Posted inଖେଳ

ଫ୍ୟାନ୍‌ ପାର୍କରେ ଭିଡ଼

ଭୁବନେଶ୍ୱର, ୨୩।୧୨(କ୍ରୀଡ଼ା ପ୍ରତିନିଧି)- ଟିକେଟ ନ ପାଇ ନିରାଶ ହୋଇଥିବା ଦର୍ଶକମାନେ ଫ୍ୟାନ ପାର୍କରେ ଭିଡ଼ ଜମାଇଥିଲେ। ଷ୍ଟାଡିୟମ ସମ୍ମୁଖ କିଲା ପଡ଼ିଆରେ ଓସିଏ ପକ୍ଷରୁ ଫ୍ୟାନ ପାର୍କର ବ୍ୟବସ୍ଥା କରାଯାଇଥିଲା। ଯେଉଁଠାରେ ଏକ ବିଶାଳ ଆକାରର ଡିଜିଟାଲ ସ୍କ୍ରିନ ଲଗାଯାଇଥିଲା। ମ୍ୟାଚ୍‌ର ସିଧାପ୍ରସାରଣ ପ୍ରଦର୍ଶିତ ହେଉଥିବାବେଳେ ଏଠାରେ ରାଜ୍ୟର ବିଭିନ୍ନ ପ୍ରାନ୍ତ ସମେତ ରାଜ୍ୟ ବାହାରର କ୍ରିକେଟପ୍ରେମୀ ଉପସ୍ଥିତ ଥିଲେ।
ଖାଇବା ପାଇଁ ଲମ୍ବା ଲାଇନ୍‌ –
ବିଭିନ୍ନ ଗ୍ୟାଲେରିରେ ବିକ୍ରି ହେଉଥିବା ଶୁଖିଲା ଓ ରନ୍ଧା ଖାଦ୍ୟ କିଣିବାକୁ ଦର୍ଶକମାନେ ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ। ମ୍ୟାଚ୍‌ର ଗୋଟିଏ ଇନିଂସ ସରିବା ପୂର୍ବରୁ ଲାଇନ ଆରମ୍ଭ ହୋଇ ସାରିଥିଲା। ସମସ୍ତ ଗ୍ୟାଲେରିରେ ଓସିଏ ପକ୍ଷରୁ ଭେଣ୍ଡର ଯୋଗାଇ ଦିଆଯାଇଥିବାବେଳେ କେତେକ ଗ୍ୟାଲେରିରେ ବେନିୟମ ଭାବେ ଖାଦ୍ୟ ଦର ଅଧିକ ଦାମରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।
ବ୍ଲିଡ ବ୍ଲ୍ୟୁ ବାରବାଟୀ-
ଭାରତୀୟ ଦଳର ସମର୍ଥକଙ୍କ ସ୍ଲୋଗାନ୍‌ ହେଉଛି ବ୍ଲିଡ ବ୍ଲ୍ୟୁ। ବ୍ଲ୍ୟୁ ଜର୍ସିକୁ ସମର୍ଥନ କରିବା ପାଇଁ ଏହି ସ୍ଲୋଗାନ ବ୍ୟବହାର କରାଯାଉଛି। ରବିବାର ଦିନ ବାରବାଟୀ ମଧ୍ୟ ବ୍ଲ୍ୟୁ(ନୀଳ ରଙ୍ଗ)ରେ ଭରି ହୋଇ ଯାଇଥିଲା। ଉପସ୍ଥିତ ଦର୍ଶକଙ୍କ ମଧ୍ୟରୁ ୭୦ ପ୍ରତିଶତ ଭାରତୀୟ ଦଳର ଜର୍ସି ପିନ୍ଧିଥିଲେ। ନିଶ୍ଚିତ ଭାବେ ଏଭଳି ଦୃଶ୍ୟ ଭାରତୀୟ ଦଳକୁ ଉତ୍ସାହିତ କରିଛି।

ପଦାର୍ପଣରେ ଚମକିଲେ ସାଇନି
ବାରବାଟୀରେ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ ଫର୍ମାଟରେ ପଦାର୍ପଣ କରିଥିଲେ ଡାହାଣହାତୀ ପେସ୍‌ ବୋଲର ନଭଦୀପ ସାଇନି। ହରିୟାଣାର ଏହି ତାରକା ପେସ୍‌ ବୋଲର ଜଣଙ୍କ ପଦାର୍ପଣ ମ୍ୟାଚ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ବର୍ଷର ଅନ୍ତିମ ମ୍ୟାଚ୍‌ରେ ଭାରତର ସଫଳତମ ବୋଲର ରହିଛନ୍ତି ସାଇନି। ନିଜ ୧୦ ଓଭର ବୋଲିଂ ସ୍ପେଲରୁ ୫୮ ରନ ବିନିମୟରେ ୨ଟି ଉଇକେଟ ଅକ୍ତିଆର କରିଥିଲେ। ଏହା ମଧ୍ୟରେ ଶିମରନ ହେଟମେର ଓ ରୋଷ୍ଟନ ଚେଜ୍‌ଙ୍କ ଉଇକେଟ ଥିଲା। ଗତ ଅଗଷ୍ଟରେ ୱେଷ୍ଟଇଣ୍ଡିଜ ଦଳ ବିପକ୍ଷରେ ହିଁ ସଇନୀ ଟି୨୦ ଫର୍ମାଟରେ ପଦାର୍ପଣ କରିଥିଲେ। ପ୍ରଥମ ଟି୨୦ ମ୍ୟାଚ୍‌ରେ ୪ ଓଭର ବୋଲିଂ କରି ୧୭ ରନ ବିନିମୟରେ ୩ଟି ଉଇକେଟ ଅକ୍ତିଆର କରିଥିଲେ।
କ୍ରିକେଟ ଭିଡ଼ରେ ପ୍ରେମର ବାର୍ତ୍ତା-
ସବୁଆଡେ କ୍ରିକେଟ ପରିବେଶ। କ୍ରିକେଟପ୍ରେମୀଙ୍କ ଗହଣରେ ବାରବାଟୀ ଓ ଏହାର ଆଖପାଖ ଅଞ୍ଚଳରେ କ୍ରିକେଟର ବାସ୍ନା। ହେଲେ ଭିଡ଼ ଭିତରେ ଜଣେ ଏପରି ଲୋକ ଦେଖିବାକୁ ମିଳିଲେ ଯିଏ, ସ୍ବଚ୍ଛ କ୍ରିକେଟ ଖେଳ ଓ ସମସ୍ତଙ୍କୁ ଭଲ ପାଇବାର ବାର୍ତ୍ତା ଦେଉଥିଲେ। ମୁଣ୍ଡରେ କପୋତ ସଦୃଶ ଟୋପି। ଗୋଟିଏ ହାତରେ ଗାନ୍ଧି ଓ ଅନ୍ୟହାତରେ ଗାନ୍ଧୀଙ୍କ ତିନି ମାଙ୍କଡ ଭଳି ବସିଥିବା କିଛି ଲୋକଙ୍କ ଫଟୋ। ଦେହରେ ଲଟିକିଛି ଶାନ୍ତି ଓ ପ୍ରେମର ବାର୍ତ୍ତା ବହନ କରୁଥିବା ଏକ କାର୍ଡ। କ୍ରିକେଟ ଖେଳର ଭିଡ଼ ଭିତରେ ଏପରି ବେଶଭୂଷା ବ୍ୟକ୍ତି ଜଣଙ୍କ ଦୂରରୁ ବେଶ ବାରି ହୋଇ ପଡ଼ୁଥିଲେ। ଏହି ବ୍ୟକ୍ତି ଜଣଙ୍କ ହେଲେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଏ. ବ୍ରହ୍ମାନନ୍ଦ ଆଚାର୍ଯ୍ୟ।
ବର୍ଷ ହେବ ଲଗାତର ଭାବେ ମ୍ୟାଚ୍‌ବେଳେ ବାରବାଟୀ ଷ୍ଟାଡିୟମରେ ସେ ଦେଖିବାକୁ ମିଳୁଛନ୍ତି। ଗତ ୭ ବର୍ଷ ହେବ ସେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ବୋଲି କହିଥିଲେ। ଏହାଛଡ଼ା ପ୍ରତିଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ଏଠାରେ ରହି ଲୋକଙ୍କୁ ଶାନ୍ତି ଓ ପ୍ରେମ ବିଷୟରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି। ବ୍ରହ୍ମାନନ୍ଦଙ୍କ ଘର ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଅଞ୍ଚଳରେ। ଏକ ମୁଖ୍ୟ କଥା ହେଲା, କ୍ରିକେଟ ଏକ ଜୁଆ ଖେଳ ନୁହେଁ ବୋଲି ମଧ୍ୟ ବ୍ରହ୍ମାନନ୍ଦ ନିଜ ବାର୍ତ୍ତାରେ କହିଛନ୍ତି। କ୍ରିକେଟ ଖେଳକୁ ନେଇ ହେଉଥିବା ବିଭିନ୍ନ ବେଆଇନ, ବେନିୟମ କାର୍ଯ୍ୟ୍ୟକୁ ପ୍ରଶୟ ଦେବା ଉଚିତ ନୁହେଁ ବୋଲି ବ୍ରହ୍ମାନନ୍ଦ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରେଷ୍ଟୁରାଣ୍ଟ ଭିଡିଓ ଭାଇରାଲ: ରୋହିତଙ୍କ ସେମେତ ୫ ଖେଳାଳି ଆଇସୋଲେଶନରେ

ମେଲବୋର୍ନ,୩।୧(ପି.ଟି.): ଉପଅଧିନାୟକ ରୋହିତ ଶର୍ମାଙ୍କ ସମେତ ୫ଜଣ ଭାରତୀୟ ଖେଳାଳିଙ୍କୁ ମେଲବୋର୍ନରେ ଆଇସୋଲେଶନରେ ରଖାଯାଇଛି। ଜୈବ ସୁରକ୍ଷା ପ୍ରୋଟୋକଲର ସମ୍ଭାବ୍ୟ ଉଲ୍ଲଂଘନ ପାଇଁ ଉଦୀୟମାନ ଓପନର...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ

ମୁମ୍ବାଇ,୨୫।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୮ତମ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ଚେନ୍ନାଇ ସୁପରକିଙ୍ଗ୍ସ...

କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ବଜେଟ

ନୂଆଦିଲ୍ଲୀ, ୨ା୨ (ପି.ଟି.)-କେନ୍ଦ୍ର ସରକାର କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଗତ ବର୍ଷ ତୁଳନାରେ ଏହା ୫୦ କୋଟି ଟଙ୍କା ଅଧିକ।...

ପନ୍ତଙ୍କ ସହ ଧୋକା:୧.୫ କୋଟି ଟଙ୍କା ଠକି ନେଲେ ସାଥୀ କ୍ରିକେଟର୍‌

ମୁମ୍ବାଇ,୨୪।୫: ଜଣେ ହରିୟାଣା କ୍ରିକେଟର ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କଠାରୁ ୧.୫ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି। ସେହି କ୍ରିକେଟରଙ୍କ ନାମ ହେଉଛି...

ଅଗଷ୍ଟ ୨୮ରୁ ଆରମ୍ଭ ହେବ ସିପିଏଲ

କିଙ୍ଗ୍‌ ଷ୍ଟନ, ୨୦।୫ : ଆସନ୍ତା ଅଗଷ୍ଟ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି କାରିବିଅନ ପ୍ରିମିୟର ଲିଗ୍‌ (ସିପିଏଲ)ର ୨୦୨୧ତମ ସିଜନ। ଏହାର ଫାଇନାଲ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କୁ ସ୍କୁଟିରେ ଧରି ବୁଲିଲେ ସଚିନ ତେନ୍ଦୁଲକର

ରାୟପୁର,୨୧।୩: ବିଶ୍ୱ ସୁରକ୍ଷା ରୋଡ ସିରିଜ ୨୦୨୧ର ଅନ୍ତିମ ମ୍ୟାଚ ଇଣ୍ଡିଆ ଲିଜେଣ୍ଟ୍‌ସ ଏବଂ ଶ୍ରୀଲଙ୍କା କିମ୍ବଦନ୍ତୀ ମଧ୍ୟରେ ଖେଳାଯିବ। ଏହାପୂର୍ବରୁ ଇଣ୍ଡିଆ ଲିଜେଣ୍ଡ୍‌ସ ଅଧିନାୟକ...

ବାର୍ସିଲୋନାରେ ଜାପାନ ମିଡ୍‌ ଫିଲ୍ଡର ଆବେ

ଟୋକିଓ, ୧୨ା୭ (ଏଏଫ୍‌ପି): ଜାପାନର ଆଟାକିଂ ମିଡ୍‌ ଫିଲ୍ଡର ହିରୋକି ଆବେ ଏଫ୍‌ସି ବାର୍ସିଲୋନାରେ ଯୋଗ ଦେବେ। ଶୁକ୍ରବାର ସେ ନିଜେ ଏ ସମ୍ପର୍କରେ ସୂଚନା...

୧୨୭ ବର୍ଷ ପରେ ପୁଣି କ୍ରିକେଟ୍‌ରେ ଘଟିଲା ଏମିତି

ବ୍ରିସବେନ୍‌,୮।୧୨: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟ ୨୦୨୧-୨୨ ବ୍ରିସବେନର ଗାବାଠାରେ ଖେଳାଯାଉଛି । ଗାବାରେ ଇଂଲଣ୍ଡର ଅଧିନାୟକ ଜୋ ରୁଟ...

Advertisement
Archives

Model This Week