Posted inଖେଳ

ବକ୍ସିଂ ଡେ ଟେଷ୍ଟ: ହେଡ୍‌ଙ୍କ ଶତକ, ଅଷ୍ଟ୍ରେଲିଆ ସ୍ଥିତି ଦୃଢ଼

ମେଲବୋର୍ନ.୨୭।୧୨(ଏଏଫ୍‌ପି)- ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡଙ୍କ ଶତକ ଓ ପରେ ବୋଲରଙ୍କ ପ୍ରାରମ୍ଭିକ ସଫଳତା ସହାୟତାରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ସ୍ଥିତି ଦୃଢ଼ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୫୫.୧ ଓଭରରେ ୪୬୭ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇ ଶୁକ୍ରବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୧୮ ଓଭରରେ ୨ ଉଇକେଟ ହରାଇ ୪୪ ରନ ସଂଗ୍ରହ କରିଛି। ଫଳରେ ନ୍ୟୁଜିଲାଣ୍ଡ ୮ ଉଇକେଟ ହାତରେ ରଖି ଏବେ ୪୨୩ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଟମ୍‌ ଲଥାମ ୯ ଓ ଅଭିଜ୍ଞ ରସ ଟେଲର ୨ ରନ କରି ଅପରାଜିତ ରହିଛନ୍ତି। ଅନ୍ୟତମ ଓପନର ଟମ୍‌ ବ୍ଲଣ୍ଡେଲ ୧୫ ଓ ଅଧିନାୟକ କେନ୍‌ ଓ୍ବିଲିୟମସନ ୯ ରନ କରି ଉଇକେଟ କିପର ଟିମ୍‌ ପେନ୍‌ଙ୍କୁ କ୍ୟାଚ୍‌ ଦେଇ ଯଥାକ୍ରମେ ପ୍ୟାଟ୍‌ କୁମିନ୍ସ ଓ ଜେମ୍ସ ପାଟିନସନଙ୍କ ଦ୍ୱାରା ଆଉଟ ହୋଇଛନ୍ତି।
ଓଭରନାଇଟ୍‌ ସ୍କୋର ୨୫୭/୪ରୁ ଖେଳ ଆରମ୍ଭ କରି ଅଷ୍ଟ୍ରେଲିଆ ଅଲଆଉଟ ହୋଇଥିଲା। ଅପରାଜିତ ଥିବା ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ ୨୫ ରନରୁ ଖେଳ ଆରମ୍ଭ କରି ୧୧୪ ରନର ଶତକୀୟ ପାଳି ଖେଳି ନେଲ ଓ୍ବାଗନରଙ୍କ ବଲ୍‌ରେ ମିଚେଲ ସାଣ୍ଟନରଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏଥିସହିତ ହେଡ୍‌ କ୍ୟାରିୟର ଦ୍ୱିତୀୟ ଟେଷ୍ଟ ଶତକ ହାସଲ କରି ସମାଲୋଚକଙ୍କୁ ଚୁପ୍‌ କରିଛନ୍ତି। ସେହିପରି ୭୭ ରନରୁ ଖେଳ ଆରମ୍ଭ କରି ନିର୍ଭରଯୋଗ୍ୟ ଷ୍ଟିଭ୍‌ ସ୍ମିଥ୍‌ ୮୫ ରନ କରି ହେନେରୀ ନିକୋଲ୍ସଙ୍କୁ କ୍ୟାଚ୍‌ ଦେଇ ଓ୍ବାଗନର ଶିକାର ହୋଇଥିଲେ। ସେହିପରି ପେନ୍‌ ମଧ୍ୟ ୭୯ ରନର ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେ ସପ୍ତମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଥିଲେ। ହେଡ ଓ ପେନ୍‌ ଷଷ୍ଠ ଉଇକେଟ ଯୋଡିରେ ୧୫୦ ରନ ସଂଗହ କରି ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିରାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଚେଲ ଷ୍ଟାର୍କ ୧, ନାଥନ ଲିୟନ ୧ ଓ କୁମିନ୍ସ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ପାଟିନସନ ୧୪ ରନ କରି ଅପରାଜିତ ରହିଥିଲେ। ଏକଦା ୫ ଉଇକେଟ ହରାଇ ଅଷ୍ଟ୍ରେଲିଆ ଚା’ପାନ ବିରତି ସୁଦ୍ଧା ୪୩୧ ରନ କରି ଦୃଢ଼ ସ୍ଥିତିରେ ଥିଲା। ତେବେ ଏହାପରେ ଦଳ ମାତ୍ର ୯ ଓଭରରେ ୩୬ ରନରେ ବାକି ୫ ଉଇକେଟ ହରାଇ ଅଲଆଉଟ ହୋଇଥିଲା। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଓ୍ବାଗନର ସର୍ବାଧିକ ୪, ଟିମ୍‌ ସୌଦି ୩, କଲିନ ଡି ଗ୍ରାଣ୍ଡହୋମ ୨, ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଉଲ୍ଲେଖଥାଉ କି, ପର୍ଥରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୨୯୬ ରନରେ ପରାସ୍ତ ହୋଇ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ପଛରେ ପଡିଛି।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୫୫.୧ ଓଭରରେ ୪୬୭ ରନରେ ଅଲଆଉଟ
(ହେଡ୍‌-୧୧୪, ସ୍ମିଥ୍‌- ୮୫, ପେନ- ୭୯, ଲାବୁସେନ- ୬୩, ଓ୍ବାର୍ନର- ୪୧, ମାଥ୍ୟୁ ଓ୍ବେଡ- ୩୮, ଓ୍ବାଗନର- ୪/୮୩, ସୌଦି- ୩/୧୦୩, ଗ୍ରାଣ୍ଡ ହୋମ- ୨/୬୮, ବୋଲ୍ଟ- ୧/୯୧)।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୧୮ ଓଭରରେ ୪୪/୨
(ଲଥାମ- ୯*, ଟେଲର- ୨*, ବ୍ଲଣ୍ଡେଲ- ୧୫, ଓ୍ବିଲିୟମସନ-୯, କୁମିନ୍ସ- ୧/୮, ପାଟିନସନ- ୧/୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେପ୍ଟେମ୍ବର ୩ୟ ସପ୍ତାହରୁ ହୋଇପାରେ ଆଇପିଏଲର ବାକି ମ୍ୟାଚ୍‌

ମୁମ୍ବାଇ, ୨୫।୫ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ବଳକା ମ୍ୟାଚ୍‌ କେବେ ଓ କେଉଁଠାରେ ଆରମ୍ଭ ହେବ? ଏହା ଜାଣିବା ପାଇଁ...

ଅଲିମ୍ପିକ୍ସ ପୁରୁଷ ସିଙ୍ଗଲ୍ସ ଟେନିସ୍‌ରେ ଜେଭେରେଭଙ୍କୁ ସ୍ବର୍ଣ୍ଣ

ଟୋକିଓ,୨।୮: ଜର୍ମାନୀର ଆଲେକଜାଣ୍ଡର ଜେଭେରେଭ ଟୋକିଓ ଅଲିମ୍ପିକ୍ସ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ବିଶ୍ୱର ୫...

ପ୍ରମୋଦ ଭଗତଙ୍କ ଟ୍ରିପଲ ବିଜୟ

ଭୁବନେଶ୍ୱର, ୧।୪(କ୍ରୀଡ଼ା ପ୍ରତିନିଧି)- ଦୁବାଇ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ଓଡ଼ିଶାର ପ୍ରମୋଦ ଭଗତ ଟ୍ରିପଲ ବିଜୟ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଭାରତ...

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା- ନର୍ଥଇଷ୍ଟ ମ୍ୟାଚ୍‌ ଡ୍ର

ବାମ୍ବୋଲିମ୍‌,୨୩।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ମଙ୍ଗଳବାର ଓଡ଼ିଶା ଏଫ୍‌ସି ଓ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ରହିଛି।...

ମୁରେ, ପିରୋଙ୍କୋଭା, ବୁଚାର୍ଡଙ୍କୁ ଫ୍ରେଞ୍ଚ୍‌ ଓପନ୍‌ ଓ୍ବାଇଲ୍ଡ କାର୍ଡ

ପ୍ୟାରିସ୍‌,୧୬।୯(ଏପି): ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରେ ବ୍ରିଟେନର ଆଣ୍ଡି ମୁରେଙ୍କୁ ଓ୍ବାଇଲ୍ଡ କାର୍ଡ ପ୍ରଦାନ କରାଯାଇଛି। ୮ଜଣ ଓ୍ବାଇଲ୍ଡ କାର୍ଡ ପାଇଥିବା ଖେଳାଳିମାନଙ୍କ ମଧ୍ୟରେ...

ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ: ଷ୍ଟୋକ୍ସଙ୍କ ସ୍ଥାନ ନେଲେ ଏହି ଖେଳାଳି

ସାଉଥାମ୍ପଟନ, ୧୨।୮- ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହେବ। ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ପ୍ରଥମ...

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ୍‌ର ବୃହତ୍‌ ବିଜୟ

କୋଚି,୨।୨(ପି.ଟି.)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଚେନ୍ନାଇନ ଏଫ୍‌ସି ଘରୋଇ କେରଳ...

ବିଶ୍ୱ ଫର୍ନାଣ୍ଡୋଙ୍କୁ ୫ ଉଇକେଟ ସଫଳତା

ଜୋହାନ୍ସବର୍ଗ, ୫ା୧ (ଏପି)-ବିଶ୍ୱ ଫର୍ନାଣ୍ଡୋଙ୍କ ୫ ଉଇକେଟ ସଫଳତା ସତ୍ତ୍ୱେ ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା...

Advertisement
Archives

Model This Week