ବଚସାରୁ ସାଙ୍ଗକୁ ହାଣି ହତ୍ୟା

ପୋଲସରା,୨୪ା୩(ଡି.ଏନ.ଏ.)- ଗଞ୍ଜାମ ଜିଲା ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତସ୍ଥିତ ପାତାଳସିଙ୍ଗି ଗ୍ରାମରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟଛି। ସାମାନ୍ୟ ବଚସାରୁ ସାଙ୍ଗଙ୍କୁ କାତିରେ ହାଣି ହତ୍ୟା କରିଛନ୍ତି ସାଙ୍ଗ। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ପାତାଳସିଙ୍ଗି ଗ୍ରାମର ଅଭିମନ୍ୟୁ ବିଶୋୟୀ।
ପ୍ରକାଶ ଯେ, ଅଭିମନ୍ୟୁ ଓ ସେହି ଗ୍ରାମର ପ୍ରକାଶ ଗୌଡ ୨ ସାଙ୍ଗ। ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟାରେ ଉଭୟଙ୍କ ମଧ୍ୟରେ କାଠ ବେପାରକୁ ନେଇ ଗଁା ଦାଣ୍ଡରେ ବଚସା ହୋଇଥିଲା। ପରେ ପ୍ରକାଶ ରାଗିଯାଇ ଏକ କାତିଆଣି ଅଭିମନ୍ୟୁଙ୍କ ବେକରେ ଚୋଟ ପକାଇଥିଲେ। ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ। ପରିବାର ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଗଁାରେ ପହଞ୍ଚତ୍ ପ୍ରକାଶଙ୍କୁ ଧରି ଥାନାକୁ ଆଣିବା ସହ ତଦନ୍ତ ଚଳାଇଛନ୍ତି। ଖବର ଲେଖାହେବା ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଥାନାଧିକାରୀ ମଲ୍ଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବିରୋଧୀ ଶୋଭାଯାତ୍ରା

କପ୍ତିପଦା,୨୦ା୧୧(ଡି.ଏନ୍‌.ଏ.)- ଆସନ୍ତା ୨୭ ତାରିଖରେ ଭୂବନେଶ୍ୱର ପିଏମଜି ଛକ ଠାରେ ଏଆଇଡିୟୁଓ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବ। ନୂତନ ମୋଟର ଯାନ...

ହାତୀ ଆକ୍ରମଣରେ ୨ ମୃତ

ହାଟଡିହି,୧୮।୫(ଡି.ଏନ.ଏ): କେନ୍ଦୁଝର ଜିଲା ହାଟଡିହି ବ୍ଲକରେ ହାତୀ ଆକ୍ରମଣରେ ୨୪ ଘଣ୍ଟା ନପୁରୁଣୁ ୨ଜଣଙ୍କ ପ୍ରାଣହାନୀ ଘଟିଛି। ଶନିବାର ସକାଳୁ କାନପୁର-ମରଚାଇପଦା ଗଁ।ର ମରାମଚନ୍ଦ୍ର ରାଉତଙ୍କ...

ବେଦିକ କଲେଜରେ ବଢୁଛି ସଂକ୍ରମଣ

ସମ୍ବଲପୁର,୧୮ା୧୨(ବ୍ୟୁରୋ): ସମ୍ବଲପୁର ଶାସନସ୍ଥିତ ବେଦିକ କଲେଜରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ଶନିବାର ୯ରେ ପହଞ୍ଚିଛି। ସମସ୍ତ ଛାତ୍ର ଗୋଟିଏ ହଷ୍ଟେଲରେ ରହୁଥିବା ଜଣାପଡିଛି।...

ଗଁଦିଆରୁ ଆରମ୍ଭ ହେଲା ଗ୍ରୀନ କରିଡର

ଢେଙ୍କାନାଳ ଅଫିସ, ୭।୭ – ହାତୀ ଉପଦ୍ରୁତ ଢେଙ୍କାନାଳରେ ହସ୍ତୀଙ୍କୁ ସୁରକ୍ଷା ଦେବାକୁ ଆରମ୍ଭ ହୋଇଛି ‘ଗ୍ରୀନ କରିଡ଼ର’। ୭୦ତମ ବନ ମହୋତ୍ସବ ଅବସରରେ ଶନିବାର...

ସାବିତ୍ରୀ ପାଇଁ ଫଳ ଦର ବୃଦ୍ଧି

ରତ୍ନଗିରି,୧ା୬(ଡି.ଏନ.ଏ.)- ଦିନକ ପରେ ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବିବାହିତ ମହିଳା ଏହି ବ୍ରତ ରଖିଥାନ୍ତି। ସାବିତ୍ରୀ ପାଇଁ ବଜାରରେ ଶାଢୀ ଦୋକାନଠାରୁ...

ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ଗଲେ ଯୁବକ, ଓହ୍ଲାଇବାକୁ କଲେ ନାକେଦମ

ପରଜଙ୍ଗ,୧୮।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଅନନ୍ତ ଶୟନ ନିକଟରେ ଥିବା ଅତି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ଟାଓ୍ବାର ଉପରକୁ...

ନୋଟ୍‌ ଦେଲେ ନେଗେଟିଭ୍‌

ଅନୁଗୋଳ ଅଫିସ, ୨୦।୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିନା ପରୀକ୍ଷାରେ ଲୋକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯାଉଥିବା ନେଇ ସାଂଘାତିକ ଅଭିଯୋଗ...

ଆସନ୍ତା ୪ରୁ ଚିଲିକାରେ ପକ୍ଷୀ ଗଣନା

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ): ଆସନ୍ତା ଜାନୁଆରୀ ୪ ତାରିଖରୁ ଚିଲିକାରେ ଶୀତକାଳୀନ ପକ୍ଷୀ ଗଣନା କରାଯିବ । ଏଥିଲାଗି ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପକ୍ଷୀ...

Advertisement
Archives

Model This Week