ବକେୟା ପାଇଁ ଦେବାଳିଆ ହେଲେଣି ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ: ବିଦ୍ୟୁତ୍‌ କାଟ ଚେତାବନୀ ଦେଲା ସେସୁ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ଉପଭୋକ୍ତାଙ୍କ ବିଦ୍ୟୁତ୍‌ ବିଲ୍‌ ବକେୟା ବଣ୍ଟନ କମ୍ପାନୀଗୁଡିକୁ ଦେବାଳିଆ କରି ସାରିଲାଣି। ବାକି ଟଙ୍କା ଆଦାୟ ନ କଲେ କମ୍ପାନୀଗୁଡିକୁ ଚଳାଇବା ସମ୍ଭବ ହେବ ନାହିଁ। ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବା ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ୨୦୨୦ ଜାନୁୟାରୀ ୧୫ ସୁଦ୍ଧା ବକେୟା ବିଲ୍‌ ପଇଠ ନ କଲେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ। ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି(ସେସୁ) ପକ୍ଷରୁ ଉପଭୋକ୍ତାମାନଙ୍କୁ ଏମିତି ଚେତାବନୀ ଦିଆଯାଇଛି। ବକେୟା ବିଦ୍ୟୁତ୍‌ ବିଲ୍‌ ଆଦାୟ ହୋଇ ନ ପାରିବାରୁ ସେସୁ ଋଣବୋଝରେ ବୁଡିବାକୁ ବସିଲାଣି। ସେସୁ ମୁଖ୍ୟ କାର୍ଯ୍ୟନିର୍ବାହୀ(ସିଇଓ) ଅରୁଣ ବୋଥ୍ରା ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସେସୁ ଦେବାଳିଆ ଅବସ୍ଥା ଦେଇ ଗତି କରୁଛି। ଉପଭୋକ୍ତାମାନଙ୍କୁ ସେସୁ ୨୪ ଘଣ୍ଟିଆ ଏବଂ ଉନ୍ନତମାନର ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ଉଦ୍ୟମ ଜାରି ରଖିଛି। ତେବେ ଉପଭୋକ୍ତାଙ୍କ ମଧ୍ୟରୁ ଲକ୍ଷାଧିକ ବକେୟା ଅର୍ଥ ପଇଠ କରିନାହାନ୍ତି। ବିଦ୍ୟୁତ୍‌ ବକେୟା ୧ ହଜାର ୯୭୧ କୋଟି ଟଙ୍କାରେ ପହଞ୍ଚିଲାଣି। ୫୮ ହଜାର ୫୪୮ଜଣ ଉପଭୋକ୍ତାଙ୍କ ଉପରେ ୫୦ ହଜାର ଟଙ୍କାରୁ ୬୯୧ କୋଟି ଟଙ୍କା ଯାଏ ବକେୟା ରହିଛି। ସେହିପରି ଗତ ଦୁଇବର୍ଷ ମଧ୍ୟରେ ୧,୦୪,୦୦୦ ଉପଭୋକ୍ତାଙ୍କ ଉପରେ ୩୯୪ କୋଟି ଟଙ୍କା ବକେୟା ରହିଛି। ୯୨ ପ୍ରତିଶତ ଘରୋଇ ଉପଭୋକ୍ତାଙ୍କ ଉପରେ ୧୦୨୩ କୋଟି ଟଙ୍କା ବିଦ୍ୟୁତ୍‌ ବିଲ୍‌ ବକେୟା ରହିଛି। ସେହିପରି ୭.୧ ପ୍ରତିଶତ ବ୍ୟବସାୟିକ ଉପଭୋକ୍ତାଙ୍କ ଉପରେ ୧୦୮ କୋଟି ଟଙ୍କା ବକେୟା ବାକି ପଡିଛି । ଯଦି ଏତେ ପରିମାଣ ଅର୍ଥ ବାକି ରହିବ ତେବେ ସେସୁ କିଭଳି ସେବା ଯୋଗାଇ ପାରିବ ବୋଲି ବୋଥ୍ରା କହିଛନ୍ତି। ବକେୟା ପଇଠ ନ କଲେ ବିଦ୍ୟୁତ୍‌ ବିଚ୍ଛିନ୍ନ କରିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ। ତେଣୁ ୨୦୨୦ ଜାନୁୟାରୀ ୧୫ ସୁଦ୍ଧା ସମସ୍ତ ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ କରିବାକୁ ସିଇଓ ଉପଭୋକ୍ତାଙ୍କୁ ଅନୁରୋଧ କରିଛନ୍ତି। ନଚେତ ଜାନୁୟାରୀ ୧୬ରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି ସେ କହିଛନ୍ତି। ଏ ନେଇ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ, ଥାନା ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ନୋଟିସ ଲଗାଯିବ। ଏଥିସହିତ ବକେୟା ରଖିଥିବା ଉପଭୋକ୍ତାଙ୍କୁ ଏସ୍‌ଏମ୍‌ଏସ୍‌ କିମ୍ବା ଡାକ ଜରିଆରେ ବକେୟା ସମ୍ପର୍କରେ ଜଣାଇ ଦିଆଯିବ ବୋଲି ବୋଥ୍ରା କହିଛନ୍ତି।
ରାଜ୍ୟର ବିଦ୍ୟୁତ୍‌ ଭିତ୍ତିଭୂମି ଅତ୍ୟନ୍ତ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଋଣଭାର ସାଙ୍ଗକୁ ବିଦ୍ୟୁତ୍‌ ସଙ୍କଟ ସମଗ୍ର ବ୍ୟବସ୍ଥାକୁ ଦୋହଲାଇ ଦେଲାଣି । ରାଜ୍ୟର ବିଦ୍ୟୁତ୍‌ ଉତ୍ପାଦନ, ଶୁଳ୍କ ଆଦାୟ, ଋଣ ବୋଝ, ବିଦ୍ୟୁତ୍‌ ବିତରଣ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ଦାୟିତ୍ୱହୀନତାରୁ ଭିତ୍ତିଭୂମି ଭୁଶୁଡିବାକୁ ବସିଲାଣି। ବିଦ୍ୟୁତ୍‌ କିଣି ଯୋଗାଉଥିବା ଗ୍ରୀଡ୍‌କୋ ଋଣ ବୋଝରେ ଏମିତି ବୁଡିଲାଣି ଯେ, ଆଗାମୀ ୨/୩ ବର୍ଷ ମଧ୍ୟରେ ଆଉ କିଣିବା ଅବସ୍ଥାରେ ରହିବ ନାହିଁ। ଗୋଟିଏ ପଟେ ଗ୍ରୀଡ୍‌କୋ ଋଣ ବୋଝରେ ଛଟପଟ ହେଉଥିବା ବେଳେ ଅନ୍ୟପଟେ ବିତରଣ କମ୍ପାନୀଗୁଡିକର ନୈରାଶ୍ୟଜନକ ବିଦ୍ୟୁତ୍‌ ଶୁଳ୍କ ଆଦାୟ ପରିସ୍ଥିତିକୁ ଜଟିଳ କରିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଓ ସେସୁ ଉପରେ ଗ୍ରୀଡ୍‌କୋର ବକେୟା ୩,୯୩୭.୪୮ କୋଟି ଟଙ୍କା ଥିବାବେଳେ ବିଶ୍ୱବ୍ୟାଙ୍କ ଏବଂ ସରକାର ଗ୍ୟାରେଣ୍ଟର ପଡି ଦେଇଥିବା ଋଣ ପରିମାଣ ୨,୯୦୮.୫୫ କୋଟିରେ ପହଞ୍ଚିଲାଣି। ସେସୁ ଉପରେ ଗ୍ରୀଡ୍‌କୋ ବକେୟା ୧,୦୭୫.୯୨ କୋଟି ଥିବାବେଳେ ଓ୍ବେସ୍‌କୋ ଉପରେ ୧,୧୧୮.୯୨ କୋଟି, ନେସ୍କୋ ଉପରେ ୮୮୨.୦୬ କୋଟି ଏବଂ ସାଉଥ୍‌କୋ ଉପରେ ୮୬୦.୫୮ କୋଟି ବାକି ପଡିଛି। ସେହିପରି ସେସୁ ନେଇଥିବା ୧,୭୯୭ କୋଟି ଟଙ୍କା ପଇଠ କରୁ ନ ଥିବା ବେଳେ ଓ୍ବେସ୍‌କୋ ୩୦୭.୯୩, ନେସ୍କୋ ୩୯୩.୭୮ କୋଟି ଏବଂ ସାଉଥ୍‌କୋ ୩୦୯.୫୫ କୋଟି ଟଙ୍କାର ଋଣ ଶୁଝୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri