକୁ ଯାଉଛି ଜି-୨୦ର ଶିଖର ବୈଠକ। ଏ ନେଇ ମଙ୍ଗଳବାର ପୂର୍ବାହ୍ନରେ ଏକ କେନ୍ଦ୍ରୀୟ...

ତୋଟାବନ୍ଧ ସାହିର ୨୫ ପରିବାରଙ୍କୁ ଥଇଥାନ ଦାବି: ବିଏମ୍‌ସି ଦ୍ୱାରସ୍ଥ ହେଲେ ଉଚ୍ଛେଦ ପରିବାର

ବ୍ରହ୍ମପୁର ଅଫିସ,୨୨ା୧୦-ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରାସ୍ତା ପ୍ରଶସ୍ତୀକରଣ ନେଇ ଶନିବାର ଓ ରବିବାର ହୋଇଥିବା ଉଚ୍ଛେଦରେ ଅନେକ ପରିବାର ବାସହରା ହୋଇଛନ୍ତି। ଉଚ୍ଛେଦରେ ବିଏମ୍‌ସିର...

Advertisement
Archives

Model This Week