Odisha Elections 2024

ବଙ୍ଗୀୟ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ମାଡ଼ ଘଟଣା: ହୋଟେଲ ପରିଚାଳକ, କର୍ମଚାରୀ ଗିରଫ

କଟକ ରୋଡ,୧୯।୧୨ (ଡି.ଏନ୍‌.ଏ.): ହୋଟେଲରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଓ ମାଡ଼ ଘଟଣାରେ ଲକ୍ଷ୍ମୀସାଗର ପୋଲିସ ବୁଧବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ହୋଟେଲ ପରିଚାଳକ ମିଥୁନ ସ୍ବାଇଁ ଓ କର୍ମଚାରୀ ବିଶ୍ୱନାଥ ପାତ୍ର। ସୂଚନା ଅନୁଯାୟୀ, କୋଲକାତା ଅଞ୍ଚଳର ଯୁବତୀ ଜଣକ ସୋମବାର କଟକ ରୋଡରେ ଥିବା ଏକ ହୋଟେଲ ରୁମ୍‌ରେ ରହିଥିଲେ। କୌଣସି କାରଣକୁ ନେଇ ରାତିରେ ଯୁବତୀଙ୍କ ସହ ହୋଟେଲ ପରିଚାଳକ ଓ କର୍ମଚାରୀଙ୍କ ବଚସା ହୋଇଥିଲା। ଏହି ଘଟଣା ଉଗ୍ରରୂପ ଧାରଣ କରିବା ସହ ହୋଟେଲର ଏହି ଦୁଇ କର୍ମଚାରୀ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ମାତ୍ର ଏଥିରେ ବିଫଳ ହେବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଯୁବତୀଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୩୭୭/୧୯)ରୁଜୁକରି ତଦନ୍ତ ଚଳାଇଥିଲା। ସୂଚନାଥାଉକି, ଗତ କିଛି ମାସ ପୂର୍ବେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ସାକ୍ଷାତକାର ନେବା ବାହାନାରେ ରାଜ୍ୟ ବାହାରର ଯୁବତୀଙ୍କୁ ବଳାତ୍କାର କରାଯାଇଥିଲା। ଏ ନେଇ ଅଭିଯୋଗ ପରେ ପୋଲିସ ଏକ ଘରୋଇ ସଂସ୍ଥାର ଓଡ଼ିଶା ମୁଖ୍ୟଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ ଘଣ୍ଟା ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଲେ ସମ୍ବିତ ପାତ୍ର, କହିଲେ ‘ପ୍ରଥମେ ମତଦାନ, ପରେ ଜଳପାନ’

ପୁରୀ,୨୫।୫: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟିଂ ଅନୁଷ୍ଠିତ ହେଉଛି। ରାଜ୍ୟର ୬ ଲୋକ ସଭା ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ...

ଖରା, ଗୁଳୁଗୁଳି ସତ୍ତ୍ୱେ ଭୋଟରଙ୍କ ଉତ୍ସାହ: ୧୧ଟା ସୁଦ୍ଧା ୨୧.୩୨ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୫।୫: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ। ଲମ୍ବା ଲାଇନରେ ଛିଡା ହୋଇ ଲୋକେ ନିଜ ମତଦାନ କରୁଛନ୍ତି। ପ୍ରବଳ ଖରା, ଗୁଳୁଗୁଳି ସତ୍ତ୍ୱେ ଉତ୍ସାହର...

ମତଦାନ କେନ୍ଦ୍ରରେ ଅଘଟଣ: ଭୋଟ ଦେବାକୁ ଆସିଥିବା ବୃଦ୍ଧାଙ୍କ ଚାଲିଗଲା ଜୀବନ

ଭୁବନେଶ୍ୱର,୨୫।୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ଭୋଟରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ନୟାଗଡ ଜିଲା ଭାପୁର ବ୍ଲକ ବାଘୁଆପଲ୍ଲୀ ପଞ୍ଚାୟତ...

ମତଦାନ କେନ୍ଦ୍ର ଭିତରକୁ ମୋବାଇଲ ଫୋନ ମନା

ଭୁବନେଶ୍ବର,୨୫।୫: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ସକାଳୁ ସକାଳୁ ସବୁ ବୁଥ୍‌ରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ତେବେ ବୁଥ୍‌ ଭିତରକୁ...

ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ

ଭୁବନେଶ୍ୱର,୨୫।୫: ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ। ହିନ୍ଦୋଳ ବାହାଲୁଣ୍ଡା ବୁଥ ନଂ ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହିନ୍ଦୋଳ ମେଡିକାଲରେ ଡାକ୍ତର...

ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଏହି ସବୁ ହେଭିଓ୍ବେଟ୍‌

ଭୁବନେଶ୍ୱର,୨୫।୫: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ବହୁ ହେଭିଓ୍ବେଟ୍‌ ନେତା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ...

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୫।୫: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ୪୨ ବିଧାନସଭା ନିର୍ବାଚନ...

VIDEO: ଅଟୋରେ ଆସି ଭୋଟ ଦେଲେ ପାଣ୍ଡିଆନ୍‌

ଭୁବନେଶ୍ୱର,୨୫।୫: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ୪୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri