ବଙ୍କିମଙ୍କ ନୂଆ ମିଶନ

କିଛି ନୂଆ କଥା କରିବା ସମସ୍ତଙ୍କ ଦ୍ୱାରା ସମ୍ଭବ ହୁଏନା। ସେଥିପାଇଁ ଦରକାର ଦୁଃସାହସ, ଅଙ୍ଗୀକାରବଦ୍ଧତା ତଥା ନିଜ ଉପରେ ପ୍ରଚଣ୍ଡ ଆତ୍ମବିଶ୍ୱାସ। ସେମିତି ଜଣେ ମଣିଷ ହେଉଛନ୍ତି ନାଟ୍ୟକାର ତଥା ନାଟ୍ୟ ପରିଚାଳକ ବଙ୍କିମ ସ୍ବାଇଁ। ମନେ ପକାନ୍ତୁ ନବେ ଦଶକର ପ୍ରଥମାର୍ଦ୍ଧରେ ‘ସାହାଣୀ ଅପେରା’ ଏକ ନାଟକ ପ୍ରଯୋଜନା କରିଥିଲା, ଯାହାର ଶୀର୍ଷକ ଥିଲା ‘ସାହାଣୀ ମାଷ୍ଟ୍ରଙ୍କ ଭଙ୍ଗା ସିଲଟ’। ଏହି ନାଟକର ନାଟ୍ୟକାର ଥିଲେ ବଙ୍କିମ ସ୍ବାଇଁ। ନାଟକଟି ଅନେକ ନୂଆ କଥାକୁ ଜନ୍ମ ଦେଇଥିଲା। ଯେମିତି କି ସେଇ ନାଟକରେ ନୂଆକରି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବିକାଶ ଶୁକ୍ଳା ଆଜି ଯାତ୍ରା ଜଗତର ଜଣେ ନମ୍ବର ଓ୍ବାନ୍‌ ସଙ୍ଗୀତ ନିର୍ଦ୍ଦେଶକ। ସେଦିନ ସାହାଣୀ ମାଷ୍ଟ୍ରେଙ୍କୁ ଭଙ୍ଗା ସିଲଟ ଧରେଇ ବହୁ ନୂଆ ଇତିହାସ ସୃଷ୍ଟି କରିଥିବା ବଙ୍କିମ୍‌ ସ୍ବାଇଁ ଆଗାମୀ ଯାତ୍ରାବର୍ଷ ପାଇଁ ଏକ ନୂଆ ତଥା ନିଆରା ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତିଟି ହେଉଛି, ସେ ଆସନ୍ତା ଯାତ୍ରା ଋତୁରେ କିଛି ନୂଆ ନାଟ୍ୟକାରଙ୍କୁ ସୁଯୋଗ ଦେବେ। ଯେଉଁମାନେ ତୃଣମୂଳ ସ୍ତରରେ ନାଟକ ଲେଖୁଛନ୍ତି; ଅଥଚ ପୁରୁଣାମାନଙ୍କର ଭିଡ଼ରେ ଆଗକୁ ଆସିବାର ସୁଯୋଗ ପାଉନାହାନ୍ତି ସେମାନଙ୍କୁ ସେ ଏଥିପାଇଁ ଆହ୍ବାନ ଦେଇଛନ୍ତି। ଏ ବାବଦରେ ବଙ୍କିମ କହନ୍ତି : ମୋ ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ। ମାତ୍ର ସୁଯୋଗର ଅଭାବ ରହିଛି। ସୁଯୋଗ ନ ପାଇଲେ ପ୍ରତିଭାଟିଏ କିପରି ମଉଳିଯାଏ ସେକଥା ମୁଁ ନିଜେ ଅନୁଭବ କରିଛି। ସେଥିଲାଗି ମୁଁ ଓଡ଼ିଶାର କୋଣ ଅନୁକୋଣରେ ଥିବା ନାଟ୍ୟକାରମାନଙ୍କୁ ଆମନ୍ତ୍ରଣ କରିଛି। ମୋର ଉଦ୍ଦେଶ୍ୟ, ମୁଁ ସେମାନଙ୍କ ସହ ମିଶିବି। ସେମାନଙ୍କ ମନକଥା ଜାଣିବି। ସେମାନେ କ’ଣ ଲେଖୁଛନ୍ତି ତାହା ପଢ଼ିବି। ସେମାନଙ୍କ ଭିତରେ ଥିବା ସମ୍ଭାବନାକୁ ଆବିଷ୍କାର କରିବି। ଆଉ ଯିଏ ସୁଯୋଗ ପାଇବାକୁ ଯୋଗ୍ୟ ତାକୁ ସୁଯୋଗ ଦେବାକୁ ଚେଷ୍ଟା କରିବି। ଦରକାର ପଡ଼ିଲେ ସେମାନଙ୍କ ଲାଗି ମୁଁ ଲଢ଼େଇ କରିବି।

ବଙ୍କିମ ସ୍ବାଇଁଙ୍କ ଏ ଘୋଷଣା ଫଳରେ ନୂଆ ନାଟ୍ୟକାରମାନଙ୍କ ମଧ୍ୟରେ ନୂତନ ଉଦ୍ଦୀପନା ସୃଷ୍ଟି ହୋଇଛି। ଯାତ୍ରାଜଗତ ସହ ସଂଶ୍ଳିଷ୍ଟ ଅନେକ ଲୋକ ଏହାକୁ ଏକ ଦୁଃସାହସିକ ପଦକ୍ଷେପ ବୋଲି କହିବା ଆରମ୍ଭ କରିଛନ୍ତି। ଅବଶ୍ୟ କେହିକେହି ଏହାକୁ ନେଇ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ତେବେ ଯାତ୍ରାଜଗତ ସହ ଜଡ଼ିତ ଥିବା ଅଧିକାଂଶ ବୁଦ୍ଧିଜୀବୀ କହିଛନ୍ତି ଯେ, ଏଭଳି ପଦକ୍ଷେପକୁ ବିରୋଧ କରାଯିବା ଅନୁଚିତ। ନୂଆମାନଙ୍କୁ ସ୍ବାଗତ କରିବା ଆବଶ୍ୟକ। କାରଣ ଆଜି ଯେଉଁମାନେ ପୁରୁଣା ଦିନେ ସେମାନେ ବି ନୂଆ ଥିଲେ। ସେମାନଙ୍କୁ ବି ସୁଯୋଗ ଦେବା ପାଇଁ କେହି ଜଣେ ନୂଆ ପଦକ୍ଷେପଟେ ନେଇଥିଲେ। ତେଣୁ ସବୁବେଳେ ନୂଆ ସୃଷ୍ଟି, ନୂଆ ସମ୍ଭାବନା ତଥା ନୂତନ ଚିନ୍ତାଧାରାକୁ ସ୍ବାଗତ କରାଯାଉ। ସେଥିରେ ହୁଏତ ବ୍ୟକ୍ତିଗତ ସ୍ବାର୍ଥ ହାନି ହୋଇପାରେ। ମାତ୍ର ଜଗତର ମଙ୍ଗଳ।
ସୂଚନାଯୋଗ୍ୟ ଯେ, ନୂଆ ଲେଖକଙ୍କ ପାଇଁ ଉପରୋକ୍ତ ବୈପ୍ଳବିକ ଚିନ୍ତା ପୋଷଣ କରିଥିବା ଶ୍ରୀଯୁକ୍ତ ସ୍ବାଇଁ ପ୍ରଥମତଃ ଥିଲେ ଜଣେ ସ୍ରଷ୍ଟା। ତାଙ୍କର ପ୍ରଥମ ନାଟକ ଥିଲା ‘ବାଘ ବଜାରୀ ଖେଳ’। ତା’ପରେ ସେ ଲେଖିଥିଲେ ତାଙ୍କର ସର୍ବାଧିକ ଲୋକପ୍ରିୟ ନାଟକ ‘ସାହାଣୀ ମାଷ୍ଟ୍ରଙ୍କ ଭଙ୍ଗା ସିଲଟ’। ଏହା ପରେ ପରେ ତାଙ୍କ କଲମରୁ ସୃଷ୍ଟିହେଲା ‘ଧନ୍ୟ ସେ ମା’ ଧନ୍ୟ ସେ ମାଟି’, ‘ଶୁଭ ସାହାନାଇ ବିଷ କଳସ’, ‘ହୁଳହୁଳି ଦିଅ ଭାଉଜ ରାଣୀ’, ‘ଜହ୍ନ ହଜିଗଲା ପୂନେଇ ଦିନ’, ‘କଣ୍ଢେଇ ଦେଇ ଭଣ୍ଡେଇ ଦେଲୁ’, ମୋ ଛବି ବହି, ‘ବୋହୂ ମୋର ଠିକ୍‌ କରିଛି’, ‘ଯେମିତି ଦିଅଁକୁ ସେମିତି ପୂଜା’, ‘ମାମୁ ମତେ ମାଇଲେ’ ଏବଂ ‘ବେଇମାନ’। ଜଣେ ସ୍ରଷ୍ଟା ଯେ ଆଉ ଜଣେ ସ୍ରଷ୍ଟାର ମର୍ମକଥା ଅନୁଭବ କରିପାରେ ତାହାର ପ୍ରମାଣ ଦେଇଛନ୍ତି ବଙ୍କିମ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ: ଚିକିତ୍ସା ସମୟରେ ସହଯୋଗ କରୁ ନାହାନ୍ତି କନିକା!

ଲକ୍ଷ୍ନୌ,୨୨।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ ନିକଟରେ କରୋନା ପଜିଟିଭ୍‌ ମିଳିବା ପରେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କାରଣ ଲଣ୍ଡନରୁ ଫେରିବା ପରେ କନିକା...

କାହିଁକି ବିବାହ କରି ନାହାଁନ୍ତି ତବ୍ବୁ

ମୁମ୍ବାଇ: ବଲିଉଡ୍‌ ନାୟିକା ତବ୍ବୁ ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ପୁରା ନାଁ ହେଉଛି ତବ୍ବସୁମ ଫାତିମା ହାସମି। ପ୍ରଥମେ ୧୯୮୦ରେ ଫିଲ୍ମ ‘ପେହେଲା...

ଡ୍ରିମ୍‌ ଓ୍ବେଡିଂ ଚାହୁଁଛନ୍ତି ମଲାଇକା

ମୁମ୍ବାଇ: ବି-ଟାଉନର ଲଭ୍‌ ବାର୍ଡ ମଲାଇକା ଅରୋରା ଓ ଅର୍ଜୁନ କପୁର ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ବହୁଥର ଏହି ଲଭ୍‌ ବାର୍ଡଙ୍କୁ ଏକାଠି ଦେଖିବାକୁ ମଧ୍ୟ...

ନୂଆବର୍ଷରେ ଏକାଠି ନଜର ଆସିବେ ଅକ୍ଷୟ-କ୍ରିତି

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଫିଲ୍ମ ‘ଲକ୍ଷ୍ମୀ’ ପାଇଁ ଖୁବ୍ ବ୍ୟସ୍ତ ଅଛନ୍ତି । ଏହାପରେ ବି ଅକ୍ଷୟଙ୍କ ଅଭିନୀତ...

ଅରୁଣ-ମହେଶଙ୍କ ହ୍ୟାଟ୍ରିକ

ନିର୍ଦ୍ଦେଶକ ମହେଶ ହାଜରା ଏବଂ ନାଟ୍ୟକାର ଅରୁଣ ନାୟକ ହ୍ୟାଟ୍ରିକ ମାରିଛନ୍ତି। ଗୋଟିଏ ଅପେରା ପାର୍ଟିରେ ଲଗାତର ତୃତୀୟ ଥର ପାଇଁ ସେମାନେ ଏକାଠି କାମ...

୧୯୯୭ରେ କରୋନା ବିଷୟରେ ଜାଣିପାରିଥିଲେ ବବି ଦେଓଲ! ଐଶ୍ୱର୍ଯ୍ୟାଙ୍କର କରିଥିଲେ ସ୍ବାବ୍‌ ପରୀକ୍ଷା

ମହାମାରୀ କରୋନା ଦିନକୁ ଦିନ ହଇଚଇ ସୃଷ୍ଟି କରିବାରେ ଲାଗିଛି। ଏଇ କିଛି ଦିନ ମଧ୍ୟରେ ଦେଶରେ କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। କରୋନାକୁ...

ବାପାଙ୍କ ମୃତ୍ୟୁ ଖବର ଶୁଣି ଅଧାରୁ ଶୁଟିଂ ଛାଡି ଚାଲିଗଲେ ଏହି ଅଭିନେତା

ଛୋଟପରଦାର ଲୋକପ୍ରିୟ ଶୋ’ ‘ନାଗିନ-୩’ର ଅଭିନେତା ପର୍ଲ ଭି ପୁରୀଙ୍କ ବାପା ଭିପିନ ପୁରୀଙ୍କର ପରଲୋକ ଘଟିଛି। ବିଗତ କିଛି ଦିନ ହେବ ସେ ଅସୁସ୍ଥ...

ସର୍‌ପ୍ରାଇଜ୍‌ ଦେବେ ସଲମାନ !

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ସଲମାନ ଖାଁ ଲକ୍‌ଡାଉନ ସମୟରେ ବି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରି ଚାଲିଛନ୍ତି। ଏବେ ପାନଭେଲରେ ଥିବା ତାଙ୍କ ଫାର୍ମ ହାଉସରେ...

Advertisement
Seven Jackpot


Archives

Model This Week