Posted inଖେଳ

ବକ୍‌ନରଙ୍କୁ ପଛରେ ପକାଇବେ ଅଲିମ୍‌ ଦାର

ଦୁବାଇ, ୧୨।୧୨(ପି.ଟି.)- ପାକିସ୍ତାନ ଅମ୍ପାୟର ଅଲିମ୍‌ ଦାର ଏବେ ଓ୍ବେଷ୍ଟଇଣ୍ଡିଜର ଷ୍ଟିଭ୍‌ ବକ୍‌ନରଙ୍କ ରେକର୍ଡକୁ ଅତିକ୍ରମ କରିବାକୁ ଯାଉଛନ୍ତି। ଅମ୍ପାୟର ହିସାବରେ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ପରିଚାଳନା କରି ବକ୍‌ନର ରେକର୍ଡ ସୃଷ୍ଟି କରିଥିଲେ। ୧୨ ତାରିଖ ଗୁରୁବାରଠାରୁ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ପର୍ଥରେ ପ୍ରଥମ ତଥା ଦିବାରାତ୍ର ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ଏଥିରେ ଦାର ଅନ୍‌ଫିଲ୍ଡ ଅମ୍ପାୟର ଭାବେ ମ୍ୟାଚ୍‌ ପରିଚାଳନା କରିବେ। ଏଥିରେ କ୍ୟାରିୟରର ୧୨୯ତମ ଟେଷ୍ଟରେ ଅମ୍ପାୟରିଂ କରିବା ସହ ବକ୍‌ନରଙ୍କ ରେକର୍ଡ ଭାଙ୍ଗିବେ। ୨୦୦୩ରେ ୫୧ ବର୍ଷୀୟ ଦାର ପାକିସ୍ତାନରେ ଦଶନ୍ଧିଧରି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ପରେ ଅମ୍ପାୟର ହିସାବରେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୩ରେ ସେ ଢାକାରେ ଇଂଲଣ୍ଡର ବାଂଲାଦେଶ ଗସ୍ତ ଅବସରରେ ଅମ୍ପାୟର ଭାବେ ପଦାର୍ପଣ କରିଥିଲେ।
୨୦୦୦ରେ ଶ୍ରୀଲଙ୍କା ବିପକ୍ଷ ପାକିସ୍ତାନର ଘରୋଇ ଦିନିକିଆ ସିରିଜରେ ଦାର ଦିନିକିଆରେ ଅମ୍ପାୟାରିଂ କ୍ୟାରିୟର ଆରମ୍ଭ କରିଥିଲେ। ଦାର ଏପର୍ଯ୍ୟନ୍ତ ୨୦୭ଟି ଦିନିକିଆରେ ଅମ୍ପାୟରିଂ କରିଛନ୍ତି। ଆଉ ଦୁଇଟି ଦିନିକିଆ ମ୍ୟାଚ୍‌ ପରିଚାଳନା କଲେ ସେ ଦକ୍ଷିଣ ଆଫ୍ରିକାର ରୁଡ କର୍ଜନଙ୍କ ରେକର୍ଡର ସମକକ୍ଷ ହେବେ। କର୍ଜନ ୨୦୯ଟି ଦିନିକିଆରେ ଅମ୍ପାୟରିଂ କରି ରେକର୍ଡ କରିଛନ୍ତି। ଦାର ମଧ୍ୟ ୪୬ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ପରିଚାଳନା କରିଛନ୍ତି।
ଯେତେବେଳେ କ୍ୟାରିୟର ଆରମ୍ଭ କରିଥିଲି ଏହି ମାଇଲଖୁଣ୍ଟ ନିକଟରେ ପହବା କଥା ଭାବି ନ ଥିଲି ବୋଲି ଦାର କହିଛନ୍ତି। ବକନର ମୋର ଆଦର୍ଶ ବୋଲି ଦାର କହିଛନ୍ତି। ତାଙ୍କୁ ଅତିକ୍ରମ କରିବା ମୋ ପାଇଁ ଏକ ବଡ଼ ଉପଲବ୍ଧି। ଟେଷ୍ଟରେ ବ୍ରାଏନ ଲାରାଙ୍କ ଅପରାଜିତ ୪୦୦ ରନର ଇନିଂସ ଓ ଅଷ୍ଟ୍ରେଲିଆ ୪୩୪ ରନକୁ ଦକ୍ଷିଣ ଆଫ୍ରିକା ସଫଳତାର ସହ ଚେଜ୍‌ କରିବା ଘଟଣାକୁ ଅମ୍ପାୟର ଭାବେ ଦେଖିବା ଓ ଅଙ୍ଗେନିଭାଇବା ମୋ ପାଇଁ ଏକ ସୌଭାଗ୍ୟ ବୋଲି ଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?