Posted inଖେଳ

ବକ୍ସିଂ ଡେ ଟେଷ୍ଟ ପାଇଁ ସିଡ୍‌ଲୀଙ୍କୁ ଡାକରା

ସିଡ୍‌ନୀ, ୧୭।୧୨ (ଏଏଫ୍‌ପି)- ମେଲବୋର୍ନ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ଠାରେ ଡିସେମ୍ବର ୨୬ରୁ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ୨ୟ ମ୍ୟାଚ୍‌ ଆରମ୍ଭ ହେବ। ବକ୍ସିଂ ଡେ’ରେ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍‌ ପାଇଁ ମଙ୍ଗଳବାର ୧୩ ଜଣିଆ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ଭେଟେରାନ ଦ୍ରୁତ ବୋଲର ପିଟର୍‌ ସିଡ୍‌ଲୀଙ୍କୁ ଅଷ୍ଟ୍ରେଲିଆ ଚୟନକର୍ତ୍ତାମାନେ ଏହି ଦଳରେ ସୁଯୋଗ ଦେଇଛନ୍ତି। ଫଳରେ ୩୫ ବର୍ଷୀୟ ସିଡ୍‌ଲୀଙ୍କ କ୍ୟାରିୟରକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ପୁଣିଥରେ ଉଜ୍ଜୀବିତ ହୋଇଉଠିଛି। ଏହି ଭେଟେରାନ ଡାହାଣହାତୀ ଦ୍ରୁତ ବୋଲର ଗତ ଆଶେସ ସିରିଜରେ ୩ଟି ମ୍ୟାଚ ଖେଳି ୪୨.୧୪ ଆଭରେଜରେ ମାତ୍ର ୭ଟି ଉଇକେଟ୍‌ ନେଇଥିଲେ। ଫଳରେ ତାଙ୍କ ଭବିଷ୍ୟତ କ୍ୟାରିୟର ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଥିଲା। ଏହାପରେ ଗତ ମାସରେ ପାକିସ୍ତାନ ବିପକ୍ଷରେ ଅନୁଷ୍ଠିତ ଟେଷ୍ଟ ସିରିଜ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଚଳିତ ସିରିଜ ଲାଗି ତାଙ୍କ ନାମ ବିଚାରକୁ ନିଆଯାଇ ନ ଥିଲା। କିନ୍ତୁ ଜୋଶ୍‌ ହାଜେଲଉଡ୍‌ଙ୍କ ଆଘାତ ସମସ୍ୟା ସିଡ୍‌ଲୀଙ୍କ ଖେଳିବା ପାଇଁ ଆଶା ସଞ୍ଚାର କରିଥିଲା। ହାଜେଲଉଡ୍‌ଙ୍କ ସ୍ଥାନରେ ବଦଳ ଖେଳାଳିଭାବେ ଜେମ୍ସ ପାଟିନସନ ପ୍ରମୁଖ ଦାବିଦାର ରହିଥିଲେ ମଧ୍ୟ ଏମ୍‌ସିଜି ସିଡ୍‌ଲୀଙ୍କ ହୋମ୍‌ ଭେନ୍ୟୁ ହୋଇଥିବାରୁ ତାଙ୍କୁ ଚୟନକର୍ତ୍ତାମାନେ ସୁଯୋଗ ଦେଇଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବା ପରଠାରୁ ସିଡ୍‌ଲୀ ବର୍ତ୍ତମାନ ସୁଦ୍ଧା ଜାତୀୟ ଦଳ ପକ୍ଷରୁ ୬୭ ଟେଷ୍ଟ, ୨୦ ଦିନିକିଆ ଓ ୨ ଟି୨୦ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି ଯଥାକ୍ରମେ ୨୨୧, ୧୭ ଓ ୩ଟି ଉଇକେଟ୍‌ ନେଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌କୁ ୨୯୬ ରନରେ ଜିତି ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସକାଳୁ ଉଠି ଦେଖିବି.. କାହିଁକି ଏମିତି କହିଲେ ବିରାଟ କୋହଲି

ସିଡନୀ,୯।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ଟିକିଆ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୧୭ରୁ ୨୧ ଡିସେମ୍ବରରୁ ଆରମ୍ଭ ହେବ। ଏହାପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ...

ରାଜ୍ୟ ସ୍କୁଲ୍ସ ଓପନ ଚେସ୍‌: ହର୍ଷିତ ଚାମ୍ପିୟନ

ଭୁବନେଶ୍ୱର, ୫।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିରରେ ରବିବାର ଅନୁଷ୍ଠିତ ନିଶିତ ମହାନ୍ତି ମେମୋରିଆଲ ରାଜ୍ୟ...

ଷ୍ଟୋଇନିସଙ୍କ ବିବିଏଲ୍‌ ରେକର୍ଡ

ମେଲବୋର୍ନ, ୧୩।୧ (ପି.ଟି.)-ଅଷ୍ଟ୍ରେଲିଆର ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌) ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମାର୍କସ ଷ୍ଟୋଇନିସ ସଂଗ୍ରହ କରିଛନ୍ତି। ମେଲବୋର୍ନ...

ସଚିନଙ୍କଠାରୁ ପ୍ରଶଂସା ଶୁଣି ଆଶ୍ଚର୍ଯ୍ୟ ହେଲେ ଏହି ଖେଳାଳି, କହିଲେ ଏମିତି

ସିଡନୀ,୧୨।୨: ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁଶେନଙ୍କୁ ପ୍ରଶଂସା କରିଛନ୍ତି। ଏହା ଜାଣି ଲାବୁଶେନ କହିଛନ୍ତି,...

ଆଉ ୯ ଦିନ ବାରବାଟୀ ମ୍ୟାଚ: ପିଚ୍‌ ପ୍ରସ୍ତୁତ, ଆଉଟ୍‌ଫିଲ୍ଡ କାମ ଆରମ୍ଭ

କଟକ ଅଫିସ,୧୩ା୧୨-ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ନିମନ୍ତେ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରଦାର ଚାଲିଛି। ଷ୍ଟାଡିୟମକୁ ରଙ୍ଗୀନ କରାଯିବା ସହ ଗ୍ୟାଲେରିର ସିଟ୍‌ ନମ୍ବର...

ଗୋଟିଏ ସର୍ତ୍ତରେ ଅଧିନାୟକ ପଦ ଛାଡ଼ିବାକୁ ରାଜି ଟିମ୍‌ ପେନ୍‌; ଅଷ୍ଟ୍ରେଲିଆର ଆଗାମୀ ଅଧିନାୟକ ଭାବେ…

ମେଲବର୍ନ,୧୩।୫: ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ଟିମ୍‌ ପେନ ଦାୟିତ୍ୱରୁ ହଟିବାକୁ ନେଇ ସଙ୍କେତ ଦେଇଛନ୍ତି। ଆସେସ୍‌ କ୍ରିକେଟ ସିରିଜରେ ଇଂଲଣ୍ଡକୁ ଯଦି ତାଙ୍କ ଦଳ ପରାସ୍ତ...

ସଚିନ ତେନ୍ଦୁଲକରଙ୍କ ପାଇଁ ଅଗଷ୍ଟ ୧୪ କାହିଁକି ଗୁରୁତ୍ୱପୂର୍ଣ୍ଣ: ଜାଣନ୍ତୁ…

ନୂଆଦିଲ୍ଲୀ, ୧୪।୮: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପାଇଁ ଆଜିର ଦିନ ଅର୍ଥାତ୍‌ ଅଗଷ୍ଟ ୧୪ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଦିନ ସେ...

କିର୍ଗିଅସଙ୍କୁ ଜରିମାନା

ସିନ୍‌ସିନାଟି,୧୬।୮(ଏଏଫ୍‌ପି): ସିନ୍‌ସିନାଟି ମାଷ୍ଟର୍ସରେ କୋର୍ଟ ବାହାରେ ର଼୍ୟାକେଟ ଭାଙ୍ଗିବା ଓ ଚେୟାର ଅମ୍ପାୟରଙ୍କୁ ଗାଳି ଦେବା ଲାଗି ବିବାଦୀୟ ଅଷ୍ଟ୍ରେଲିଆନ ତାରକା ଟେନିସ ଖେଳାଳି ନିକି...

Advertisement
Archives

Model This Week