ବଇଁଆ ବନାପୁର କ୍ୱାରାଣ୍ଟାଇନରେ କୋଲକାତା ଫେରନ୍ତାଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ,୧୯।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବଇଁଆ ବନାପୁର ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ଜଣେ କୋଲକାତା ଫେରନ୍ତା ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସରପଦା ଗ୍ରାମର ଦେବେନ୍ଦ୍ର ରାଉତ। ଗତ ରବିବାର ରାତିରେ ଦେବେନ୍ଦ୍ର କୋଲକାତାରୁ ଫେରି ଭଣ୍ଡାରିପୋଖରୀ ଶିଳ୍ପ ତାଲିମ କେନ୍ଦ୍ରରେ ପହଞ୍ଚି ନାମ ପଞ୍ଜିକରଣ କରିଥିଲେ। ପରେ ସୋମବାର ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ ପହଞ୍ଚିଥିଲେ। ସେଠାରେ ମିଲ ଖାଇ ଶୋଇଥିଲେ। ଅପରାହ୍ନରେ ତାଙ୍କୁ ଡାକିବାରୁ ସେ ଆଉ ଉଠି ନ ଥିଲେ। ଖବର ପାଇ ସ୍ଥାନୀୟ ଡାକ୍ତରଖାନାରୁ ଡାକ୍ତର ପହଞ୍ଚିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ସରପଞ୍ଚ ପ୍ରଶାନ୍ତ କୁମାର ସାହୁ କହିଛନ୍ତି। ଦେବେନ୍ଦ୍ରଙ୍କ ଭାଇ ଜ୍ଞାନେନ୍ଦ୍ର ରାଉତଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ଅପମୃତ ମାମଲା (ନଂ. ୮/୨୦) ରୁଜୁକରି ତଦନ୍ତ କରୁଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ସୋମବାର ସନ୍ଧ୍ୟାରେ ଭଦ୍ରକ ଜିଲା ଡାକ୍ତରଖାନା ପଠାଯାଇଛି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଁକୁ ଇକୋ ଭିଲେଜ: ଭିତ୍ତିଭୂମିର ବିକାଶ ଫାଇଲରେ

ନୟାଗଡ଼ ଅଫିସ/ଗଣିଆ,୩୧।୧ (ଡି.ଏନ.ଏ.):ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ମୁଦୁଲିଗାଡ଼ିଆ ଇକୋ ଭିଲେଜ ମାନ୍ୟତା ପାଇବାର ୫ ବର୍ଷ ବିତିବାକୁ ବସିଛି। ହେଲେ ଇକୋ...

୩ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୯ା୫-ଏକ ଅନରକିଲିଂ ମାମଲାର ଶୁଣାଣି କରି ଅତିରିକ୍ତ ଜିଲା ଦୌରାଜଜ-୨ ଦୀପକ କୁମାର ମୃତ ମହିଳାଙ୍କ ୨ ଭାଇ ନିରାକାର ନାଇକ, କାଳୁ ନାଇକ...

ବାଜପୁର ଗାଁରେ ୧୮ ଝାଡ଼ାବାନ୍ତିରେ ଆକ୍ରାନ୍ତ

ମାଧପୁର,୧।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଧୀନ ଟୁସର ପଞ୍ଚାୟତର ବାଜପୁର ଗ୍ରାମରେ ୧୮ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ୨୮ରେ...

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆଣିଲେ ସମ୍ପର୍କୀୟ, ହସ୍ପିଟାଲ ପରିସରରେ ଉତ୍ତେଜନା

ଗଜପତି,୨୮ା୮(ଡି.ଏନ୍‌.ଏ): ଗଜପତି ଜିଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ସମ୍ପର୍କୀୟମାନେ ହସ୍ପିଟାଲ ସାମ୍ନାରେ ଧାରଣାରେ ବସିବା...

ବର୍ଜ୍ୟବସ୍ତୁରୁ ଆୟ କରୁଛି ଏସ୍‌ଏମସି

ସମ୍ବଲପୁର,୩ା୪(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମାଇକ୍ରୋ କମ୍ପୋଷ୍ଟ ପ୍ଳାଣ୍ଟ ଆରମ୍ଭ କରାଯାଇଥିଲା। ପ୍ରାୟ ୩ ବର୍ଷରେ ଏସ୍‌ଏମସି ଅଧୀନ ବିଭିନ୍ନ...

ଜଳେଶ୍ୱର ପୌରପାଳିକା: ୧୭ ୱାର୍ଡରେ ୨୦, ୦୫୯ ଭୋଟର

ଜଳେଶ୍ୱର, ୧୦ା୩(ଡି.ଏନ.ଏ.)  ଆସନ୍ତା ପୌରପାଳିକା ନିର୍ବାଚନରେ ବାଲେଶ୍ୱର ଜିଲା ଜଳେଶ୍ୱରର ୧୭ଟି ୱାର୍ଡର ୨୦, ୦୫୯ ମତଦାତା ସେମାନଙ୍କ ମତସାବ୍ୟସ୍ତ କରିବେ। ଏଥିରେ ୯୯୯୫ ପୁରୁଷ ଓ...

ଟିକରପଡ଼ାରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ ୩ ଗୁରୁତର

ସାନଖେମୁଣ୍ଡି,.୨୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ାରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୩ ଜଣ ଗୁରୁତର...

ମାନବିକତା ଦେଖାଇଲେ ପୂର୍ବତନ କର୍ପୋରେଟର; ପ୍ରସୂତିଙ୍କୁ ହସ୍ପିଟାଲକୁ ପଠାଇଲେ

ବ୍ରହ୍ମପୁର ଅଫିସ,୯ା୪-କରୋନା ବିପତ୍ତି ସମୟରେ ମାନବିକତା ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି ୩୧ ନଂ. ୱାର୍ଡର ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା। ମହାରଣାଙ୍କ ସୂଚନା ପ୍ରକାରେ, ବୁଧବାର...

Advertisement
Archives

Model This Week