ବକେୟା ପାଇଁ ଦେବାଳିଆ ହେଲେଣି ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ: ବିଦ୍ୟୁତ୍‌ କାଟ ଚେତାବନୀ ଦେଲା ସେସୁ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ଉପଭୋକ୍ତାଙ୍କ ବିଦ୍ୟୁତ୍‌ ବିଲ୍‌ ବକେୟା ବଣ୍ଟନ କମ୍ପାନୀଗୁଡିକୁ ଦେବାଳିଆ କରି ସାରିଲାଣି। ବାକି ଟଙ୍କା ଆଦାୟ ନ କଲେ କମ୍ପାନୀଗୁଡିକୁ ଚଳାଇବା ସମ୍ଭବ ହେବ ନାହିଁ। ବିଦ୍ୟୁତ୍‌ ବିଲ୍‌ ଆଦାୟ କରିବା ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ୨୦୨୦ ଜାନୁୟାରୀ ୧୫ ସୁଦ୍ଧା ବକେୟା ବିଲ୍‌ ପଇଠ ନ କଲେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ। ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି(ସେସୁ) ପକ୍ଷରୁ ଉପଭୋକ୍ତାମାନଙ୍କୁ ଏମିତି ଚେତାବନୀ ଦିଆଯାଇଛି। ବକେୟା ବିଦ୍ୟୁତ୍‌ ବିଲ୍‌ ଆଦାୟ ହୋଇ ନ ପାରିବାରୁ ସେସୁ ଋଣବୋଝରେ ବୁଡିବାକୁ ବସିଲାଣି। ସେସୁ ମୁଖ୍ୟ କାର୍ଯ୍ୟନିର୍ବାହୀ(ସିଇଓ) ଅରୁଣ ବୋଥ୍ରା ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସେସୁ ଦେବାଳିଆ ଅବସ୍ଥା ଦେଇ ଗତି କରୁଛି। ଉପଭୋକ୍ତାମାନଙ୍କୁ ସେସୁ ୨୪ ଘଣ୍ଟିଆ ଏବଂ ଉନ୍ନତମାନର ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ଉଦ୍ୟମ ଜାରି ରଖିଛି। ତେବେ ଉପଭୋକ୍ତାଙ୍କ ମଧ୍ୟରୁ ଲକ୍ଷାଧିକ ବକେୟା ଅର୍ଥ ପଇଠ କରିନାହାନ୍ତି। ବିଦ୍ୟୁତ୍‌ ବକେୟା ୧ ହଜାର ୯୭୧ କୋଟି ଟଙ୍କାରେ ପହଞ୍ଚିଲାଣି। ୫୮ ହଜାର ୫୪୮ଜଣ ଉପଭୋକ୍ତାଙ୍କ ଉପରେ ୫୦ ହଜାର ଟଙ୍କାରୁ ୬୯୧ କୋଟି ଟଙ୍କା ଯାଏ ବକେୟା ରହିଛି। ସେହିପରି ଗତ ଦୁଇବର୍ଷ ମଧ୍ୟରେ ୧,୦୪,୦୦୦ ଉପଭୋକ୍ତାଙ୍କ ଉପରେ ୩୯୪ କୋଟି ଟଙ୍କା ବକେୟା ରହିଛି। ୯୨ ପ୍ରତିଶତ ଘରୋଇ ଉପଭୋକ୍ତାଙ୍କ ଉପରେ ୧୦୨୩ କୋଟି ଟଙ୍କା ବିଦ୍ୟୁତ୍‌ ବିଲ୍‌ ବକେୟା ରହିଛି। ସେହିପରି ୭.୧ ପ୍ରତିଶତ ବ୍ୟବସାୟିକ ଉପଭୋକ୍ତାଙ୍କ ଉପରେ ୧୦୮ କୋଟି ଟଙ୍କା ବକେୟା ବାକି ପଡିଛି । ଯଦି ଏତେ ପରିମାଣ ଅର୍ଥ ବାକି ରହିବ ତେବେ ସେସୁ କିଭଳି ସେବା ଯୋଗାଇ ପାରିବ ବୋଲି ବୋଥ୍ରା କହିଛନ୍ତି। ବକେୟା ପଇଠ ନ କଲେ ବିଦ୍ୟୁତ୍‌ ବିଚ୍ଛିନ୍ନ କରିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ। ତେଣୁ ୨୦୨୦ ଜାନୁୟାରୀ ୧୫ ସୁଦ୍ଧା ସମସ୍ତ ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ କରିବାକୁ ସିଇଓ ଉପଭୋକ୍ତାଙ୍କୁ ଅନୁରୋଧ କରିଛନ୍ତି। ନଚେତ ଜାନୁୟାରୀ ୧୬ରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି ସେ କହିଛନ୍ତି। ଏ ନେଇ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ, ଥାନା ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ନୋଟିସ ଲଗାଯିବ। ଏଥିସହିତ ବକେୟା ରଖିଥିବା ଉପଭୋକ୍ତାଙ୍କୁ ଏସ୍‌ଏମ୍‌ଏସ୍‌ କିମ୍ବା ଡାକ ଜରିଆରେ ବକେୟା ସମ୍ପର୍କରେ ଜଣାଇ ଦିଆଯିବ ବୋଲି ବୋଥ୍ରା କହିଛନ୍ତି।
ରାଜ୍ୟର ବିଦ୍ୟୁତ୍‌ ଭିତ୍ତିଭୂମି ଅତ୍ୟନ୍ତ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଋଣଭାର ସାଙ୍ଗକୁ ବିଦ୍ୟୁତ୍‌ ସଙ୍କଟ ସମଗ୍ର ବ୍ୟବସ୍ଥାକୁ ଦୋହଲାଇ ଦେଲାଣି । ରାଜ୍ୟର ବିଦ୍ୟୁତ୍‌ ଉତ୍ପାଦନ, ଶୁଳ୍କ ଆଦାୟ, ଋଣ ବୋଝ, ବିଦ୍ୟୁତ୍‌ ବିତରଣ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ଦାୟିତ୍ୱହୀନତାରୁ ଭିତ୍ତିଭୂମି ଭୁଶୁଡିବାକୁ ବସିଲାଣି। ବିଦ୍ୟୁତ୍‌ କିଣି ଯୋଗାଉଥିବା ଗ୍ରୀଡ୍‌କୋ ଋଣ ବୋଝରେ ଏମିତି ବୁଡିଲାଣି ଯେ, ଆଗାମୀ ୨/୩ ବର୍ଷ ମଧ୍ୟରେ ଆଉ କିଣିବା ଅବସ୍ଥାରେ ରହିବ ନାହିଁ। ଗୋଟିଏ ପଟେ ଗ୍ରୀଡ୍‌କୋ ଋଣ ବୋଝରେ ଛଟପଟ ହେଉଥିବା ବେଳେ ଅନ୍ୟପଟେ ବିତରଣ କମ୍ପାନୀଗୁଡିକର ନୈରାଶ୍ୟଜନକ ବିଦ୍ୟୁତ୍‌ ଶୁଳ୍କ ଆଦାୟ ପରିସ୍ଥିତିକୁ ଜଟିଳ କରିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଓ ସେସୁ ଉପରେ ଗ୍ରୀଡ୍‌କୋର ବକେୟା ୩,୯୩୭.୪୮ କୋଟି ଟଙ୍କା ଥିବାବେଳେ ବିଶ୍ୱବ୍ୟାଙ୍କ ଏବଂ ସରକାର ଗ୍ୟାରେଣ୍ଟର ପଡି ଦେଇଥିବା ଋଣ ପରିମାଣ ୨,୯୦୮.୫୫ କୋଟିରେ ପହଞ୍ଚିଲାଣି। ସେସୁ ଉପରେ ଗ୍ରୀଡ୍‌କୋ ବକେୟା ୧,୦୭୫.୯୨ କୋଟି ଥିବାବେଳେ ଓ୍ବେସ୍‌କୋ ଉପରେ ୧,୧୧୮.୯୨ କୋଟି, ନେସ୍କୋ ଉପରେ ୮୮୨.୦୬ କୋଟି ଏବଂ ସାଉଥ୍‌କୋ ଉପରେ ୮୬୦.୫୮ କୋଟି ବାକି ପଡିଛି। ସେହିପରି ସେସୁ ନେଇଥିବା ୧,୭୯୭ କୋଟି ଟଙ୍କା ପଇଠ କରୁ ନ ଥିବା ବେଳେ ଓ୍ବେସ୍‌କୋ ୩୦୭.୯୩, ନେସ୍କୋ ୩୯୩.୭୮ କୋଟି ଏବଂ ସାଉଥ୍‌କୋ ୩୦୯.୫୫ କୋଟି ଟଙ୍କାର ଋଣ ଶୁଝୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri