Posted inଫୁରସତ

ଫ୍ୟାନ ମ୍ୟୁଜିୟମ୍‌

ଖରାଦିନେ କରେଣ୍ଟ ଚାଲିଗଲେ ଆଜି ବି ଖୋଜାପଡେ ବିଞ୍ଚଣା । ତାଳପତ୍ର ହେଉ ବା ପ୍ଲାଷ୍ଟିକ ବିଞ୍ଚଣା, ଖରାଦିନେ ଏହାର ଚାଦିହା କାହିଁରେ କେତେ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବିଞ୍ଚଣାର ଏକ ମ୍ୟୁଜିୟମ ମଧ୍ୟ ରହିଛି । ଭଳିକି ଭଳି ବିଭିନ୍ନ ଡିଜାଇନ୍‌ର ବିଞ୍ଚଣା ଏଠାରେ ସାଇତା ହୋଇ ରହିଛି । ଲଣ୍ଡନର ଗ୍ରିନ୍‌ଓ୍ବିଚ୍‌ଠାରେ ଥିବା ଏହି ନିଆରା ମ୍ୟୁଜିୟମ୍‌ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ ହ୍ୟାଣ୍ଡ ଫ୍ୟାନ ଏବଂ ଏହାର ନିର୍ମାଣକୁ ନେଇ । ବିଞ୍ଚଣାକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅଭିପ୍ରାୟ ନେଇ ବ୍ୟବହାର କରାଯାଇଥାଏ ।
କେଉଁଠି ଏହାକୁ ବିଞ୍ଚିବା ପାଇଁ ବ୍ୟବହାର କରାଯାଉଥିବା ବେଳେ କେଉଁଠି ଘର ସଜେଇବା ପାଇଁ ବ୍ୟବହାର କରାଯାଇଥାଏ । କିଏ ଏହାକୁ ପୋଷାକ ସାଙ୍ଗେ ଫ୍ୟାଶନ ଆସେସରି ଭାବେ ବ୍ୟବହାର କରିଥାନ୍ତି ତ କେହି କେହି ଏହାକୁ ଘର ସଜ୍ଜା ସାମଗ୍ରୀ ଭାବେ ।
ତେବେ ଏହି ମ୍ୟୁଜିୟମ୍‌ରେ ପୃଥିବୀର ବିଭିନ୍ନ ସ୍ଥାନର ପ୍ରାୟ ୩୫୦୦ ପ୍ରକାରର ଆଣ୍ଟିକ ଡିଜାଇନ୍‌ର ବିଞ୍ଚଣା ସାଇତା ହୋଇ ରହିଛି । ୧୯୯୧ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ମ୍ୟୁଜିୟମରେ ବିଞ୍ଚଣାର ଇତିହାସଠାରୁ ଆରମ୍ଭ କରି ଏହାର ପ୍ରସ୍ତୁତି ପ୍ରଣାଳୀ ତଥା ବିଭିନ୍ନ ସଂସ୍କୃତିର ବିଞ୍ଚଣାର ଝଲକ ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri